Odisha news

ଚଳିତ ଥର ର ମକର ସଂକ୍ରାନ୍ତୀ ନେଇ ଆସୁଛି କିଛିଟା ବିଶେଷ ସଂଯୋଗ , ପୁର୍ଣ ହେବ ଆପଣଙ୍କ ସମସ୍ତ ମନର ଇଛା

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ଥରର ମକର ସଂକ୍ରାନ୍ତି ଜାନୁଆରୀ ୧୪ ତାରିଖରେ ଅନୁଷ୍ଠିତ ହେବ l  ଏହିଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ l  ତେଣୁ ଏହିଦିନ ଟି ଖୁବ ମହତ୍ଵପୁର୍ଣ ଅଟେ l ଅନେକ ବର୍ଷ ପରେ ଚଳିତ ବର୍ଷ ମକର ସଂକ୍ରାନ୍ତୀ ରେ ଘଟୁଛି କିଛିଟା ବିଶେଷ ସଂଯୋଗ l ଏହିଦିନ ମଧ୍ୟ ଶନି ଦେବ ନିଜ ରାଶି ମକରରେ ଗୋଚର କରିବେ l ଏହାଛଡା ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ମଧ୍ୟ ମକର ରାଶିରେ ପ୍ରବେଶ କରିବେ l

– ଏହାଛଡା ଏହିଦିନ ଚନ୍ଦ୍ରମା ଓ ଦେବଗୁରୁ ବୃହସ୍ପତି ମଧ୍ୟ ମକର ରାଶିରେ ପ୍ରବେଶ କରିବେ l  ଏହି କାରଣରୁ ମକର ରାଶିରେ ଗୋଟିଏ ପକ୍ଷରେ ସୂର୍ଯ୍ୟ, ବୁଧ ଓ ବୃହସ୍ପତି ଙ୍କ ସଂଯୋଗ ରେ ତ୍ରି ଗ୍ରହୀ ଯୋଗ ର ନିର୍ମାଣ ହେଉଛି l ଅନ୍ୟ ପକ୍ଷରେ ଦେବଗୁରୁ ବୃହସ୍ପତି ହଂସ ଯୋଗ ର ନିର୍ମାଣ କରିବେ l  ଏହାଛଡା ମକର ସଂକ୍ରାନ୍ତୀ ରେ ଶସ ଯୋଗ, ମାଲବ୍ୟ ଯୋଗ ଓ ସୁକର୍ମ ଯୋଗ ସୃଷ୍ଟି ହେଉଛି l

– ଜ୍ୟୋତିଷ ଶାସ୍ତ୍ରରେ ହଂସ ଯୋଗ , ଶସ ଯୋଗ ଓ ମାଲବ୍ୟ ଯୋଗ କୁ ପଞ୍ଚ ମହାପୁରୁଷ ଯୋଗ ଭାବରେ ଗ୍ରହଣ କରାଯାଇ ଥାଏ l ଯାହାକି ଅତି ଶୁଭ ଅଟେ l  ଏହି ବିଶେଷ ଯୋଗରେ ସ୍ନାନ , ଦାନ ଓ ପୂଜାର ଗୁଣରେ ଅନେକ ମହତ୍ୱ ରହିଥାଏ l

– ଚଳିତ ଥରର ମକର ସଂକ୍ରାନ୍ତି ରେ ରୋହିଣୀ  ନକ୍ଷତ୍ରରେ ବିଶେଷ ଯୋଗ ରହିଛି l  ଯାହାକି ହିନ୍ଦୁ ଧର୍ମରେ ଖୁବ ଶୁଭ ଅଟେ l  ଏହି ନକ୍ଷତ୍ରରେ ମକର ସଂକ୍ରାନ୍ତୀ ରେ ସ୍ନାନ, ଦାନ ପୂଜା ପଥର ବିଶେଷ ମହତ୍ୱ ରହିଥାଏ l  ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହିଦିନ ବିଶେଷ ଭାବରେ ମନ୍ଦିରରେ ଭଗବାନ ଙ୍କ ନିକଟରେ ନଡ଼ିଆ ଅର୍ପଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ l

– ମକର ସଂକ୍ରାନ୍ତି ରେ ଦାନ ଭଳି ପୁଣ୍ୟ କାର୍ଯ୍ୟ ଦ୍ୱାରା ଜୀବନ ରେ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l  ଏହିଦିନ ଗୋ ମାତା ଙ୍କ ସେବା କରିବା ଦ୍ୱାରା ପିତୃପକ୍ଷ ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଜୀବନ ର ସମସ୍ତ କ୍ଳେଶ ଦୂର ହୋଇଥାଏ l

– ରୋହିଣୀ ନକ୍ଷତ୍ରରେ ବିଶେଷ ଯୋଗ କାରଣରୁ ଆଜିର ଦିନରେ ବିଷ୍ଣୁ କିମ୍ବା କୃଷ୍ଣ ଙ୍କ ମନ୍ଦିରରେ ଅକ୍ଷତ ଓ ଦୁବ ଅର୍ପଣ କରିବା ଶୁଭ ଅଟେ l ଏହାଦ୍ୱାରା ଜୀବନ ର ସମସ୍ତ ଯନ୍ତ୍ରଣା ଦୂର ହୋଇଥାଏ ସନ୍ତାନ ମାନଙ୍କର ସୁଖ ସମୃଦ୍ଧି ଲାଭ ହୋଇଥାଏ l

Leave A Reply