ଏହି ତିନିପ୍ରକାର ଘରକୁ ସ୍ୱୟଂ ମାଲକ୍ଷ୍ମୀ କରି ଥାଆନ୍ତି ଆବିର୍ଭାବ, ସର୍ବଦା ରହିଥାଆଏ ପରିବାର ସଦସ୍ୟ ଙ୍କ ମଧ୍ୟରେ ସୁଖ ସମୃଦ୍ଧି
ଶାସ୍ତ୍ର ଅନୁସାରେ ଯେଉଁଠି ଲକ୍ଷ୍ମୀଙ୍କ ବାସ ହୋଇଥାଏ, ସେଠାରେ ସର୍ବଦା ସୁଖ ସମୃଦ୍ଧି ରହିଥାଏ l କିନ୍ତୁ ସମସ୍ତ ପ୍ରକାର ଘରେ ମାଲକ୍ଷ୍ମୀ ଙ୍କ ବାସ ହୋଇନଥାଏ l କିଛିଟା ଘର ଏଭଳି ରହିଛି ଯେଉଁଠିକୁ ମାଲକ୍ଷ୍ମୀ ସ୍ୱୟଂ ଚାଲି ଆସି ଥାଆନ୍ତି l ଏବଂ ଏଥିପାଇଁ କିଛିଟା ନିୟମ ମଧ୍ୟ ରହିଥାଏ l ଶାସ୍ତ୍ର ଅନୁସାରେ ଯେଉଁ ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ସେଠାରେ ଦରିଦ୍ରତା ନାଶ ହୋଇଥାଏ l
* ଶାସ୍ତ୍ର ଅନୁସାରେ ଯେଉଁ ଘରେ ଅନ୍ନ ର ସମ୍ମାନ କରାଯାଇ ଥାଏ, ସେହି ଘରେ ସର୍ବଦା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ l ମାଲକ୍ଷ୍ମୀ ଙ୍କ କୃପାରୁ ଏଭଳି ଘରର ଭଣ୍ଡାର ସର୍ବଦା ଭର୍ତି ହୋଇ ରହିଥାଏ l ଅନ୍ୟ ପକ୍ଷରେ ଯେଉଁ ଘରେ ଅନ୍ନ ର ସମ୍ମାନ ହୋଇ ନଥାଏ ଏବଂ ଖାଦ୍ୟ ର ଅନାଦର ହୋଇଥାଏ ସେଠାରେ ମା ଅନ୍ନ ପୂର୍ଣା ବାସ କରନ୍ତି ନାହିଁ l
* ଶାସ୍ତ୍ର ଅନୁସାରେ ଜଣେ ଜ୍ଞାନୀ ବ୍ୟକ୍ତି ର ସମସ୍ତ ସ୍ଥାନରେ ସମ୍ମାନ ରହିଥାଏ l କିନ୍ତୁ ଯେଉଁ ଘରେ ଜ୍ଞାନୀ ବ୍ୟକ୍ତି ଙ୍କୁ ସମ୍ମାନ କରାଯାଏ ନାହିଁ, ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ l ଯେଉଁ ଗୃହରେ ଜ୍ଞାନୀ ଗୁଣୀ ଙ୍କ ଆଦର ସତ୍କାର କରାଯାଇ ଥାଏ ସେଠାକୁ ମାତା ଲକ୍ଷ୍ମୀ ସ୍ୱୟଂ ଚାଲି ଆସି ଥାଆନ୍ତି l
* ଶାସ୍ତ୍ର ଅନୁସାରେ ଯେଉଁ ଗୃହ ରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ବନ୍ଧ ପ୍ରେମ ର ବନ୍ଧନ ସୁଦୃଢ଼ ହୋଇଥାଏ ଓ ଉଭୟ ଉଭୟ ଙ୍କର ସମ୍ମାନ କରିବା ସହିତ ଆଦର ସତ୍କାର କରି ଥାଆନ୍ତି ସେଠାରେ ସବୁବେଳେ ସକାରାତ୍ମକ ଶକ୍ତି ର ବାସ ହୋଇଥାଏ l ଏବଂ ପରିବାର ସଦସ୍ୟ ଙ୍କ ଜୀବନ ସୁଖମୟ ହୋଇଥାଏ l ଏବଂ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ l