Odisha news

ମହାଭାରତର ରୋଚକ କଥା : ଶ୍ରୀକୃଷ୍ଣ କାହିଁକି କରିଥିଲେ କର୍ଣ୍ଣ ଙ୍କ ଅନ୍ତିମ ସଂସ୍କାର

0

ମହାଭାରତ କଥା ଯଦି କହିବା ତେବେ ଶ୍ରୀକୃଷ୍ଣ , ପାଣ୍ଡଵ , କୌରବ ଙ୍କ ପରେ ମହାବେଳୀ କର୍ଣ୍ଣ ଙ୍କ କଥା ହିଁ ଆସିବ l କର୍ଣ୍ଣ ଯେତିକି ବଳଶାଳୀ ଥିଲେ ସେତିକି ବଡ଼ ଦାନ ବୀର ମଧ୍ୟ ଥିଲେ l ସେଥିପାଇଁ ତାଙ୍କୁ ଦାନବୀର କର୍ଣ୍ଣ ବୋଲି କୁହାଯାଉଥିଲା l ଆମେ ସମସ୍ତେ ଜାଣିଚୁ ଯେ କୁନ୍ତୀ ଙ୍କ ପୁତ୍ର କର୍ଣ୍ଣ ଅଟନ୍ତି , ସୂର୍ଯ୍ୟଦେବ ମନ୍ତ୍ର ରେ କୁନ୍ତୀ କର୍ଣ୍ଣ ଙ୍କୁ ପୁତ୍ର ଭାବରେ ଲାଭ କରିଥିଲେ l କିନ୍ତୁ ଅବିବାହିତା ଥିବା କାରଣରୁ ସେ କର୍ଣ୍ଣ ଙ୍କୁ ସନ୍ତାନ ଭାବରେ ଗ୍ରହଣ କରିପାରି ନଥିଲେ ଓ ତ୍ୟାଗ କରିଦେଇ ଥିଲେ l ପରେ କର୍ଣ୍ଣ ଙ୍କୁ ଗୋଟିଏ ରଥ ଚାଳକ ପାଇ ଲାଳନ ପାଳନ କରିଥିଲେ l ସେଥିପାଇଁ କର୍ଣ୍ଣ ଙ୍କୁ ସୂତପୁତ୍ର କୁହାଯାଏ l

ଏହି ସୁତପୁତ୍ର କାରଣରୁ କର୍ଣ୍ଣ ଙ୍କୁ ସମାଜ ରେ ଖୁବ ଲଜ୍ଜିତ ହେବାକୁ ପଡିଥିଲା l ସେ ଦ୍ରୌପଦୀ ଙ୍କ ସ୍ୱୟଂମ୍ବର କୁ ଯାଇ ଅପମାନିତ ହୋଇ ଫେରିଥିଲେ l ଏହି କାରଣରୁ
କର୍ଣ୍ଣ ପାଣ୍ଡଵ ମାନଙ୍କୁ ଘୃଣା କରୁଥିଲେ ଓ କୌରବ ଙ୍କ ନିକଟତର ହୋଇଥିଲେ l

ମହାଭାରତ ଯୁଦ୍ଧ ରେ ଶ୍ରୀକୃଷ୍ଣ ପାଣ୍ଡଵ ମାନଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ ଓ କର୍ଣ୍ଣ କୌରବ ମାନଙ୍କ ପକ୍ଷରୁ l ତଥାପି ଶ୍ରୀକୃଷ୍ଣ କର୍ଣ୍ଣ ଙ୍କ ଅନ୍ତିମ ସଂସ୍କାର କାହିଁକି କରିଥିଲେ ?
କର୍ଣ୍ଣ ଙ୍କୁ ଦାନବୀର କୁହାଯାଉ ଥିଲା l ଏବଂ ଭଗବାନ ଶ୍ରୀକୃଷ୍ଣ ଅନ୍ତିମ ସମୟରେ ତାଙ୍କର ପରୀକ୍ଷା ନେଇଥିଲେ l

ଇନ୍ଦ୍ର କପଟ କରି କାନର କୁଣ୍ଡଳ ଓ ବାହୁବନ୍ଧ ଦେବା ପରେ ଶ୍ରୀକୃଷ୍ଣ କର୍ଣ୍ଣ ଙ୍କୁ କିଛି ଭିକ୍ଷା ମାଗିଥିଲେ l ଯାହାର ପ୍ରତିବଦଳରେ କର୍ଣ୍ଣ ନିଜ ସୁନା ଦାନ୍ତ ଶ୍ରୀକୃଷ୍ଣ ଙ୍କୁ ଭାଙ୍ଗି ଅର୍ପଣ କରିଥିଲେ l ଏହି ଦାନାରେ ପ୍ରସନ୍ନ ହୋଇ ଭଗବାନ କୃଷ୍ଣ କର୍ଣ୍ଣ ଙ୍କୁ ୩ ଟି ବରଦାନ ମାଗିବାକୁ କହିଥିଲେ l

ପ୍ରଥମ ବରଦାନ ରେ କର୍ଣ୍ଣ ଶ୍ରୀକୃଷ୍ଣ ଙ୍କୁ ତାଙ୍କ ବର୍ଗର ଲୋକ ମାନଙ୍କର କଲ୍ୟାଣ କରିବାକୁ କହିଥିଲେ l

ଦ୍ଵିତୀୟ ବର ରେ ସେ କୃଷ୍ଣ ଙ୍କୁ ପରବର୍ତୀ ଜନ୍ମ କୃଷ୍ଣ ଙ୍କ ରାଜ୍ୟରେ ନେବାକୁ କହିଥିଲେ l

ତୃତୀୟ ବର ରେ କର୍ଣ୍ଣ ଇଚ୍ଛା କରିଥିଲେ ଏଭଳି ଗୋଟିଏ ବ୍ୟକ୍ତି ତାଙ୍କର ଅନ୍ତିମ ସଂସ୍କାର କରୁ ଯିଏ କି ପାପ ମୁକ୍ତ ହୋଇଥିବ l

ଭଗବାନ କୃଷ୍ଣ ସମସ୍ତ ବରଦାନ କର୍ଣ୍ଣ ଙ୍କ ର ଗ୍ରହଣ କରିଥିଲେ, କିନ୍ତୁ ତୃତୀୟ ବରଦାନ ବିଷୟରେ ଭାବିଥିଲେ ଯେ ଏଭଳି କେଉଁ ବ୍ୟକ୍ତି ଅଛି ଯିଏ କି ପାପ ମୁକ୍ତ l ଏହାକୁ ଚିନ୍ତା କରି ଭଗବାନ ବଚନବଧ ହେତୁ
କର୍ଣ୍ଣ ଙ୍କ ର ଅନ୍ତିମ ସଂସ୍କାର କରିଥିଲେ ଓ ପାପ ମୁକ୍ତ କରାଇ ବୈକୁଣ୍ଠ ପୁରୀ କୁ ପଠାଇ ଥିଲେ l

Leave A Reply