ମହାକାଳପଡ଼ା -୧୬ /0୮ : ରାଜ୍ୟ ଉଦ୍ୟାନ କୃଷି ବିଭାଗ ଅଧୀନରେ ପରିଚାଳିତ ବିଭିନ୍ନ ସ୍କିମ ବିଷୟରେ ଅଗ୍ରଣୀ ଚାଷୀ ମାନଙ୍କୁ ଅବଗତ କରାଇବା ସହିତ ସୁବିଧାର ଉପଲବ୍ଧ ନେଇ ମହାକାଳପଡ଼ା ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କର୍ମଶାଳା ରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗରଦପୁର ଶ୍ରୀରାମ ରତନ ପ୍ରଧାନଓ ପଟ୍ଟମୁଣ୍ଡାଇ ସୌମ୍ୟରଞ୍ଜନ ଓଝା, ମହାକାଳପଡ଼ା ସହକାରୀ କୃଷି ଅଧିକାରୀ ମୃତ୍ୟୁଞ୍ଜୟ ଦାସ ଏବଂ ଉଦ୍ୟାନ କୃଷି ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର ଆଦି ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ l ବିଭାଗୀୟ ଆୟୋଜିତ କର୍ମଶାଳାରେ ବ୍ଲକଅଧୀନ ୩୧ ପଂଚାୟତ ରୁ ଶହେରୁ ଅଧିକ ଅଗ୍ରଣୀ ଚାଷୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିବାର ଜଣାପଡିଛି l ଚଳିତ ଥର ଅଧା ଏକର ଜମିରେ କୋବି, ବାଇଗଣ, ଲଙ୍କା,ଭେଣ୍ଡି, କାକୁଡି ଓ ଜହ୍ନି ଆଦି ଶଙ୍କରିକରଣ ପରିବା ଚାଷ କଲେ ବିଭାଗୀୟ ସହାୟତା ରାଶି ନେଇ ପ୍ରଶିକ୍ଷକ ମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଛତୁ ଓ ପାନଚାଷୀଙ୍କୁ ସହାୟତା ରାଶି ସହିତ କେହି ଆଗ୍ରହୀ ଚାଷୀ ପାଞ୍ଚ ମେଟ୍ରିକ ଟନ ର ଶୀତଳ ଭଣ୍ଡାର ପ୍ରସ୍ତୁତି ରେ ମଧ୍ୟ ସହାୟତା ମିଳିଥାଏ l ସେହିପରି୧ ହେକ୍ଟର ଜମି ର ଚାଷୀ କୁ ଆବଶ୍ୟକ ସ୍ଥଳେ ଫସଲ କୁ ସିଞ୍ଚନ ପ୍ରଣାଳୀ ରେ ପାଣି ମଡ଼ାଇବା ପାଇଁ ସହାୟତାରେ ୩0ଗୋଟି ପାଇପ ସହିତ ପାଞ୍ଚଗୋଟି ସିଞ୍ଚାଇ ଯନ୍ତ୍ର ମିଳିବାର ସୁବିଧାନେଇ ଅବଗତ କରାଯାଇଥିଲା l ପଚାଶ ଡେସିମିଲ ଜମିରେ ୩୫ ଗୋଟି ବିଭାଗ ଯୋଗାଣ ନଡ଼ିଆଚାରା ରୋପଣ କଲେ ଚାଷୀ କୁ ଚାରିବର୍ଷ ଭିତରେ ମନରେଗା ଜରିଆରେ ୧୭୨ ଶ୍ରମଦିବସ ର ମଜୁରୀ ଯୋଗାଇ ଦିଆଯାଇ ପୂର୍ଣ୍ଣ ମାଲିକାନା ପ୍ରଦାନ କରାଯିବାର ସୁବିଧା ନେଇ ଅବଗତ କରାଯାଇଛି l କର୍ମଶାଳା ରେ ଉପକୂଳ ଅଂଚଳର ଅଗ୍ରଣୀ ଚାଷୀ ମାନଙ୍କ ସହାଭାଗିତା ଓ ଉତ୍ସାହ ଦେଖି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦେବଦାସ ଦତ୍ତ କେନ୍ଦ୍ରାପଡାବେଶ ଖୁସି ବ୍ୟକ୍ତ କରିଥିଲେ l ମହାକାଳପଡ଼ା ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌରଭ ମହାପାତ୍ର ଶିବିର ପରିଚାଳନା କରିଥିବା ବେଳେ ଅଧସ୍ତନ କର୍ମଚାରୀ ବିଜୟ ଦୀକ୍ଷିତ ଓ ପ୍ରଶାନ୍ତ ସ୍ୱାଇଁ ସହଯୋଗ କରିଥିଲେ l