ମହାକାଳପଡ଼ା 0୩/୧୧ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତେରଗାଁ ପଂଚାୟତ ସୋବଳା ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣା ସଭିଙ୍କୁ ଚକିତ କରିଛି l ଆଠବର୍ଷର ଝିଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗ୍ରାମର ଅଣାକାର ସ୍ୱାଇଁ ବୟସ (୫୧ )ନାବାଳିକା କୁ ପିଜୁଳି ଖାଇବା ନାଁ ରେ ନିଜ ବାଡି଼କୁ ଡାକିନେଇଥିଲେ l ସାଥିରେ ନେଇ ଅସଦାଚରଣ କରି ଛାଡିଦେଇଥିଲେ l ମାତ୍ର ନାବାଳିକା ଏସବୁ ଘଟଣା ବିଷୟରେ ଘରେ କହିବା ପରେ ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗ ମୂଳେ ମାର୍ଶାଘାଈ ପୋଲିସ ମାମଲା ୫0୭ /୨୩ ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଫରୱାର୍ଡ଼ କରିଛି l ସେପଟେ ସବିଶେଷ ତଥ୍ୟ ନେଇପୋଲିସ ଅଧିକ ତଦନ୍ତ ଚଳାଇଥିବାର ଜଣାପଡିଛି l ଉଲ୍ଲେଖ ଥାଉକି ନାତୁଣୀ ବୟସର ନାବାଳିକା ଝିଅ ପ୍ରତି ପଚାଶ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଙ୍କର ଏଭଳି ଆଚରଣ କୁ ସାଧାରଣ ରେ ନିନ୍ଦା କରାଯାଉଛି l