Odisha news

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୨୫୦ଜଣ ପୁଲିସକର୍ମଚାରୀ କରୋନା ସଂକ୍ରମିତ

0

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୨୫୦ଜଣ ପୁଲିସକର୍ମଚାରୀ କରୋନା ସଂକ୍ରମିତ ଥିବା ମୁମ୍ବାଇ କମିସନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି। କିମସନର ସିଂହ କହିଛନ୍ତି, ଉକ୍ତ କର୍ମଚାରୀଙ୍କ ପରୀକ୍ଷା ପଜିଟିଭ୍‌ ଆସିଛି। କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହି ପୁଲିସ କର୍ମଚାରୀଙ୍କ କରୋନା ଲକ୍ଷଣ ବହୁତ ସାମାନ୍ୟ ରହିଛି। କାହାରିକୁ ବି ଆଇସିୟୁରେ ରଖାଯାଇ ନାହିଁ। ତେବେ ମୁମ୍ବାଇ ଭାରତର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ତାଲିକାରେ ରହିଛି।

ମୁମ୍ବାଇ ମହାନଗର ନିଗମ  କହିବାନୁସାରେ, ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୧୦୫୨୭କୁ ପହଞ୍ଚି ଯାଇଛି। ଏଯାବତ ପ୍ରାୟ ୪୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଧାରାବି  ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ୭୩୩ରେ ପହଞ୍ଚି ଥିବା ବେଳେ ଏଯାବତ ୨୧ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣର ୧୨୩୩ଟି ମାମଲା ସାମ୍ନାକୁ ଆସିଛି। ଯାହା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬୭୫୮ରେ ପହଞ୍ଚି ଯାଇଛି। ରାଜ୍ୟରେ ଏଯାବତ ୬୫୧ଲୋକଙ୍କ ମୃତ୍ୟୁ ଏହି ଭାଇରସ୍‌ ସଂକ୍ରମଣ ଜନିତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

Leave A Reply