ହିନ୍ଦୁ ମହାପୁରାଣ ଓ ମହାକାବ୍ୟ ରେ ମହିଳା ମାନଙ୍କୁ ଖୁବ ଅଦ୍ଭୁତ ଭାବରେ ବର୍ଣନା କରାଯାଇଛି l ସେମାନଙ୍କ ଚରିତ୍ର ଗୋଟିଏ ଯୋଦ୍ଧା ନାରୀ ଭାବରେ ମଧ୍ୟ ଦେଖା ଯାଇଛି ଏବଂ ଗୋଟିଏ ପ୍ରଭାବଶାଳୀ ନାରୀ ଭାବରେ ମଧ୍ୟ l ଏମିତିରେ ମହାଭାରତ ଭାରତୀୟ ଇତିହାସ ର ସବୁଠୁ ମହତ୍ଵପୁର୍ଣ ମହାକାବ୍ୟ ଭାବରେ ପରିଚିତ ଅଟେ l ଆମେ ମହାଭାରତ ସମସ୍ତ ଚରିତ୍ର ବିଷୟରେ କିଛିନା କିଛି ଜାଣିଚୁ , କିନ୍ତୁ କିଛି ଏଭଳି ମହାନ ନାରୀ ଙ୍କ ଚରିତ୍ର ରହିଛି ଯାହା ବିଷୟରେ ଆମେ ଅଜ୍ଞ l ଆସନ୍ତୁ ସେହି ଭଳି କିଛି ମହାନ ନାରୀ ଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବା l
* ଅହିଳାବତୀ ଘଟୋତକଚ ର ପତ୍ନୀ –
ଆମେ ଜାଣିଥିବା ବିଭିନ୍ନ ଚରିତ୍ର ବିଷୟରେ ଅହିଳାବତୀ ଙ୍କ ନାମ କଦାପି ପ୍ରାୟ ଶୁଣି ନାହୁଁ l ଘଟୋତକଚ ର ପୁଅ ବର୍ବରୀକ କୁ ମଧ୍ୟ ମହାଭାରତ ଯୁଦ୍ଧ କୁ ପଠା ଯାଇଥିଲା l ଘଟୋତକଚ ଥିଲେ ଭୀମ ଙ୍କ ପୁତ୍ର ଓ ବର୍ବରୀକ ଥିଲା ଭୀମ ଙ୍କ ନାତି l ବର୍ବରୀକ ଙ୍କୁ ତାଙ୍କ ମା ଅହିଳାବତୀ ଯୁଦ୍ଧ ଶିକ୍ଷା ଦେଇଥିଲେ l ବର୍ବରୀକ ନିକଟରେ ବାଲ୍ମୀକି ଙ୍କ ଡିଜାଇ ଥିବା ୩ଟି ତୀର ଥିଲା ଯାହାର ପ୍ରୟୋଗ କରି ସେ ମହାଭାରତ ଯୁଦ୍ଧକୁ ସମାପ୍ତ କରି ପାରି ଥାଆନ୍ତେ , କିନ୍ତୁ ତାଙ୍କ ମା ଙ୍କୁ ସେ ବଚନ ଦେଇଥିଲେ ଯେ ସେ କଦାପି କୌଣସି ଦୁର୍ବଳ ଉପରକୁ ଏହି ସର ର ପ୍ରୟୋଗ କରିବେ ନାହିଁ l ତେଣୁ ଶ୍ରୀକୃଷ୍ନ ବର୍ବରୀକ ନିକଟରୁ ତାର ମସ୍ତକ ମାଗି ନେଇଥିଲେ l ଅହିଳାବତୀ ନାଗ କନ୍ୟା ଥିଲେ ଓ ସେ ଜନ କଲ୍ୟାଣ ପାଇଁ ନିଜ ପୁତ୍ରର ଜୀବନ କୁ ବାଜୀ ଲଗାଇ ଦେଇଥିଲେ l
* ରାଧା କର୍ଣ୍ଣାଙ୍କ ପାଳିତ ମା –
ଯେତେବେଳେ ଶ୍ରୀକୃଷ୍ନ ଙ୍କ ଆଲୋଚନା ହୋଇଥାଏ ସେତେବେଳେ ତାଙ୍କ ୨ମାଙ୍କ ବିଷୟରେ ଆଲୋଚନା ହୋଇଥାଏ l ସେହିଭଳି କର୍ଣ ଙ୍କ ସହିତ ମଧ୍ୟ ହୋଇଥିଲା l ଯଦି ରାଧା ତାଙ୍କୁ ନିଜର ମମତା ଦେଇ ପାଳି ନଥାଆନ୍ତେ ତେବେ ମହାଭାରତ ଯୁଦ୍ଧ ଏକ ପାଖିଆ ହୋଇ ଯାଇଥାଆନ୍ତି l କର୍ଣ ଙ୍କ ଦାନବୀର କରିଥିଲେ ରାଧା l ରାଧା କର୍ଣ ଙ୍କୁ ଧର୍ମର ପରିଚୟ ଦେଇ ଥିଲେ ସେଥିପାଇଁ କର୍ଣ ଧର୍ମ କୁ ମାନୁଥିବା ଯୋଦ୍ଧା ଥିଲେ l
* ଦୁଶଳା ଗାନ୍ଧାରୀ ଓ ଧୃତରାଷ୍ଟ୍ର ଙ୍କ ଝିଅ –
ଯେତେବେଳେ ଗାନ୍ଧାରୀ ଙ୍କ କଥା ଆଲୋଚନା ହୋଇଥାଏ ସେତେବେଳେ ତାଙ୍କ ୧୦୦ ପୁତ୍ର ଙ୍କ ଆଲୋଚନା ହୋଇଥାଏ l କିନ୍ତୁ ଧୃତରାଷ୍ଟ୍ର ଓ ଗାନ୍ଧାରୀ ଙ୍କର ଗୋଟିଏ ଝିଅ ଅଚି ଯାହାର ନାମ ଦୁଶଳା l ଦୁଶଳା ଙ୍କ ବିବାହ ଦୁର୍ଯ୍ୟୋଧନ ଙ୍କ ବନ୍ଧୁ ଜୟଦ୍ରଥ ସହିତ ହୋଇଥିଲା l
* ଚିତ୍ରାଙ୍ଗଦl ଅର୍ଜୁନଙ୍କ ପତ୍ନୀ –
ଅର୍ଜୁନ ଙ୍କ ପତ୍ନୀ ଭାବରେ ସୁଭଦ୍ରା ଓ ଦ୍ରୌପଦୀ ଙ୍କ ନାମ ଆସିଥାଏ, କିନ୍ତୁ ଅର୍ଜୁନ ଙ୍କର ଅନ୍ୟ ପତ୍ନୀ ମଧ୍ୟ ରହିଛନ୍ତି l ଚିତ୍ରାଙ୍ଗଦl ମଣିପୁର ର ରାଜକୁମାରୀ ଥିଲେ ବନବାସ ସମୟରେ ତାଙ୍କର ଅର୍ଜୁନ ଙ୍କ ସହିତ ସାକ୍ଷାତ ହୋଇଥିଲା l ଚିତ୍ରାଙ୍ଗଦl ଙ୍କ ଧନୁର୍ବିଦ୍ୟା ଦେଖି ଅର୍ଜୁନ ପ୍ରଭାବିତ ହୋଇଥିଲେ, ଚିତ୍ରାଙ୍ଗଦl ଙ୍କ କାମଦେବ ଙ୍କୁ ବର ମାଗି ଖୁବ ସୁନ୍ଦରୀ ହୋଇ ଯାଇଥିଲେ l ତାଙ୍କୁ ଦେଖି ଅର୍ଜୁନ ବିମୋହିତ ହୋଇ ଯାଇଥିଲେ ଓ ମଣିପୁର ର ରାଜାଙ୍କୁ ତାଙ୍କ କନ୍ୟାଙ୍କ ସହିତ ବିବାହ କରିବା ପାଇଁ ଆଜ୍ଞା ମାଗିଥିଲେ l ଚିତ୍ରାଙ୍ଗଦl ତାଙ୍କ ସମୁଖରେ ଗୋଟିଏ ସର୍ତ୍ତ ରଖିଥିଲେ , ଯିଏ ବି ତାଙ୍କ ଗର୍ଭରୁ ସନ୍ତାନ ପ୍ରସବ ହେବ ସେ ମଣିପୁର ରେ ରହିବ l ଏହି ସର୍ଟରେ ଅର୍ଜୁନ ରାଜି ହୋଇଥିଲେ ଓ ତାଙ୍କ ସହିତ ମଣିପୁର ରେ ୩ବର୍ଷ ରହିଥିଲେ l
* ସତ୍ୟବତୀ ରାଜା ଶାନ୍ତନୁ ଙ୍କ ପତ୍ନୀ –
ସତ୍ୟବତୀ ସେହି ନାରୀ ଥିଲେ ଯିଏକି ମହାଭାରତ ଯୁଦ୍ଧର ଭିତ୍ତିପ୍ରସ୍ଥ ରଖିଥିଲେ l ଭିଷ୍ମଙ୍କ ରାଜ ଅଭିଷେକ ପରେ ସତ୍ୟବତୀ ତାଙ୍କୁ ରାଜା ହେବାକୁ ଦେଇ ନଥିଲେ l ରାଜା ଶାନ୍ତନୁ ଗଙ୍ଗା ଙ୍କ ପରେ ହସ୍ତୀନାପୁର ପାଇଁ ରାଣୀ ଖୋଜୁଥିଲେ l ସେହି ସମୟରେ ତାଙ୍କର ଋଷି କନ୍ୟା ସତ୍ୟବତୀ ଙ୍କ ସହିତ ସାକ୍ଷାତ ହୋଇଥିଲା ଓ ସେ ତାଙ୍କ ପ୍ରେମରେ ପଡ଼ିଥିଲେ l ଏହାପରେ ସତ୍ୟବତୀ ସର୍ତ୍ତ ରଖିଥିଲେ ଯେ ତାଙ୍କ ସନ୍ତାନ ରାଜା ହେବ l ଏହି କାରଣରୁ ଭୀଷ୍ମ ପ୍ରତିଜ୍ଞା ନେଇଥିଲେ ଓ ଆଜୀବନ ବ୍ରହ୍ମଚାରୀ ରହିଥିଲେ l ଯେତେବେଳେ ସତ୍ୟବତୀ ଙ୍କ ୨ପୁତ୍ର ଙ୍କ ମୃତ୍ୟୁ ହୋଇଗଲା ସେତେବେଳେ ସେ ଅମ୍ବିକା ଓ ଅମ୍ବାଳିକା ଙ୍କୁ ଋଷି ବ୍ୟାସ ଙ୍କ ନିକଟରୁ ଗର୍ଭବତୀ କରାଇଥିଲେ l ସେତେବେଳେ ପାଣ୍ଡୁ ଓ ଧୃତରାଷ୍ଟ୍ର ଙ୍କର ଜନ୍ମ ହୋଇଥିଲା l ଏହି ସମସ୍ତ କଥାକୁ ଦେଖିଲେ ଲାଗିଥାଏ ଯେ ସତ୍ୟବତୀ ହେଉଛନ୍ତି ମହାଭାରତ ଯୁଧର ମୁଖ୍ୟ କାରଣ l