ବୋରିଗୁମ୍ମା (ସ.ବ୍ୟୁ)– ବୋରିଗୁମ୍ମା ବ୍ଲକର ବିଭିନ୍ନ ପଂଚାୟତରେ ୭୦୦ ଶହ ହିତାଧିକାରୀ ଙ୍କୁ ପଶୁ ସମ୍ପଦ ବିଭାଗ ତରଫରୁ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି। ବୋରିଗୁମ୍ମା ପଶୁ ସମ୍ପଦ ଡାକ୍ତର ଡ଼.ଦେବାଶିଷ କର ଙ୍କ ପ୍ରତକ୍ଷ ତତ୍ୱବାଧାନରେ ବୋରିଗୁମ୍ମା ବ୍ଲକ ର ୩୧ ଗୋଟି ପଂଚାୟତରେ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି।
ପ୍ରତି ହିତାଧିକାରୀ ଙ୍କୁ ୨୫ ଗୋଟି କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି।ମାଲଦା ପଂଚାୟତରେ ୭୪ ଜଣ ହିତାଧିକାରୀ, ସାନ ପରିଆ ପଂଚାୟତରେ ୫୦ ଜଣ, ବି.ସିଂହପୁର ପଂଚାୟତରେ ୨୮ ଜଣ, ପଣ୍ଡସଗୁଡା ପଂଚାୟତରେ ୨୨ ଜଣ, ମୁଂଜା ପଂଚାୟତରେ ୧୨ ଜଣ, ଅଂଚଲା ପଂଚାୟତରେ ୪୬ ଜଣ, ସସାହାଣ୍ଡି ପଂଚାୟତରେ ୫୩ ଜଣ, ହରଦଳି ପଂଚାୟତରେ ୨୦ ଜଣ, ବୋରିଗୁମ୍ମା ପଂଚାୟତରେ ୨୦ ଜଣ, କଣାଗାଁ ପଂଚାୟତରେ ୧୯ ଜଣ, କାମରା ପଂଚାୟତରେ ୨୫ ଜଣ ହିତାଧିକାରୀ ଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି। ସେହିଭଳି ଅନ୍ୟାନ୍ୟ ପଂଚାୟତରେ ମଧ୍ୟ ପଶୁ ସମ୍ପଦ ବିଭାଗର ଅଧିକାରୀ ମାନେ ହିତାଧିକାରୀ ଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ।
ପ୍ରକାଶ ଥାଉକି ଗତ ବର୍ଷ ଚକଡ଼ା ପୋକ ଦ୍ୱାରା ବୋରିଗୁମ୍ମା ବ୍ଲକ ର ବହୁ ଧାନ ଚାଷ ନଷ୍ଟ ହୋଇଥିଲା। ସେହି କ୍ଷତି ଗ୍ରସ୍ତ ଚାଷୀ ମାନଙ୍କୁ ଚିହ୍ନଟ କରାଯାଇ କୁକୁଡ଼ା ଚିଆଁ ବଣ୍ଟନ କରାଯାଉଛି।।କୁକୁଡ଼ା ଚିଆଁ ବଣ୍ଟନ ସମୟରେ ଡ଼.ଯଜ୍ଞଦତ୍ତ ଦାସ, ଏଲ ଆଇ ଶ୍ରୀକାନ୍ତ ମଲ୍ଲିକ, ଗୋଲୀକା ଜାମ୍ବିକା, ଗୀତାଞ୍ଜଳି ଡାକୁଆ, ରଜନୀକାନ୍ତ, ରାଜଲଷ୍ମୀ ପୂଜାରୀ, ଲଷ୍ମୀ ନୃସିଂହ ପଣ୍ଡା, କୈଳାସ ବେନିଆ, ଭାସ୍କର ସିରା, ରଞ୍ଜନ ହିକ୍କା, ଅନୀଲ ମହନନ୍ଦିଆ ,ରାଜୀବ ଲୋଚନ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ।