Odisha news

ମକର ସଂକ୍ରାନ୍ତି ରେ ସୂର୍ଯ୍ୟପୂଜା ଓ ଦାନଧର୍ମର କଣ ରହିଛି ମହତ୍ୱ

0

ମକର ସଂକ୍ରାନ୍ତି ପର୍ବ ହିନ୍ଦୁ ପରମ୍ପରାରେ ରହିଥିବା ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ ବିଶେଷ ପର୍ବ ଅଟେ l କାରଣ ଏହି ଦିନରୁ ଅଧିକାଂଶ ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥାଏ l ଏହା ପୌଷ ମାସରେ ପାଳନ କରାଯାଇ ଥାଏ l ଏହି ପର୍ବଟିକୁ ପ୍ରାୟ ସମସ୍ତ ହିନ୍ଦୁ ସମ୍ପ୍ରଦାୟ ବିଭିନ୍ନ ରୀତିନୀତି ଅନୁସାରେ ପାଳନ କରିଥାନ୍ତି l ପଂଜାବୀ ସଂପ୍ରଦାୟରେ ଏହାକୁ ଲୋହରୀ ଭାବରେ ପାଳନ କରାଯାଏ ଓ ତେଲୁଗୁ ମାନେ ପୋଙ୍ଗଲ ଭାବରେ ପାଳନ କରନ୍ତି l ଗୋଟିଏ ବର୍ଷକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ,ଗୋଟିଏ ହେଲା ଉତ୍ତରାୟଣ ଓ ଅନ୍ୟଟି ହେଲା ଦକ୍ଷିଣାୟନ l

ଏହିଦିନ ଠାରୁ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଏହି ଦିନର ଅନେକ ମହତ୍ୱ ରହିଛି ,ଏହି ଦିନର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ପୁତ୍ର ଶନିଦେବ ଅଟନ୍ତି l ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ଦିନ ସୂର୍ଯ୍ୟ ପୂଜାର ଅନେକ ମହତ୍ୱ ରହିଛି l ମତ୍ସ୍ୟ ପୁରାଣ ଅନୁସାରେ ଏହିଦିନ ସୂର୍ଯ୍ୟଙ୍କ ପୂଜା ସହିତ ଯଜ୍ଞ ଓ ହୋମ ଇତ୍ୟାଦି କରାଯାଇଥାଏ l ଏହିଦିନ ରାଶିରେ ପ୍ରସ୍ତୁତ ଜିନିଷର ବିଶେଷ ମହତ୍ୱ ରହିଛି l ପୁରାଣ ଅନୁସାରେ ମକରସଂକ୍ରାନ୍ତି ଅଟେ ବୈଭବ ,ପ୍ରଗତିସୂଚକ ,ସ୍ୱାସ୍ଥ୍ୟ ବର୍ଧକ ଓ ସମସ୍ତ ପ୍ରକାର ଭଲ କର୍ମର ଫଳ ଅଟେ l

ମକର ସଂକ୍ରାନ୍ତିରେ ରହିଛି ଦାନର ମହତ୍ୱ –

ମକର ସଂକ୍ରାନ୍ତି ଦିନ ସକାଳୁ ଗାଧୋଇ ବିଧି ବଧ ଭାବରେ ପୂଜାପାଠ ସାରି ଦାନ ଧର୍ମ କରିବା ଆବଶ୍ୟକ ,କାରଣ ତା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l ଏହିଦିନ ସୂର୍ଯ୍ୟଙ୍କୁ ଲାଲ ରଙ୍ଗର ବସ୍ତ୍ର ,ଗହମ ,ଗୁଡ଼ ,ମସୁର ଡାଲି ,ତମ୍ବା ,ଗୁଆ ,ଲାଲ ଫୁଲ ,ନଡ଼ିଆ ଇତ୍ୟାଦି ଅର୍ପଣ କରିବା ଆବଶ୍ୟକ l ଏହିଦିନ ଦାନ କରାଯାଇଥିବା ଜିନିଷ ଦ୍ୱାରା ଅନେକ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ l ତେଣୁ ଏହିଦିନ କମ୍ବଳ ଓ ଖାଦ୍ୟ ସାମଗ୍ରୀ ଦାନ ଦେବା ଆବଶ୍ୟକ l ମକର ସଂକ୍ରାନ୍ତି ଦିନଟିକୁ ଲୋକମାନେ ଗୋଟିଏ ମହତ୍ଵପୁର୍ଣ ପର୍ବ ଭାବରେ ପାଳନ କରିଥାନ୍ତି l

ସନାତନ ଧର୍ମ ଅନୁସାରେ ଉତରାୟଣର ୬ ମାସକୁ ଦେବତା ମାନଙ୍କର ଗୋଟିଏ ଦିନ ଓ ଦକ୍ଷିଣାୟନ ର ୬ ମାସକୁ ଦେବତା ମାନଙ୍କର ଗୋଟିଏ ରାତି ବୋଲି କୁହାଯାଏ l ମକର ସଂକ୍ରାନ୍ତି ଠାରୁ ୬ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ୬ଟି ରାଶିକୁ ଗତି କରିଥାନ୍ତି ,ସେହି ସମୟରେ ସୂର୍ଯ୍ୟ ଉତରାୟଣ ରେ ରୁହନ୍ତି l ଏହାପରେ କର୍କଟ ରାଶିରୁ ଧନୁରସି ପର୍ଯ୍ୟନ୍ତ ସୂର୍ଯ୍ୟ ଦକ୍ଷିଣାୟନ ଗତିରେ ରୁହନ୍ତି l  ମକର ସଂକ୍ରାନ୍ତି ରେ ସୂର୍ଯ୍ୟପୂଜା ଓ ଦାନଧର୍ମର କଣ ରହିଛି ମହତ୍ୱ

 

Nalco
Leave A Reply