Odisha news

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ମହତ୍ୱ, ଯାହା ଦେଇଥାଏ ଏକତାରେ ଭିନ୍ନତାର ପରିଚୟ

0
ଆମ ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପରବ, ଯାହା ଗୋଟିଏ ସଂସ୍କୃତି ଓ ସଭ୍ୟତାର ପରିଚୟ ସୃଷ୍ଟି କରିଥାଏ , ଏହି ପର୍ବଟି ଦେଶର ସମସ୍ତ ସ୍ଥାନରେ ହର୍ଷ ଉଲ୍ଲାସ ରେ ନିଆରା ଢଙ୍ଗରେ ଅଲଗା ଅଲଗା ଭାବରେ ପାଳନ କରାଯାଇ ଥାଏ ,, ତେଣୁ ସମଗ୍ର ଭାରତ ବର୍ଷରେ ମକର ସଂକ୍ରାନ୍ତିର ରହିଛି ଗୋଟିଏ ବିଶେଷ ସ୍ଥାନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରି ଥାଆନ୍ତି । ଏହିଦିନ ଟିକୁ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ନାମରେ ପାଳନ କରାଯାଇ ଥାଏ । ଯେପରିକି ଆସାମ ରେ ବିହୁ ଓ ଆସାମୀ ମାନଙ୍କର ନୂତନ ବର୍ଷ ଭାବରେ ପାଳିତ ହୋଇଥାଏ ।
– ଗୁଜୁରାଟ ରେ ମକର ସଂକ୍ରାନ୍ତି କୁ ଉତ୍ତରାୟଣ ଭାବରେ ପାଳନ କରନ୍ତି ଓ ଏହିଦିନ ବିଶେଷ ଭାବରେ ଗୁଡ଼ି ଉଡା ପର୍ବ ର ଆୟୋଜନ କରାଯାଏ । ଯାହା ଗୋଟିଏ ଭାଇଚାରା ର ପ୍ରତୀକ ଅଟେ।
 ଆନ୍ଧ୍ର ପ୍ରଦେଶ ରେ ଏହି ଦିନକୁ ୪ ଦିନ ପାଳନ କରାଯାଏ , ଗୋଟିଏ ହେଲା ଭୋଗୀ ପଡୁ଼ଙ୍ଗା – ଯେଉଁଦିନ ଲୋକେ ପୁରୁଣା ଜିନିଷ କୁ ଘରୁ ବାହାର କରି ଫିଙ୍ଗି ଦିଅନ୍ତି ଦ୍ଵିତୀୟ ଦିନ ପେଡା ପଡୁ଼ଙ୍ଗା – ଏହିଦିନ ଏହିଦିନ ଲୋକେ ନୂତନ ବସ୍ତ୍ର ପିନ୍ଧନ୍ତି ଓ ସମସ୍ତଙ୍କୁ ଉପହାର ଦିଅନ୍ତି, ତୃତୀୟ ଦିନ କନୁମା ଓ ଚତୁର୍ଥ ଦିନ ମୁକାନୁମା ।
– ପଞ୍ଜାବ ରେ ଏହାକୁ ଲୋହଡି ଭାବରେ ପାଳନ କରନ୍ତି ଓ ଚାଷୀ ମକର ସଂକ୍ରାନ୍ତୀ ର ପର ଦିନ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ଏବଂ ମହିଳା ଓ ପୁରୁଷ ନିଆଁ ଜଳାଇ ପାରମ୍ପରିକ ନୃତ୍ୟ ପରିବେଷଣ କରନ୍ତି ଓ ଭଲ ଫସଲ ପାଇଁ ଆଶା ବାନ୍ଧନ୍ତି ।
– କର୍ଣ୍ଣାଟକ ରେ ଏଲୁ ବିରୋଧୁ ନାମରେ ପାଳନ କରାଯାଏ । ଏହିଦିନ ଚାଷୀ ନିଜ ବଳଦ ସହିତ ପାରମ୍ପରିକ ବେଶରେ ସଜାଇ ହୋଇ ବିଲ କୁ ଯାଇଥାଏ ।
– ବିହାର ଓ ଝାରଖଣ୍ଡ ରେ ଏହାକୁ ଗୋଟିଏ ପାରମ୍ପରିକ ପର୍ବ ଭାବରେ ପାଳନ କରାଯାଏ । ରାଶି ଏବଂ ଗୁଡ଼ ର ଆଦାନପ୍ରଦାନ କରାଯାଇ ସମ୍ପର୍କ ରେ ମଧୁରତା ରଖାଯାଏ ।
– ତାମିଲନାଡୁ ରେ ମକର ସଂକ୍ରାନ୍ତି କୁ ପୋଙ୍ଗଲ ଭାବରେ ପାଳନ କରାଯାଏ ଏବଂ ଈଶ୍ୱରଙ୍କ ନିକଟରେ ନୂତନ ଫସଲ ର କାମନା କରି ପ୍ରସାଦ ଅର୍ପଣ କରାଯାଏ ।
– ଉତ୍ତର ପ୍ରଦେଶ ରେ ଏହିଦିନ ଟିକୁ ଖିଚିଡି ନାମରେ କୁହାଯାଏ । ସେଠାରେ ଏହିଦିନ ଖେଚୁଡ଼ିର ଏହିଦିନ ଉତ୍ତରପ୍ରଦେଶ ବାସୀ ଖେଚୁଡ଼ି ସେବନ କରିବା ସହିତ ଖେଚୁଡ଼ି ମଧ୍ୟ ବାଣ୍ଟି ଥାଆନ୍ତି l ଏହିଦିନ ସକାଳୁ ସ୍ନାନ ସହିତ ସୂର୍ଯ୍ୟ ପୂଜନ ର ଅନେକ ମହତ୍ୱ ରହିଥାଏ l
– ଓଡ଼ିଶାରେ ଏହି ପର୍ବଟି କୁ ମକର ସଂକ୍ରାନ୍ତୀ ଭାବରେ ପାଳନ କରି ଥାଆନ୍ତି, ଏହିଦିନ ସୂର୍ଯ୍ୟ ପୂଜନ ସହିତ ସ୍ନାନ ଦାନ ର ମହତ୍ୱ ରହିଛି l ଏହାଛଡା ମକର ସଂକ୍ରାନ୍ତୀ ଦିନ ସୂର୍ଯ୍ୟ ଙ୍କ ନିକଟରେ ଓ ମକର ଚାଉଳ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ l
Leave A Reply