ମାହାଙ୍ଗା୧୫ା୭ : ଆଜି ମାହାଙ୍ଗା ବ୍ଲକର ସବୁଠାରୁ ବଡ ସଂଗରୋଧ କେନ୍ଦ୍ର ଯାହାକି ଭଦ୍ରେଶ୍ୱର ପଂଚାୟତର ଝାଡେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରହିଛି ସେଠାରେ ପ୍ରବାସୀମାନଙ୍କ ଦ୍ୱାରା ସ୍ଥାନୀୟ ସରପଂଚଙ୍କୁ ଏକ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଭୟ ମହିଳା ଓ ପୁରୁଷ ପ୍ରବାସୀମାନେ ଯୋଗଦେଇଥିଲେ । କେନ୍ଦ୍ରରେ ପ୍ରବାସୀମାନଙ୍କୁ ଠିକ୍ ରୂପେ ଖାଦ୍ୟ ପେୟର ବ୍ୟବସ୍ଥା କରିବା ସହିତ ସେମାନଙ୍କର ସମସ୍ୟା ବୁଝିବା କ୍ଷେତ୍ରରେ ଭଦ୍ରେଶ୍ୱର ପଂଚାୟତର ସରପଂଚ ନମିତାରାଣୀ ସ୍ୱାଇଁ ଓ ସରପଂଚଙ୍କର ପ୍ରତିନିଧି ବିପିନ୍ ସ୍ୱାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଯାହାଙ୍କୁ ନେଇ ସଂଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀମାନେ ସନ୍ତୋଷ ପ୍ରକାଶ କରିଥିଲେ । ଏହି କେନ୍ଦ୍ରରେ ୬୦ ଜଣ ପ୍ରବାସୀ , ସରପଂଚ, ରୋଷେୟା, ଅଙ୍ଗନୱାଡି କର୍ମୀ, ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଭଦ୍ରେଶ୍ୱର ସରପଂଚ ନମିତାରାଣୀ ସ୍ୱାଇଁ, ସମାଜସେବୀ ବିପିନ ସ୍ୱାଇଁ, ପଂଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ରାଉତ, ସମାଜସେବୀ ପ୍ରହଲ୍ଲାଦ ପଣ୍ଡା, ମିନୀ ଅଙ୍ଗନୱାଡି କର୍ମୀ କାନ୍ତିଲତା ନାୟକ, ରାଧାକାନ୍ତ ମିଶ୍ର, ଭାଗବତ ରଣା, ପ୍ରଫୁଲ୍ଲ କୁମାର ପ୍ରଧାନ, ଚୈତନ୍ୟ ସାହୁ, କ୍ଷୀରୋଦ ଚନ୍ଦ୍ର ନାଥଶର୍ମା , ଶରତ କୁମାର ମହାନ୍ତି, ଅଶୋକ କୁମାର ଜେନା, ସଂଜୟ କୁମାର ପ୍ରହରାଜ, ଗୌତମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏକ ନିଆରା ଢଙ୍ଗରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଇ ଏହି ସମ୍ବର୍ଦ୍ଧନା ସଭା କରାଯାଇଥିବାରୁ ସ୍ଥାନୀୟ ସରପଂଚଙ୍କ ଏହି ଉଦ୍ୟମକୁ ସାଧାରଣରେ ସ୍ୱାଗତ କରାଯାଇଥିଲା ।