Odisha news

ଆଜି ହେଉଛି ନବରାତ୍ରି ର ଚତୁର୍ଥ ଦିନ ପୂଜା କରନ୍ତୁ ମା କୁଷ୍ମାଣ୍ଡା ଙ୍କୁ, ଘରେ ସର୍ବଦା ବିରାଜମାନ କରିବ ସମୃଦ୍ଧି ଓ ଶାନ୍ତି

0

ବର୍ତମାନ ସାରା ଭାରତରେ ଚୈତ୍ର ନବରାତ୍ରି ପାଳିତ ହେଉଛି l ଚଳିତ ଥର ଚୈତ୍ର ନବରାତ୍ରି ୯ ରୁ ୧୭ ଅପ୍ରେଲ ମଧ୍ୟରେ ପାଳିତ ହେବ l ନବରାତ୍ରି ସମୟରେ ମାଙ୍କ ର ୯ଟି ସ୍ୱରୂପ ର ବିଧିବିଧାନ ଭାବରେ ପୂଜା କରାଯାଇଥାଏ l ମାଙ୍କ ର ୯ଟି ସ୍ୱରୂପ ର ଅଲଗା ଅଲଗା ମହତ୍ୱ ରହିଥାଏ l ଚୈତ୍ର ନାବରାତ୍ରୀର ଚତୁର୍ଥ ଦିନ ମା କୁଷ୍ମାଣ୍ଡା ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଏହିଦିନ ଟିର ଭକ୍ତ ମାନଙ୍କ ପାଇଁ ବିଶେଷ ମହତ୍ୱ ରହିଥାଏ l

ମା କୁଷ୍ମାଣ୍ଡା ଙ୍କ ପୂଜା ବିଧି –
ଧାର୍ମିକ ମାନ୍ୟତା ଅନୁସାରେ ମା କୁଷ୍ମାଣ୍ଡା ସୃଷ୍ଟିର ଆଦି ଶକ୍ତିର ସ୍ୱରୂପ ଅଟନ୍ତି l ନବରାତ୍ରି ର ଚତୁର୍ଥ ଦିନ ଦେବୀ କୁଷ୍ମାଣ୍ଡା ଙ୍କୁ ପୂଜା କରାଯାଇ ଥାଏ l  ନିଜର ସ୍ମିତ ହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡ କୁ ଉତ୍ପନ୍ନ କରିଥିବାରୁ ତାଙ୍କୁ ଦେବୀ କୁଷ୍ମାଣ୍ଡା କୁହାଯାଇ ଥାଏ l

– ନବରାତ୍ରି ସମୟରେ ମା କୁଷ୍ମାଣ୍ଡା ଙ୍କୁ ଧ୍ୟାନ କରିବା ସମୟ ରେ ମା ଙ୍କୁ ଧ୍ୟାନ କରନ୍ତୁ l ଏହିଦିନ ସବୁଜ ରଙ୍ଗର ଆସନ ରେ ବସି ମା ଙ୍କୁ ପୂଜା କରନ୍ତୁ l ଏବଂ ମାଙ୍କ ନିକଟରେ ନାଲି ବସ୍ତ୍ର, ନାଲି ଚୁଡ଼ି ଓ ନାଲି ଫୁଲ ଅର୍ପଣ କରନ୍ତୁ l

– ମା ଙ୍କୁ ଜଳ ପୁଷ୍ପ ଅର୍ପଣ କରି କାମନା କରନ୍ତୁ ଆପଣଙ୍କ ଘର ପରିବାର ରେ ସମସ୍ତେ କୁଶଳ ମଙ୍ଗଳ ରେ ରୁହନ୍ତୁ l ଏବଂ ନିରୋଗୀ ରହିବା ପାଇଁ କାମନା କରନ୍ତୁ l

* ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର –
” ବନ୍ଦେ ବାଂଛିତ କାମlର୍ଥେ ଚନ୍ଦ୍ରାର୍ଘକୃତଶୋଖରାମ , ସିଂହରୁଢ଼ା ଅଷ୍ଟଭୁଜା କୁଷ୍ମାଣ୍ଡା ଯଶସ୍ବିନୀମ l
” ଯା ଦେବୀ ସର୍ବଭୂତେଷୁ ସୃଷ୍ଟି ରୁପେଣ ସଂସ୍ଥିତା , ନମସ୍ତସେଇ ନମୋ ନମଃ , ଓଂ କୁଷ୍ମାଣ୍ଡାୟେ ନମଃ l କୁଷ୍ମାଣ୍ଡା ଏଂ ହଃୟୀ ଦେଵୈ ନମଃ l

ମିଳିଥାଏ ଏହିସବୁ ଆଶୀର୍ବାଦ –
– ମା କୁଷ୍ମାଣ୍ଡା ହେଉଛନ୍ତି ଶାନ୍ତି ର ପ୍ରତୀକ , ମାଙ୍କ କୃପାରୁ ଦୂର ହୋଇଥାଏ ଜୀବନ ର ସମସ୍ତ ବାଧାବିଘ୍ନ l
– ମା ଙ୍କୁ ପ୍ରାର୍ଥନା କରିବା ସମୟରେ ହାତରେ ଦୁବ, ବରକୋଳି ପତ୍ର , ଅକ୍ଷତ, ଧଳା ଫୁଲ ଧରନ୍ତୁ l ଏବଂ ଏହାକୁ ଅର୍ପଣ କରିବା ସମୟ ରେ ଜୀବନ ରୁ ଦୂର ହୋଇଥାଏ ସମସ୍ତ ବିଘ୍ନ l
– ମା କୁଷ୍ମାଣ୍ଡା ଙ୍କ କୃପା ଯେଉଁ ଘରେ ରହିଥାଏ ସେଠାରେ ସର୍ବଦା ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ ଏବଂ ଜୀବନ ର ସମସ୍ତ କଷ୍ଟ ଦୂର କରନ୍ତି ମା l ଆଜିର ଦିନରେ ମାଙ୍କ କୃପା ଲାଭ କରିବା ପାଇଁ ଗୃହ ର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର ତୋରଣ ସ୍ଥାପନା କରନ୍ତୁ l

Leave A Reply