କରୋନା ଭାଇରସ ଏଡ଼େ ମାରାତ୍ମକ ଯେ ଆରୋଗ୍ୟ ଲାଭ କରିବା ପରେ ମଧ୍ୟ ଏହାର ଦୁଷ୍ପ୍ରଭାବରୁ ତ୍ରାହି ମିଳୁନାହିଁ । ବ୍ରିଟେନରେ ମାର୍ଚ୍ଚ ମାସରେ ଚିକିତ୍ସିତ ହୋଇ ଘରକୁ ଫେରିଆସିଥିବା କେତେକ ମହିଳାଙ୍କ ମୁଣ୍ଡରୁ ସାଂଘାତିକ ଭାବେ କେଶ ଝଡ଼ିପଡୁଛି । କେତେକ ମହିଳା ଅଧା ଚନ୍ଦା ହୋଇଯିବା ପରେ ୱିଗ୍ ପିନ୍ଧୁଛନ୍ତି । ୩୦ ବର୍ଷୀୟା ଗ୍ରେସ୍ ଡୁଡ୍ଲୀ ଜଣେ ମେକ୍ଅପ୍ ଆର୍ଟିଷ୍ଟ । ସେ ତାଙ୍କ ବାପାଙ୍କଠାରୁ କରୋନା ସଂକ୍ରମିତ ହେବା ପରେ ଆଇସିୟୁରେ ୧୦ ଦିନ ରହିଥିଲେ । ଡିସ୍ଚାର୍ଜ ହେବାର ମାସେ ପରେ ତାଙ୍କ ମୁଣ୍ଡରୁ ପୁଳା ପୁଳା କେଶ ଝଡ଼ିବା ଆରମ୍ଭ ହେଲା । ନିଦରୁ ଉଠି ଦିନେ ସେ ଦେଖିଲେ ତକିଆରେ ପୁଳା ପୁଳା ଚୁଟି ପଡ଼ିଛି । ମୁଣ୍ଡ କୁଣ୍ଡାଇବାରୁ ଏତେ ଚୁଟି ଉପୁଡିଲା ଯେ କିଛିଦିନ ଭିତରେ ସେ ୫୫ ପ୍ରତିଶତ ଚନ୍ଦାେ ହ । ଇ ଗ େ ଲ । ବ ି େ ଶ ଷ ଜ୍ଞ ମ । ନ ଙ୍କ ମତରେ କରୋନା ଭାଇରସ ପ୍ରଭାବରୁ ଏପରି ହୋଇଛି ।
