Odisha news

ମକର ସଂକ୍ରାନ୍ତୀ ରେ କଣ ରହିଛି ଗଙ୍ଗା ସ୍ନାନ ର ମହତ୍ୱ : କରନ୍ତୁ ଏହିସବୁ ମନ୍ତ୍ର ଜପ , ଲାଭ ହେବ ଜୀବନ ରେ ସୁଖ ସମୃଦ୍ଧି

0

ଚଳିତ ବର୍ଷ ଜାନୁଆରୀ ୧୪ ତାରିଖରେ ଶନିବାର ଦିନ ମକର ସଂକ୍ରାନ୍ତୀ ଅନୁଷ୍ଠିତ ହେବ l ଏହିଦିନ ଟି ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରଖିଛି l  ମକରସଂକ୍ରାନ୍ତୀ ଦିନ ସୂର୍ଯ୍ୟ ମକର ରାଶିକୁ ଗୋଚର କରି ଥାଆନ୍ତି l ଏହିଦିନ ଟି ଭାରତର ସମସ୍ତ ରାଜ୍ୟରେ ଅଲଗା ଅଲଗା ଭାବରେ ପାଳନ କରାଯାଇ ଥାଏ l କିଛିଟା ରାଜ୍ୟରେ ଏହାକୁ ନୂତନ ବର୍ଷର ଆଗମନ ଭାବରେ ପାଳନ କରି ଥାଆନ୍ତି ତ ଆଉକିଛି ରାଜ୍ୟରେ ଏହାକୁ ଫସଲ ଉତ୍ପାଦନ ର ଶୁଭକାର୍ଯ୍ୟ ଭାବରେ ପାଳନ କରନ୍ତି l ଶାସ୍ତ୍ର ମକର ସଂକ୍ରାନ୍ତୀ ରେ ସ୍ନାନ ଓ ଦାନ ର ଖୁବ ମହତ୍ୱ ରହିଛି l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତୀ ଦିନ ଗଙ୍ଗା ସ୍ନାନ ର ଅନେକ ମହତ୍ୱ ରହିଛି –

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତୀ ଦିନ ସୂର୍ଯ୍ୟଦେବ ମକର ରାଶି କୁ ଗୋଚର କରନ୍ତି ବା ପ୍ରବେଶ କରନ୍ତି l  ସୂର୍ଯ୍ୟଦେବ ମକର ରାଶି କୁ ପ୍ରବେଶ କରିବା ମାତ୍ରକେ ଖର ମାସ ର ସମାପ୍ତି ହୋଇଥାଏ l ତେଣୁ ଏହିଦିନ ଗଙ୍ଗା ସ୍ନାନ ର ବିଶେଷ ମହତ୍ୱ ରହିଥାଏ l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ମକର ସଂକ୍ରାନ୍ତି ଘଟୁଛି ବିଶେଷ ଯୋଗ, ସୂର୍ଯ୍ୟଙ୍କ ଛଡା ବୁଧ, ଚନ୍ଦ୍ରମା ଓ ଶନି ଙ୍କର ଶୁଭ ଯୋଗ ରହିବ l ଏହାଛଡା ଏହି ୪ଟି ଗ୍ରହ ମିଳିତ ଭାବରେ ଏହିଦିନ ଶୁଭ ଫଳ ପ୍ରଦାନ କରିବେ l ତେଣୁ ଏହିଦିନ ଗଙ୍ଗା ସ୍ନାନ କରି ଏହି ଗ୍ରହ ଗୁଡିକୁ ସନ୍ତୁଷ୍ଟ କରି ପାରିବେ l

– ମକର ସଂକ୍ରାନ୍ତୀ ରେ ସ୍ନାନ ଓ ଦାନ ର ଯୋଗ ରହିଥିବା କାରଣରୁ ଆପଣ ଯେ କୌଣସି ପବିତ୍ର ନଦୀରେ ବୁଡ଼ ପକାଇ ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ୱାରା ରୋଗ, ଦୁଃଖ ଓ ଭୟ ଦୂରେଇଯିବ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ l

– ଶାସ୍ତ୍ର ମାତ୍ରେ ଚଳିତ ବର୍ଷର ମକର ସଂକ୍ରାନ୍ତୀ ରେ ବିଶେଷ ଯୋଗ ରହିଥିବା କାରଣରୁ ପବିତ୍ର ନଦୀ ଗୁଡିକରେ ସ୍ନାନ ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ l ଜୀବନ ରୁ ସଙ୍କଟ ମଧ୍ୟ ଦୂର ହୋଇଥାଏ l ଏହିଦିନ ସୂର୍ଯ୍ୟଦେବ ଙ୍କୁ ସ୍ଵଷ୍ଟଣ୍ଟର ଭାବରେ ହଳଦୀ ଓ ଦୁଗ୍ଧ ରେ ଅର୍ଘ୍ୟ ଦେବା ଦ୍ବରାଈଶ୍ୱରଙ୍କ କୃପା ଲାଭ ହୋଇଥାଏ l

– ପୌରାଣିକ କଥା ଅନୁସାରେ ମକର ସଂକ୍ରାନ୍ତୀ ଦିନ ଭାଗିରଥ ଙ୍କୁ ତପସ୍ୟା କରି ଫଳ ସ୍ୱରୂପ ଗଙ୍ଗା ନଦୀ ପୃଥିବୀ ପୃଷ୍ଠାକୁ ଅବତରଣ କରିଥିଲେ l  ତେଣୁ ଏହିଦିନ ଗଙ୍ଗା ସ୍ନାନ ର ଅନେକ ମହତ୍ୱ ରହିଛି l

– ପୌରାଣିକ କଥାର ମାନ୍ୟତା ଅନୁସାରେ ଗଙ୍ଗା ନଦୀର ବେଗ ଅଧିକ ରହିଥିବା କାରଣରୁ ଭଗବାନ ଶିବ ତାଙ୍କ ଗର୍ବ କୁ ଖଣ୍ଡନ କରିବା ପାଇଁ ନିଜ ଜଟା ରେ ଧାରଣ କରିଥିଲେ l ତେଣୁ କୁହାଯାଏ ଯେ ଗଙ୍ଗା ସ୍ନାନ କିମ୍ବା ପବିତ୍ର ନଦୀରେ ସ୍ନାନ କରିବା ଦ୍ୱାରା ମହାଦେବ ଙ୍କ ମନ୍ତ୍ର ଜପ କରିବା ଉଚିତ l

– ଗଙ୍ଗା ସ୍ନାନ ସମୟରେ ନିହାତି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଜରୁରୀ ଓ ଏହାଛଡା ସୂର୍ଯ୍ୟ ମନ୍ତ୍ର ମଧ୍ୟ ଜପ କରିବା ଆବଶ୍ୟକ l  ଏହାଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ ଓ ଜୀବନ ର ଦୁଃଖ ଦୂର ହୋଇଥାଏ l

Leave A Reply