ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ଥାନା ଅନ୍ତର୍ଗତ କୁନ୍ଦୁରାଗୁଡା ର ଏଜ ପୋଖରୀ ରେ ବୁଡି ଜଣେ ମହିଳା ଙ୍କ ମୃତ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ମୃତ ମହିଳା ଙ୍କ ନାଁ ଲଳିତା ଭତ୍ରା ବୟସ ୩୨ ବର୍ଷ। ପୋଲିସ ର ସୂଚନା ଅନୁସାରେ ଆଜି ଦିନ ୧୦ ଟା ବେଳେ ଲଳିତା ଭତ୍ରା କୁନ୍ଦୁରାଗୁଡା ଗ୍ରାମ ନିକଟସ୍ଥ ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ।ଗାଧେଇବା ସମୟରେ କୌଣସି କାରଣ ରୁ ଗୋଡ଼ ଖସି ଯାଇଥିଲା। ଘଟଣା ସ୍ଥଳରେ ମହିଳା ଜଣଙ୍କ ପୋଖରୀ ରେ ବୁଡି ଯାଇଥିଲେ।
ତାଙ୍କ ସ୍ୱାମୀ କୁମର ଭତ୍ରା ନିଜ ସ୍ତ୍ରୀ ବହୁତ ଖୋଜାଖୋଜି ପରେ ନ ମିଳିବାରୁ ଶେଷରେ ପୋଖରୀରେ ବୁଡିଯିବା ନେଇ ସନ୍ଦେହ କରିଥିଲେ।ସ୍ଥାନୀୟ ଲୋକମାନେ ପୋଲିସ ଓ ଦମକଳ ବାହିନୀ କୁ ଡାକିଥିଲେ।
ଦମକଳ ବହିନୀ ଅକ୍ଲାନ୍ତ ପରିଶ୍ରମ ପରେ ଅପରାହ୍ନ ୪ଟା ରେ ମୃତ ମହିଳା ଙ୍କ ଶବ ମିଳିଥିଲା। ଏନେଇ ମୁତ ମହିଳା ଙ୍କ ସ୍ଵାମୀ ବୋରିଗୁମ୍ମା ଥାନା ରେ ଲିଖିତ ଆକାର ରେ ଦେଇଛନ୍ତି। ପୋଲିସ ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ଘଟଣାର ତଦନ୍ତ କରୁଥିବା ବେଳେ ଶନିବାର ଦିନ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି। ଏନେଇ ଥାନାରେ ଏକ ଅପମୃତୁ ମାମଲା ରୁଜୁ କରାଯାଇଛି।