Odisha news

ଏଣେ କରୋନା ମହାମାରୀ ଭୟ ତେଣେ ଜନ ଜୀବନ ବିପନ୍ନ

0
କେଶବ ଚନ୍ଦ୍ର ନାୟକ : ମାଲକାନଗିରି ତା୨୩.୭.୨୦୨୦ : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ଯା ବୃଦ୍ଧି ଯୋଗୁଁ ସମଗ୍ର ଅଞ୍ଚଳରେ କାୟା ବିସ୍ଥାର କରି ବାରେ ଲାଗିଛି !ଏହାର ଏକ ମାତ୍ର କାରଣ ହେଲା ଜିଲ୍ଲାକୁ କରୋନା ସଂକ୍ରମିତ ବ୍ଯକ୍ତି ବିଶେଷଙ୍କ ଅବାଧ ପ୍ରବେଶ !ଯେତେବେଳେ ମାଲକାନଗିରି ସୀମାନ୍ତକୁ ଲାଗିଥିବା ତେଲେଙ୍ଗାନା,ଆନ୍ଧ୍ର ପ୍ରଦେଶ,ଛତିଶଗଡ ରାଜ୍ଯଗୁଡିକରେ କରୋନା ସଂକ୍ରମିତ ହେବାର ଗଣମାଧ୍ଯମରେ ପ୍ରଚାର ପ୍ରସାର ହେଲା,ସେତେବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୟନ କରିଥିଲା !ପ୍ରବାସୀ ଦିନ ମଜୁରିଆ ଏବଂ ଅନ୍ଯନ୍ଯ ଘରୋଇ କମ୍ପାନୀରେ କାର୍ଯ୍ଯରତ ଶ୍ରମିକମାନେ ବସ ଯୋଗେ କଟକଣା ପୂର୍ବରୁ ସଂକ୍ରମିତ ହୋଇ ମାଲକାନଗିରି ଜିଲ୍ଲାକୁ ଚାଲି ଆସିଲେ !
କ୍ରମଶଃ କରୋନା ଅନ୍ଯ ରାଜ୍ଯରେ ବ୍ଯପକ ହେବା ଯୋଗୁଁ କଳକାରଖାନା ବନ୍ଦ ହେବା ସହ ଅନ୍ଯାନ୍ଯ ଘରୋଇ କମ୍ପାନୀଗୁଡିକରେ ସାମାଜିକ ସଂକ୍ରମଣ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ବନ୍ଦ କରି ଦିଆଗଲା !ଶ୍ରମଜୀବୀମାନେ ଜୀବିକା ହରାଇ ଗୃହ ବନ୍ଦୀ ହୋଇ ରହିଲେ !କାମ ନ ପାଇ ପ୍ରବାସରେ ପଡି ରହି ଶ୍ରମିକମାନେ ନିଜ ନିଜ ଭିଟାମାଟିକୁ ଆସିବା ପାଇଁ ବ୍ଯଗ୍ର ହେଲେ !ନିଜ ପାଖରେ ଥିବା ଯତ କିଞ୍ଚ୍ତ ଅର୍ଥକୁ ସାଇତି ହଜାର ହଜାର କିମି ଚାଲି ଚାଲି ଫେରିଲେ !ଭୋକ ଓପାସରେ ସପର୍ବା ଧରି ପଥ ପ୍ରାନ୍ତରେ ଜୀବନ ସହ ସଂଘର୍ଷ କରି ବହୁ କଷ୍ଟରେ ଫେରିଲେ !ବସ ଓ ଟ୍ରନଗୁଡିକର ଚଳାତଳ ସ୍ଥଗିତ ହେବା ଯୋଗୁଁ ଯାତାୟତ ସଂପୂର୍ଣ୍ଣ ଠପ ହୋଇ ଗଲା !
କେତେକ ଯୁବକ ସାଇକେଲ ଯୋଗେ ସ୍ବ ସ୍ବ ଭିଟାମାଟିକୁ ହଜାର ହଜାର କିମି ଦୂରତ୍ବକୁ ଅତିକ୍ରମ କରି ଫେରିଲେ ! ଜୀବନ ପାଇଁ ଜୀବନ ମରଣର ସଂଗ୍ରାମ ଯାହାକି ତ୍ତକାଳିନ ସମୟର ଏକ କରୁଣ ବିଭତ୍ସ ଲୋମହର୍ଷକାରୀ ଦୃଶ୍ୟ! କରୋନା ଅହେତୁକ ଭୟ ସତ୍ବେ ବହୁ ବାଧା ବିଘ୍ନକୁ ପାଥେୟ କରି ଆସିଥିବା ଲୋକମାନଙ୍କର ଏକ ମାତ୍ର ଲକ୍ଷ ଜନ୍ମ ମାଟିରେ ମରିବୁ,ବନ୍ଧୁ ପରିଜନଙ୍କ ଗହଣରେ ମରିବୁ, କନ୍ତି ପ୍ରବାସରେ ମରିବୁ ନାହିଁ !ଏଇ ସଂକଳ୍ପ ନେଇ ପ୍ରାଣ ବ୍କଳରେ ଧାଇଁ ଆସିଲେ !କିଛି ପ୍ରବାସୀ ପାଖରେ ଥିବା ସ୍ବଳ୍ପ ଅର୍ଥକୁ ଯେତେଣେ ପ୍ରାକାରଣେ ଗୁଣ୍ଡେ ମୁଠେ କରି ପଡି ରହିଲେ କାଳେ କଂପାନୀ ଖୋଲିଲେ କାମରେ ଯୋଗ ଦେବେ !ଗାଁରେ ଅଛି କଣ ?ଦ୍ରାରିଦ୍ର୍ଯର କଷାଘାତରେ ଜର୍ଜ୍ଜରିତ ହୋଇ ଭିଟାମାଟି ଛାଡି ପ୍ରବାସକୁ ଆସିଥିବା ଲୋକର ଅନ୍ଯାନ୍ଯୋପୟ କଣ ?ବଞ୍ଚିବା ପାଇଁ ପ୍ରବାସକୁ ଆସି ରୋଜଗାର ଅପେକ୍ଷାରେ ଥିବା ପ୍ରମିକ ଗୃହବନ୍ଦୀ ହୋଇ ଦୀର୍ଘ ଦିନ ଅପେକ୍ଷା କଲା !କିନ୍ତି କରୋନାର ପ୍ରକୋପ ଯୋଗୁଁ ଆଉ କଳ କାରଖାନା ଖୋଲିଲା ନାହିଁ !
କରୋନା ସଂକ୍ରମଣ ବ୍ଯାପକ ହେତୁ ସହରରଗୁଡିକରେ କର୍ଫ୍ଯୁ ଜାରି ହେଲା !ପୋଲିସ ବାହାରେ ଯିବା ଲୋକମାନଂକୁ ଅମାନୁଷିକ ଅତ୍ଯାଚାର କଲା !ପୋଲିସ ମାଡରେ କେତେ ଗୁରୁତର  ଆହାତ ହେଲେ ତ କେତେ ନିହତ ହେଲେ !ଜରୁରୀକାଳିନ ପରିସ୍ଥିତ ଠାରୁ ବୟାବହ ଅବସ୍ଥା ସମଗ୍ର ଭାରତରେ ଦେଖା ଗଲା !କାମ ଧନ୍ଦ ସହରଗୁଡିକରେ ନମିଳିବାରୁ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ଭୋକ ଓପାସରେ କେତେ ଦିନ ପଡି ରହିବେ ?ନିଜ ଭିଟାମାଟିକୁ ଫେରିବା ପାଇଁ ରାଜରାସ୍ତାରେ ବିକ୍ଷୋଭ ଆରମ୍ଭ କଲେ !କେନ୍ଦ୍ର ଏବଂ ରାଜ୍ଯ ସରକାର ପ୍ରବାସୀମାନଙ୍କୁ ନିଜ ରାଜ୍ଯକୁ ଫରେଇ ଆଣିବା ପାଇଁ ଯାତାୟତର ସୁବିଧା ସୁଯୋଗ ସୃଷ୍ଟି କଲେ !କିଛି ଦିନ ପାଇଁ ରେଳ ଏବଂ ବସ ଯାତ୍ରାର ବ୍ଯବସ୍ଥା କରାଗଲା !ପ୍ରବାସୀମାନଙ୍କୁ ଅଣା ଗଲା ପରେ ସଂପୃକ୍ତ ରାଜ୍ୟର ମୁଖ୍ଯ ମନ୍ତ୍ରୀମାନେ
ପ୍ରତ୍ଯେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ପ୍ରବାସୀ ଶ୍ରମିକ ବା ଅନ୍ଯାନ୍ଯ ବପ୍ରବାସୀମାନଙ୍କୁ ସଂଗରୋଧରେ ରଖିବା ପାଇଁ !
ସେଥି ପାଇଁ ଓଡିଶାର ପ୍ରତ୍ଯେକ ଜିଲ୍ଲାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇ ପ୍ରବାସୀ ଶ୍ରମିକମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିବା ପାଇଁ ବ୍ଯବସ୍ଥା କରାଗଲା !ପ୍ରତ୍ଯେକ ସରପଞ୍ଚମାନଙ୍କୁ ତତ୍କାଳିନ ସମୟରେ ୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଗଲା !ସଂଗରୋଧରେ ଥିବା ବ୍ଯକ୍ତି ବିଶେଷଙ୍କର କରୋନା ପରୀକ୍ଷଣ କରାଗଲା !ପ୍ରତ୍ଯେକ ଜିଲ୍ଲାରେ କୋଭିଡ-୧୯ ହସପିଟାଲ ଖୋଲାଯାଇ
ଲକ୍ଷଣ ଅନୁସାରେ ଚିକିତ୍ସା କାର୍ଯ୍ଯ ଚାଲୁ ରହିଲା !ଯେହେତୁ କରୋନା ରୋଗ ନିରାକରଣ ଲାଗି ଅଦ୍ଯାବଧି କୌଣସି ଔଷଧ ବାହାରି ନାହିଁ !ଏଣୁ ମୁହଁରେ ମୁଖା ପିନ୍ଧିବା,ହାତ ସାବୁନ ବା ସାନିଟାଇଜରରେ ବିଶୋଧନ କରିବା ଏବଂ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ପ୍ରଧାନ୍ଯ ଦିଆଗଲା ! ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ ୍ ଏବଂ ସଟ୍ ଡାଉନ୍ ଉପରେ ପ୍ରାଧାନ୍ଯ ଦିଆଗଲା !ପ୍ରତ୍ଯେକ ଜିଲ୍ଲାର ଜିଲ୍ଲାପାଳ ଏବଂ ପୋଲିସ ଲୋକମାନଂକ ଚଳ ପ୍ରଚଳ ଉପରେ ପ୍ରତିବନ୍ଧକ ଲଗାଇଲେ !
ପୋଲିସ ସୁଯୋଗ ଦେଖି ମାତ୍ରାଧିକ ଲାଠି ଚାଳନା କରି ଲୋକମାନଂକ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ  କଲା ଏବଂ କରୁଛି ମଧ୍ଯ !ଯେଉଁମାନେ ସ୍ବାସ୍ଥ୍ଯଗତ ସମସ୍ଯା ନେଇ ବାହାରକୁ ଗଲା କିମ୍ବା ଔଷଧ ପାଇଁ ମେଡିସିନ୍ ଷ୍ଟୋରକୁ ଗଲା ପୋଲିସ ଅଯଥା କ୍ଷମତାର ଅପ ପ୍ରୟୋଗ କଲା ! ଧର୍ତ୍ତବ୍ଯ ଅପରାଧି ପରି ବ୍ଯବହାର କରିବା ସହ,ଗାଡି ମୋଟର ଜବତ କଲା,ଲାଠି ଚାଳନ କଲା,ମୋଟା ଅଙ୍କର ଜରୋମାନା ଆଦାୟ କଲା ଏବଂ ମାମଲା ମଧ୍ଯ ଋଜୁ କଲା !ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ କ୍ରୟକରି ପେଟକୁ ମୁଠେ ଖାଇବା ଅସୁବିଧା ହେଲା !ଗରିବ ଓ ମଧ୍ଯ ବିତ୍ତ ଲୋକମାନେ ପାଖରେ ଯାହାଥିଲା ସବୁ ବିକି ଭଙ୍ଗି ଚଳିଲେ !
ଗାଁରେ କାମ ନାହିଁ କି ଯୋଜନା ନାହିଁ !ଏବେ କରୋନା ମହାମାରି ଅପେକ୍ଷା ଲୋକମାନଙ୍କ ପାଖରେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ଅର୍ଥ ନାହିଁ !ଅନାହାର ଅର୍ଦ୍ଧାହାରରେ ଜୀବନ ଏବେ ଦୁର୍ବିସହ ! ଏ ସଂପର୍କରେ ଓଡିଶା ରାଜ୍ଯ ସରକାରଂକ ପାଖରେ ବିକଳ୍ପ ବ୍ଯବସ୍ଥା ନାହିଁ !ପ୍ରତ୍ଯେକ ଜିଲ୍ଲାରେ କରୋନା ନାଁରେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ କରାଯାଇ ଲୋକମାନଂକ ଆର୍ଥିକ ମେରୁଦଣ୍ଡ ଦୋହଲାଇବ ବ୍ଯତୀତ ରୋଜଗାର  ପାଇଁ କୌଣସି ବିକଳ୍ପ ବ୍ଯବସ୍ଥା ନାହିଁ !ଆଗାମୀ ଦିନରେ କରୋନା ମହାମରି ଅପେକ୍ଷା ଅନାହାର ଜନିତ ମୃତ୍ୟର ତାଣ୍ଡବ ଲୀଳା ସର୍ବତ୍ର ଓଡିଶାର କୋଣ ଅନୁକୋଣରେ ଉଦ୍ରେକ ହୋଇ  କରାଳ ରୂପ ଧାରଣ କରିବ ଏଥିରେ ରାଜନୈତକ ଦଳ ଏବଂ ରାଜ୍ଯ ସରକାର ଚିନ୍ତନ ମନ୍ଥନ କରିବା ବେଳ ଆସିଛି !
Nalco

Leave A Reply