Odisha news

ମା ମଙ୍ଗଳା ଙ୍କ ମହିଷମଦ୍ଦିନୀ ବେଶକୁ ଦର୍ଶନ କଲେ ଶତାଧିକ ଶ୍ରଦ୍ଧlଳୁ ।

0
କାକଟପୁର 3/10   ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଚାଲିଛି  ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା । ମହାଷ୍ଟମୀ ତିଥି ହୋଇଥିବାରୁ ପାରମ୍ପରିକ ପ୍ରଥାନୁସାରେ ମା ଙ୍କୁ ମହିଷମଦ୍ଦିନୀ ବେଶ ରେ ସଜ୍ଜିତ କରାଯାଇଥିଲା। ପୂର୍ବରୁ ମା ଙ୍କୁ ପାଦପଦ୍ମ , ଭୁଜ , ଧନୁ, ତୀର, କମାଣ ପ୍ରଭୁତି ଅସ୍ତ୍ର ଶସ୍ତ୍ର ଲାଗି କରାଯାଇଥିବା ବେଳେ ବାହାନ ସିଂହ କୁ  ମା ଙ୍କ ନିକଟରେ ଲାଗି କରାଯାଇଥିଲା। ଭକ୍ତ ମାନେ ଦେଖି ବିମୋହିତ ହୋଇଥିଲେ ଏବଂ ବିଳମ୍ୱିତ ରାତି ରେ ସନ୍ଧି ପୂଜା, କୁଷ୍ମାଣ୍ଡ ବଳି( ପାଣି କଖାରୁ ) ପ୍ରଦାନ କରାଯାଇଥିଲା। ଏହି ବଳି ପ୍ରଥା ନିସ୍ତବ୍ଦ ରାତିରେ ହୋଇଥାଏ ଏହି ବଳିକୁ ଦେଖିବାକୁ ଯେତିକି ଭୟ ଜାଗ୍ରତ ହୋଇଥାଏ ସେତିକି ମନରେ ଉତ୍ସlହ ମଧ୍ୟ ଥାଏ,ଆଜି ମନ୍ଦିର ରେ ଷୋଡଶ ଉପଚାର ପୂଜାପଣ୍ଡା ଭାବେ ପ୍ରକାଶ ପଣ୍ଡା, ପୂଜା ପଣ୍ଡା ଭାବେ ଶରତ କୁମାର ଦିକ୍ଷୀତ, ପାଳିଆ ସେବାୟତ ଭାବେ ରଞ୍ଜନ କୁମାର ଦିକ୍ଷୀତ ମା ଙ୍କ ବେଶ ଓ ଅନ୍ୟାନ୍ୟ ପୂଜା ନିତି ଅନୁଷ୍ଠିତ କରିଥିଲେ।ମଧ୍ୟାହ୍ନ ରେ ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ସପ୍ତସତି ଚଣ୍ଡି ପାଠ କରିଥିଲେ। ମାତୃ ଭକ୍ତଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଉଠିଛି କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ।
Leave A Reply