ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ ତାରିଖ ଦିନ ଅନୁଷ୍ଠିତ ହେବ । ଏହିଦିନ ସମଗ୍ର ଭାରତ ବର୍ଷରେ ଗୋଟିଏ ବିଶେଷ ଦିନ ଅଟେ । ତେଣୁ ଭାରତର ସମସ୍ତ ରାଜ୍ୟରେ ଅଲଗା ଅଲଗା ଭାବରେ ଓ ଅଲଗା ଅଲଗା ନାମରେ ମକର ସଂକ୍ରାନ୍ତି ପାଳନ କରାଯାଇ ଥାଏ । ଏହିଦିନ ଟିକୁ କିଛିଟା ରାଜ୍ୟରେ ନବବର୍ଷ ଭାବରେ ପାଳନ କରାଯାଇ ଥାଏ ତ ଆଉକିଛି ରାଜ୍ୟରେ ଭଲ ଫସଲ ଆଗମନରେ ଚାଷୀ କୂଳ ଏହି ପର୍ବ କୁ ପାଳନ କରି ଥାଆନ୍ତି ।
ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବେ । ଏହିଦିନ ସୂର୍ଯ୍ୟ ଙ୍କ ରାଶିର ପରିବର୍ତନ କାରଣରୁ ୪ଟି ରାଶିର ବିଶେଷ ଭାଗ୍ୟ ପରିବର୍ତ୍ତନ ହେବାର ସୁଯୋଗ ରହିଛି । ଯାହା ଏହି ୪ରାଶିର ଭାଗ୍ୟ ପରିବର୍ତ୍ତନ ହେବ ବୋଲି ଶାସ୍ତ୍ରରେ କୁହାଯାଇଛି ।
ଏହିସବୁ ରାଶିରେ ହେବ ଭାଗ୍ୟ ପରିବର୍ତ୍ତନ -:
– ବୃଷ ରାଶି :
ମକର ସଂକ୍ରାନ୍ତି ଦିନ ଠାରୁ ବୃଷ ରାଶି ର ବ୍ୟକ୍ତି ଙ୍କ ଖୁବ୍ ଶୁଭ ଅଟେ । ଆୟ ବୃଦ୍ଧି ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ମିଳିବ । ତେଣୁ ବୃଷ ରାଶି ର ବ୍ୟକ୍ତି ଏହିଦିନ ନିଜ ଘରର ମୁଖ୍ୟ ଦ୍ଵାରରେ ଆମ୍ବ ପତ୍ର ତୋରଣ ଲଗାଇବା ଜରୁରୀ , ଯାହାଦ୍ଵାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
– ମିଥୁନ ରାଶି :
ମିଥୁନ ରାଶି ର ବ୍ୟକ୍ତିଙ୍କ ପାଇଁ ଏହିଦିନ ଟି ଠାରୁ ଖୁବ୍ ଶୁଭ ଅଟେ । ମିଥୁନ ରାଶି ର ବ୍ୟକ୍ତି ଚିନ୍ତା ମୁକ୍ତ ରହିବେ । ମିଥୁନ ରାଶି ର ବ୍ୟକ୍ତି ଙ୍କ ର ଏହିଦିନ ନିଜ ପିତାମାତା ଙ୍କ ଆଶୀର୍ବାଦ ନେବା ଜରୁରୀ ଓ ଯାହାଦ୍ଵାରା ସେମାନଙ୍କ ଜୀବନ ସୁଖମୟ ହେବ ।
– କର୍କଟ ରାଶି :
ମକର ସଂକ୍ରାନ୍ତି ଦିନ କର୍କଟ ରାଶି ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବ । ନୂତନ ଚାକିରି ପାଇଁ ମଧ୍ୟ ପ୍ରସ୍ତାବ ମିଳିବ । ବ୍ୟବସାୟ ରେ ମଧ୍ୟ ସଫଳତା ମିଳିବ । ଅବିବାହିତ ବ୍ୟକ୍ତି ଙ୍କ ଜୀବନ ରେ ଶୁଭ କାର୍ଯ୍ୟ ପାଇଁ ସୁଯୋଗ ମିଳିବ ।
– ବିଛା ରାଶି :
ବିଛା ରାଶି ର ବ୍ୟକ୍ତି ଙ୍କ ପାଇଁ ଏହି ମକର ସଂକ୍ରାନ୍ତି ଦିନ ଠାରୁ ଶୁଭ ସମୟ ଆସିବ ଓ ସେମାନେ ନିଜ କ୍ୟାରିୟର କୁ ନେଇ କିଛିଟା ଭଲ ନିର୍ଣ୍ଣୟ ନେବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଶୁଭ ସମୟ ଅଟେ ।