Odisha news

ଆଫଗାନିସ୍ତାନର କାବୁଲର ଶୋର ବଜାରରେ ଥିବା ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଆକ୍ରମଣ:୨୫ ଜଣଙ୍କ ମୃତ୍ୟୁ

0

ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଗୁରୁଦ୍ୱାରରେ ପୁଲିସ ମୁତୟନ କରାଯାଇଥିଲା ଏବଂ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ବନ୍ଧୁକଧାରୀ ନିରୀହ ଭକ୍ତଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଶିଖ ସମ୍ପ୍ରଦାୟର ଶତାଧିକ ଲୋକ ପ୍ରାର୍ଥନା କରିବାକୁ ଏକାଠି ହୋଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତାଜା ସୂଚନା ଅନୁଯାୟୀ ସୁରକ୍ଷା ବାହିନୀଙ୍କ ପାଲଟା ଜବାବରେ ଚାରିଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି | ଏହି ଆକ୍ରମଣକୁ ନେଇ ତାଲିବାନ କହିଛି ଯେ ଏହି ଆକ୍ରମଣରେ ସେମାନଙ୍କର ହାତ ନାହିଁ। ଏହି ଆକ୍ରମଣ ଲାଗି ଇସଲାମିକ୍ ଷ୍ଟେଟ ନିଜକୁ ଦାୟୀ କରିଛି | ଏହି ଘଟଣାକୁ  ଭାରତ ତୀବ୍ର  ନିନ୍ଦା କରିଛି | ବିଦେଶ ମନ୍ତ୍ରାଳୟ ପକ୍ଷରୁ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି।

ବୁଧବାର ଦିନ ଆଫଗାନିସ୍ତାନର କାବୁଲର ଶୋର ବଜାରରେ ଥିବା ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି | ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରମଣକାରୀମାନେ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁ ଏବଂ ଶିଖ୍  ରହୁଥିବା କାବୁଲର ଶୋର ବଜାର ଅଞ୍ଚଳରେ ଏକ ଗୁରୁଦ୍ବାରକୁ ଟାର୍ଗେଟ କରିଥିଲେ। ବନ୍ଧୁକଧାରୀ ଗୁରୁଦ୍ବାରରେ ପଶି ଆଖିବୁଜା ଗୁଳିଚାଳନା କରିଥିଲେ। ଫଳରେ ସମାଗତ ଶ୍ରଦ୍ଧାଳୁଙ୍କୁ ମଧ୍ୟରୁ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ଆକ୍ରମଣରେ ୮ ଜଣ ମଧ୍ୟ ଆହତ ହୋଇଛନ୍ତି।

 

Leave A Reply