Odisha news

ନାବାଳିକା ଅପହରଣକାରୀ ଗିରଫ; ନାବାଳିକା ଉଦ୍ଧାର

0

ଖୋର୍ଦ୍ଧା : ସଦରଥାନା ଅଂଚଳର ଜନୈକ ନାବାଳିକାକୁ ଅପହରଣ କରି ନେବା ଅଭିଯୋଗ ରେ ପୁଲିସ ଅପହରଣକାରୀ ରାଇରଙ୍ଗ ଗ୍ରାମର ତ୍ରିନାଥ ନାୟକ କୁ ଗିରଫ କରିଛି । ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣ ରେ ବ୍ୟବହୃତ ବୋଲେରୋଗାଡିକୁ ପୁଲିସ ଜବତ କରିଛି । ପ୍ରକାଶ ଥାଉକି, ସଦରଥାନା ଅଂଚଳର ଜନୈକ ନାବାଳିକାକୁ ରାଇରଙ୍ଗ ଗ୍ରାମର ତିନାଥ  ଅପହରଣ କରି ବିଳମ୍ବିତ ରାତିରେ ନେଉଥିବାବେଳେ ପୁଲିସ ପାଟ୍ରୋଲିଂ ଗାଡି ସେମାନଙ୍କୁ ବାଟରେ ଧରିଥିଲା ।

ଏହାପରେ ପୁଲିସ ଠାରୁ ଖସିବାଲାଗି ତ୍ରିନାଥ ନାବାଳିକାକୁ ନିଜର ମାଉସୀ ଝିଅ ବୋଲି କହିଥିଲା । ମାତ୍ର ଏଥିରେ ପୁଲିସର ସନେ୍ଦହ ହେବାରୁ ସେ ଦୁହେଁଙ୍କୁ ଥାନାକୁ ଆଣିଥିଲା । ପରେ ନାବାଳିକାର ବାପା ଥାନାରେ ପହଁଚି ତାଙ୍କ ଝିଅକୁ ତ୍ରିନାଥ ଅପହରଣ କରିନେଇଥିବା ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁକରି ତ୍ରିନାଥକୁ ଗିରଫ କରିଥିବାବେଳେ ବ୍ୟବହୃତ ବୋଲେରୋ ଗାଡିକୁ ଜବତ କରିଥିବା କହିଛି ।

Leave A Reply