ନିରାକାରପୁର,୪/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଆଜି ପ୍ରତିଷ୍ଠିତ ମା ଉଗ୍ରତାରାଙ୍କ ପିଠରେ ଥିବା ହୁଣ୍ଡି ବାକ୍ସ ଖୋଲାଯାଇ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଛି ।ପ୍ରାୟ ପାଞ୍ଚ ମାସ ପରେ ହୁଣ୍ଡି ଖୋଲାଯାଇ ୭ଲକ୍ଷ ୨୭ ୯୫୫ ଟଙ୍କା ଆଦାୟ କରାଯାଇଛି ।ଆଦାୟ ସମୟରେ ଟାଙ୍ଗୀ ତହସିଲଦାର ଜନ୍ନେଜୟ ସାହୁ ଓ ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ ସ୍ଵତନ୍ତ୍ର ଅଫିସର ଶରତ ଚନ୍ଦ୍ର ଦେହୁରୀ ଟ୍ରଷ୍ଟର କର୍ମକର୍ତ୍ତା କୁମର ପାତ୍ର , ସୁବ୍ରତ କୁମାର ସାମନ୍ତରାୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କର୍ମି ଉପସ୍ଥିତ ଥିଲେ ।
