ମାତା ଜଗତଜନନୀ ଦୁର୍ଗତିନାଶିନୀ ଏହି ସଂସାରର ଆଧାର ଅଟନ୍ତି l ମମତାର ରୂପ ମା ଭବାନୀ ଶୋକ ବିନାଶିନୀ ଅଟନ୍ତି l ବର୍ତମାନ ସାରା ବିଶ୍ୱରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି l ମା ଶକ୍ତିମୟୀ ବିଶ୍ୱର ପାପ ଭାରକୁ ବିନାଶ କରିବା ପାଇଁ ଧରାପୃଷ୍ଠ କୁ ଅବତରଣ କରିଛନ୍ତି l ସାରା ବିଶ୍ୱ ବ୍ରହ୍ମାଣ୍ଡ ଗୋଟିଏ ଅଦ୍ଭୁତ ଅନୁଭୂତି ରେ ବିଭୋର ହୋଇ ଉଠିଛି l
ଏହି ଶାରଦୀୟ ଦୁର୍ଗାପୂଜା ସମୟରେ ପ୍ରତିଟି ଦିନ ଖୁବ ଗୁରୁତ୍ୱପୂର୍ଣ ଅଟେ l ଶାସ୍ତ୍ର ଅନୁସାରେ ଏହି ସମୟରେ ମାଙ୍କୁ ଉପାସନା କରିବା ଦ୍ୱାରା ମନର ସମସ୍ତ ଇଛା ପୁରଣ ହୋଇଥାଏ l ଆସନ୍ତୁ ଜାଣିବା ମହାନବମୀ ର ମହତ୍ୱ l
– ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା ଚଳିତ ଥର ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେଉଛି l ଏହି ଦିନଟି ବିଶେଷ ଭାବରେ ୩ ତାରିଖ ଦିନ ୪ ଟା ବାଜି ୩୭ ମିନିଟ ରେ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ଦିନ ୨ଟା ୨୦ ମିନିଟ ରେ ସମ୍ପୂର୍ଣ ହେଉଛି l କିନ୍ତୁ ଏହାକୁ ଅକ୍ଟୋବର ୪ ତାରିଖ ଦିନ ପାଳନ କରାଯିବ l
– ଚଳିତ ଥର ନବରାତ୍ରି ମହୋତ୍ସବ ଦିନ ମା ସିଦ୍ଧିଦାତ୍ରୀ ଙ୍କର ପୂଜା ଅନୁଷ୍ଠିତ ହେବ l ଆଜିର ଦିନରେ ମା ସିଦ୍ଧିଦାତ୍ରୀ ଙ୍କୁ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ l ଆଜି ପୂଜା କରିବା ସମୟରେ ମାଙ୍କ ନିକଟରେ ଘୃତ ଓ ମହୁ ପ୍ରସାଦ ଭାବରେ ଅର୍ପଣ କରିବା ଦ୍ୱାରା ସନ୍ତାନ ମାନଙ୍କ ଉପରେ ମାଙ୍କ କୃପଦୃଷ୍ଟି ରହିଥାଏ l
– ମହାନବମୀ ଦିନ ଟି ବିଶେଷ ମହତ୍ଵପୁର୍ଣ ଅଟେ l ଆଜିର ଦିନରେ ଘରର ମୁଖ୍ୟଦ୍ଵାର ରେ କଳସ ସ୍ଥାପନା କରିବା ଦ୍ୱାରା ଗୃହକୁ ସମୃଦ୍ଧିର ଆଗମନ ହୋଇଥାଏ l ଏହି କଳସ ସ୍ଥାପନା ସମୟରେ ମା ଦୁର୍ଗା ଙ୍କୁ ସ୍ମରଣ କରିବା ନିହାତି ଆବଶ୍ୟକ l
– ମହାନବମୀ ରେ ହୋମ କରିବା ଖୁବ ଶୁଭ ଅଟେ l ଏହି ସମୟରେ ଦେବୀ ସହସ୍ର ନାମର ଜପ କରାଯାଇ ଥାଏ l ମାନ୍ୟତା ଅନୁସାରେ ନବମୀ ରେ ହୋମ କରିବା ଦ୍ୱାରା ଶତ୍ରୁ ମାନଙ୍କର ବିନାଶ ହୋଇଥାଏ l ଜୀବନ ସୁଖମୟ ହୋଇଥାଏ l