Odisha news

ଧାମନଗରରେ ଜଣେ ସାମ୍ବାଦିକ ଓ ୪ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୦ ଆକ୍ରାନ୍ତ : ସଂଖ୍ୟା ପହଞ୍ଚିଲା ୯୪ରେ

0

ଧାମନଗର (Basudev tripathy): ଧାମନଗର ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହା ଏକଶହ ଛୁଇଁବାକୁ ବସିଲାଣି । ଧାମନଗର ଏନ୍ଏସି ରେ କରୋନା ସଂକ୍ରମଣ ଉଦ୍ବେଗ ଜନକ ସ୍ଥିତିରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଧାମନଗର ଥାନା, ତହସିଲ, ଏନ୍ଏସି, ଡ଼ାକ୍ତରଖାନା ଓ ବ୍ଲକ କାର୍ଯ୍ୟାଳୟରେ ଗତ ୨୦ତାରିଖ ଦିନ ୬୦ଜଣ ସରକାରୀ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇଥିବାବେଳେ ୨୨ତାରିଖ ଦିନ ୩୦ଜଣଙ୍କୁ ପରୀକ୍ଷା କରାଯାଇଥିଲା । ୨୨ତାରିଖ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୱାରେଣ୍ଟିନ୍ ସେଣ୍ଟର ଓ ଗଢିଆଳି ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରୁ ୨ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ଆଜି ଧାମନଗର ଏନ୍ଏସି ଅଞ୍ଚଳରୁ ୬ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଧାମନଗର ଥାନାର ୪ଜଣ କର୍ମଚାରୀଙ୍କ ପଜିଟିଭ ରିପୋର୍ଟ ଆସିଥିବାବେଳେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଥିବା ଜଣାଯାଇଛି । ସେହିପରି ଦିନାଜପୁର, ଉଚ୍ଚପଦା ଓ ବୟାଂଡ଼ିହ କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେଲେଖାଏଁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅସୁରାଳିରେ ଜଣେ ସାଧାରଣ ଲୋକଙ୍କ ପଜିଟିଭ ଥିବା ଜଣାଯାଇଛି । ଆଜିର ଏହି ୧୦ଜଣ ସଂକ୍ରମିତଙ୍କୁ ଲଗାଇ ଧାମନଗର ଅଞ୍ଚଳରେ ମୋଟ ପଜିଟିଭ ସଂଖ୍ୟା ୯୪ରେ ପହଂଚିଛି । ଗତକାଲି ଧାମନଗର ଥାନା ଅଧିକାରୀଙ୍କ ସମେତ ୬ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇ ଫେରିଥିବାବେଳେ ଧାମନଗରରେ ମୋଟ ୭୫ରୁ ଉଦ୍ଧ୍ୱର୍ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Nalco

Leave A Reply