ଲାଲ୍ ଗ୍ରହ ମଙ୍ଗଳର ଭୂତଳ ଟନେଲଗୁଡ଼ିକ ଏଲିଏନ୍ମାନଙ୍କ ବାସସ୍ଥଳ ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । କୋଟି କୋଟି ବର୍ଷ ପୂର୍ବେ ଲାଭା ଯୋଗୁ ଏସବୁ ଟନେଲ ସୃଷ୍ଟି ହୋଇଥିଲା । ମଙ୍ଗଲର ଉପରିଭାଗ ବାସୋପଯୋଗୀ ନ ହେବା ଯୋଗୁ ସେମାନେ ମାଟିତଳେ ରହୁଥିବା ସନ୍ଦେହ କରାଯାଉଛି । ଟନେଲର ଦ୍ୱାରଦେଶ ଗୁମ୍ଫା ସଦୃଶ । ଏକ ହଜାରରୁ ଅଧିକ ଗୁମ୍ଫା ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇଛି । ଗବେଷକମାନେ ସେଠାକୁ ରୋବଟ୍ ପଠାଇବା ଲାଗି ନାସାକୁ ପରାମର୍ଶ ଦେଇଛନ୍ତି । ମଙ୍ଗଳ ପୃଥିବୀଠାରୁ ୩.୩ କୋଟି ମାଇଲ ଦୂରରେ ଅବସ୍ଥିତ । ମହାକାଶୀୟ
ବିକିରଣ ହେତୁ ମଙ୍ଗଳର ପୃଷ୍ଠଦେଶ ମନୁଷ୍ୟର ବସବାସ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ଚଳିତବର୍ଷ ଫେବୃୟାରୀ ମାସରେ ଆମେରିକାର ଟେକ୍ସାସ୍ଠାରେ ଅନୁଷ୍ଠିତ ତୃତୀୟ ଆନ୍ତଃଗ୍ରହ ସମ୍ମିଳନୀରେ କେତେକ ବିଶେଷଜ୍ଞ ମଙ୍ଗଳ ସମ୍ପର୍କରେ ଏଭଳି ମତ ଦେଇଥିଲେ । ବୈଜ୍ଞାନିକ ଚାରିଟି ଫିଲି«-ଲେଣ୍ଡର କହିଛନ୍ତି ଯଦି ମଙ୍ଗଳରେ ଜୀବସତ୍ତା ଥାଏ, ତେବେ ସେମାନେ ମାଟି ତଳେ ସୁବ୍ୟବସ୍ଥିତ ପରିବେଶରେ ଥିବେ । ଆସନ୍ତା ଦଶନ୍ଧିରେ ସେଠାକୁ ପାହାଡ଼ ଚଢ଼ିପାରୁଥିବା ରୋବଟ୍ କିମ୍ବା ଦୁଇଚକିଆ ରୋବଟ୍ ଅଥବା ଡ୍ରୋନ୍ ପଠାଯାଇପାରେ ।
Prev Post