Odisha news

ମହାରାଷ୍ଟ୍ର ବିଧାନ ପରିଷଦ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପତ୍ନୀ ରଶ୍ମି ଓ ପୁତ୍ର ଆଦିତ୍ୟ ଓ ତେଜସ୍‌ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ

0

ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦ୍ ନିର୍ବାଚନ ନିମନ୍ତେ ସୋବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପତ୍ନୀ ରଶ୍ମି ଓ ପୁତ୍ର ଆଦିତ୍ୟ ଓ ତେଜସ୍‌ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ, ସୁଭାଷ ଦେଶାଇ, ଏକନାଥ ସିନ୍ଧେ ଆଦି ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ ସହ ବିଧାନ ଭବନରେ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଉପମୁଖ୍ୟ ମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାୱାର, ଜୟନ୍ତ ପଟେଲ, କଂଗ୍ରେସ ନେତା ଅଶୋକ ଚୱନ ଏବଂ ବାଲାସାହେବ ଥୋରାଟ ମଧ୍ୟ ସମର୍ଥନ ଜଣାଇବାକୁ ସେଠାରେ ଉପସ୍ଥିତ ଥିଲେ।

ନିର୍ବାଚନ ଲଢ଼ିବାରେ ସେ ହେଉଛନ୍ତି ଠାକ୍‌ରେ ପରିବାରର ଦ୍ବିତୀୟ ସଦସ୍ୟ। ତାଙ୍କ ପୁତ୍ର ତଥା ମନ୍ତ୍ରୀ ଆଦିତ୍ୟ ୨୦୧୯ ମସିହା ଅକ୍ଟୋବର ମାସରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ମେ ୨୧ ତାରିଖରେ ବିଧାନ ପରିଷଦ୍‌ ପାଇଁ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ପାର୍ଟି ରବିବାର ସନ୍ଧ୍ୟାରେ ଜଣେ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରି ନେବାକୁ ନିଷ୍ପତ୍ତି ନେଇଛି। ତେଣୁ ଏହି ୯ଟିଯାକ ବିଧାନ ପରିଷଦ୍‌ ଆସନର ନିର୍ବାଚନରେ କେହି ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ରହିବେ ନାହିଁ। ଅପ୍ରତିଦ୍ବନ୍ଦ୍ବୀ ଭାବେ ଠାକ୍‌ରେ ରାଜ୍ୟ ବିଧାନ ପରିଷଦ୍‌ର ଉଚ୍ଚ ସଦନକୁ ନିର୍ବାଚିତ ହେବେ।

Nalco
Leave A Reply