Odisha news

ନାମକୁ ମାତ୍ର ପାନ ଦୋକାନ ବନ୍ଦ, ଲକ୍ ଡାଉନରେ ଛୋଟ ଦୋକାନୀ ପ୍ରଭାବିତ

0

ରାଉରକେଲା : ଲକ୍ ଡାଉନ, ସଟ୍ ଡାଉନ୍ ନିହାତି ଆବଶ୍ୟକ, କରୋନାକୁ ନିୟନ୍ତ୍ରଣ ଲାଗି ଏସବୁ କରାଯାଉ । କିନ୍ତୁ ଏହି ସମୟରେ ରାସନ ଦୋକାନ, ମାଛ, ମାଂସ, ଅଣ୍ଡା, ପରିବା ଓ ବିଦେଶୀ ମଦ ଦୋକାନ ଖୋଲା ରହୁଥିବା ବେଳେ ନାମକୁ ମାତ୍ର ପାନ ଦୋକାନ କୁହାଯାଉଥିବା ଦୋକାନ ଗୁଡିକୁ ବନ୍ଦ କରାଯାଉଥିବାରୁ ସମ୍ପୃକ୍ତ ଦୋକାନୀ ମାନଙ୍କ ଆର୍ଥିକ ଅବସ୍ଥା ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଏହି ଦୋକାନ ଗୁଡିକର ସଂଖ୍ୟା ସହର ବଜାରରେ ସର୍ବାଧିକ । ଏମାନେ ଥଣ୍ଡା ପାନୀୟ, ଆଇସକ୍ରୀମ ଠାରୁ ଆରମ୍ଭ କରି ମୁଣ୍ଡ କଳାଲାଗି ପାଉଡର, ବ୍ରସ, ଛୁଂଚି, ସୂତା, ଗନ୍ଧକର୍ପୁର ସମେତ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ରଖି ବିକ୍ରୀ କରିଥାନ୍ତି । ତେଣୁ ଲୋକେ ଏହି ସବୁ ଦୋକାନ ଉପରେ ବେଶି ନିର୍ଭରଶୀଳ । ଆଜିକାଲି ଆଉ ଏସବୁ ଦୋକାନରେ ପାନ ମିଳୁନାହିଁ । ମିଳୁଥିଲା ପାନ ଗୁଟଖା ଓ ସିଗାରେଟ । ଏମାନେ ମଧ୍ୟ ଦୋକାନ ଭଡ଼ା ବାବଦରେ ସରକାରଙ୍କ ବିଭିନ୍ନ ସଂସ୍ଥାକୁ ଅର୍ଥ ଦେଉଛନ୍ତି । ରାଉରକେଲା ସହରରେ ଥିବା ଆରଡିଏର ଏହି ସବୁ ଦୋକାନୀ ମାନଙ୍କ ଭଡ଼ାରେ ଆରଡିଏର ଦରମା ହୁଏ ବୋଲି କୁହାଯାଏ । ଖାଲି ଆରଡିଏ ନୁହେଁ, ଆରଏମସିର ମଧ୍ୟ ଅନେକ ଦୋକାନ ରହିଛି । ହେଲେ ଲକ୍ ଡାଉନ, ସଟ୍ ଡାଉନ ବେଳେ ଏସବୁ ଦୋକାନ ବନ୍ଦ ହେବାରୁ ଲୋକେ ଚାହୁଁଥିବା ସାମଗ୍ରୀ ପାଉନାହାନ୍ତି ଓ ଦୋକାନୀ ମାନେ କ୍ଷତିରେ ପଡୁଛନ୍ତି । ଯଦି କିଛି ଅନ୍ୟାନ୍ୟ ଦୋକାନ ସହ ମଦ ଦୋକାନ ଖୋଲା ରହୁଛି ତେବେ ଏହି ସବୁ ଦୋକାନ ବିନା ପାନ ଗୁଟଖା, ପାନ ଓ ସିଗାରେଟରେ କାହିଁକି ଖୋଲା ଯାଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । ଖାଲି ଏହି ସବୁ ଦୋକାନ ନୁହେଁ ଅନେକ ଛୋଟ ଦୋକାନ ରହିଛି ସେଠାରେ ଲୋକଙ୍କର ନିୟମିତ ଆବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଛି । ତେଣୁ ଏସବୁକୁ ଘୋଷଣା ହୋଇଥିବା ସମୟ ସୀମା ଭିତରେ ଖୋଲିବାଲାଗି ସୁଯୋଗ ଦେଇ ସେମାନଙ୍କ ପରିବାର ଗୁଡିକୁ ବଂଚିବାରେ ସହଯୋଗ କରିବା ଅବଶ୍ୟକ ରହିଥିବା ମତ ପ୍ରକାଶ ପାଇଛି । ଯଦି ସେମାନେ ଦୋକାନ ବନ୍ଦ ରଖିବେ ତେବେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି ଦାବି ହେଉଛି ।

Nalco
Leave A Reply