Odisha news

ଏଭଳି ବ୍ୟକ୍ତିଙ୍କ ଚର୍ଚା ନିଜ ଘରେ କଦାପି କରନ୍ତୁ ନାହିଁ, ହୋଇଥାଏ ଘରର ବାତାବରଣ ଦୂଷିତ

0
ଆମେ ଜୀବନ ରେ ଅନେକ ଲୋକଙ୍କୁ ଭେଟି ଥାଉ l ଯେଉଁ ମାନଙ୍କ ମଧ୍ୟରେ ବିଭିନ୍ନ ଚରିତ୍ରର ଲୋକ ଆସି ଥାଆନ୍ତି l କିଛି ଲୋକ ଆମକୁ ଭଲ ଲାଗନ୍ତି ଏବଂ ଆଉକିଛି ଲୋକ ଆମକୁ ଖରାପ ଲାଗି ଥାଆନ୍ତି l ସେଥି ମଧ୍ୟରୁ କିଛି ଲୋକ ରହି ଥାଆନ୍ତି ଆଉ କିଛି ଲୋକ ଚାଲି ଯାଇ ଥାଆନ୍ତି l କିନ୍ତୁ ଏପରି କିଛି ଲୋକ ରହି ଥାଆନ୍ତି ଯାହାଙ୍କ ସ୍ଵଭାଵ ଆମକୁ ଖରାପ ଲାଗିଥାଏ ଓ ସେମାନଙ୍କୁ ଆମେ କଦାପି ଜୀବନ ରେ ଭୁଲିବା ସମ୍ଭବ ହୋଇ ନଥାଏ l
ଏଭଳି ଲୋକଙ୍କ ବିଷୟରେ ଆମେ ସର୍ବଦା ନିଜ ଶାସ୍ତ୍ରର ବର୍ଣନା ଅନୁସାରେ ଆମ ବାସ ସ୍ଥଳୀ ସର୍ବଦା ମନ୍ଦିର ଭଳି ପବିତ୍ର ସ୍ଥାନ ଅଟେ l ଏଠାରେ ଦେବତା ବାସ କରନ୍ତି l କିନ୍ତୁ ଯଦି ଆମେ କିଛିଟା କୁକର୍ମ କରିଥାଉ ସେହି ଦେବତା ଙ୍କ ପ୍ରଭାବ ଆମ ଉପରେ ଖରାପ ଭାବରେ ପଡିଥାଏ l
ଏଭଳି ବ୍ୟକ୍ତିଙ୍କ ଆଲୋଚନା ନିଜ ଘରେ କରନ୍ତୁ ନାହିଁ -:
୧) ମୂର୍ଖ ବ୍ୟକ୍ତି:- କଦାପି ନିଜ ଘରେ ମୂର୍ଖ ବ୍ୟକ୍ତି ଙ୍କ ଚର୍ଚ୍ଚା କରନ୍ତୁ ନାହିଁ । ଏଭଳି ବ୍ୟକ୍ତି ଙ୍କ ବିଷୟରେ ଚର୍ଚ୍ଚା କରିବା ଦ୍ୱାରା ଘରର ବାତାବରଣ ଅଶୁଦ୍ଧ ହୋଇଥାଏ ଓ ନକାରାତ୍ମକ ଶକ୍ତି ଘରେ ପ୍ରବାହିତ ହୋଇ ଆପଣଙ୍କ ଜ୍ଞାନ ର ପରି ସମାପ୍ତି ହେଇଥାଏ ।
୨)ମିଠା କଥା କହୁଥିବା ବ୍ୟକ୍ତି :-
ଯେଉଁ ବ୍ୟକ୍ତି ମୁହଁ ରେ ମିଠା କଥା କହି ପଛରେ ଆପଣଙ୍କ କୁତ୍ସାରଟନା କରିଥାଏ ସେଭଳି ବ୍ୟକ୍ତି ନିକଟରୁ ଦୂରେଇ ଯିବା ଆବଶ୍ୟକ । ଏହାଛଡା ସେଭଳି ବ୍ୟକ୍ତିର ଆଲୋଚନା କଲେ ଆପଣ ଙ୍କ ଭିତରେ ନକାରାତ୍ମକ ଶକ୍ତି ପ୍ରଭାବ ବିସ୍ତାର କରିବ ।
୩) ଅହଙ୍କାରୀ –
 ଅହଙ୍କାର ହେଉଛି ବିନାଶ ର କାରଣ । କଦାପି କୌଣସି ଅହଙ୍କାରୀ ଲୋକ ର ଆଲୋଚନା ନିଜ ପରିବାର ମଧ୍ୟରେ କରନ୍ତୁ ନାହିଁ । କାରଣ ଅହଙ୍କାରୀ ବ୍ୟକ୍ତି ମାନଙ୍କ ବିଷୟରେ ସର୍ବଦା ଆଲୋଚନା କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ଖରାପ୍ ସ୍ଵଭାବ ଆପଣଙ୍କ ମଧ୍ୟ କୁ ଆସିଥାଏ ।
୪) ଈର୍ଷା ପରାୟଣ ବ୍ୟକ୍ତି -:
ଯେଉଁ ବ୍ୟକ୍ତି ଅନ୍ୟର ସୁଖ ଦେଖି ସହି ପାରି ନଥାଏ , ଏହାଛଡା ସେ ଅନ୍ୟ ର କଷ୍ଟ ସମୟରେ ଆନନ୍ଦ ଅନୁଭବ କରିଥାଏ ଏଭଳି ବ୍ୟକ୍ତି ଙ୍କ ନିକଟରୁ ଦୂରେଇ ରହିବା ଆବଶ୍ୟକ। କାରଣ ଏଭଳି ପ୍ରତିଟି କ୍ଷେତ୍ରରେ ଭୟଙ୍କର ହୋଇ ଥାଆନ୍ତି ।
* କଳହ ପ୍ରକୃତିର ବ୍ୟକ୍ତି :-
କଳହ ସ୍ଵଭାବ ବ୍ୟକ୍ତିଙ୍କ ବିଷୟରେ କଦାପି ଆଲୋଚନା କରନ୍ତୁ ନାହିଁ। ଏଭଳି ବ୍ୟକ୍ତିଙ୍କ ଯୋଗୁଁ ଆପଣଙ୍କ ଜୀବନରେ ଅସ୍ଥିରତା ଦେଖା ଦେଇଥାଏ । ତେଣୁ ଏଭଳି ବ୍ୟକ୍ତିଙ୍କ ନିକଟ କୁ ନଯିବା ଭଲ ।
Nalco
Leave A Reply