ଲିଭର ଆମ ଶରୀରର ସବୁଠୁ ମହତ୍ଵପୁର୍ଣ ଅଙ୍ଗ ଅଟେ, ଏହା ଶରୀରର ମହତ୍ଵପୁର୍ଣ ଅଙ୍ଗ ର ଫଙ୍କସନ କରାଇଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମ ଦୈନନ୍ଦିନ ଜୀବନର ଖାଦ୍ୟ ପେୟ ପ୍ରଣାଳୀ ମଧ୍ୟ ସିଧାସଳଖ ଲିଭର କୁ ପ୍ରଭାବିତ ହୋଇଥାଏ l ଯଦି ଲିଭର କୁ ସୁସ୍ଥ ରଖିବାକୁ ଚାହିଁବା ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ସବୁଠୁ ଆବଶ୍ୟକ, ଯଦି ଆମେ ଖାଦ୍ୟ ଠିକ ଖାଇ ନଥାଉ ତେବେ ଲିଭର ଅଧିକ ପ୍ରଭାବିତ ହୋଇଥାଏ l
ଲିଭର କୁ ସୁସ୍ଥ ରଖିଥାଏ ସବୁଜ ପନିପରିବା, ତଟକା ଫଳ , ବିଭିନ୍ନ ଖାଦ୍ୟ ଶସ୍ୟ, ହେଲଦି ଫ୍ୟାଟ୍ସ ଓ ପ୍ରୋଟିନ ରିଚ ଫୁଡ, ଲିଭର କୁ ସୁସ୍ଥ ରଖିଥାଏ l କିନ୍ତୁ କିଛିଟା ଖାଦ୍ୟ ରହିଛି ଯାହାକି ଲିଭର ପାଇଁ ଖୁବ ଖରାପ ହୋଇଥାଏ, ଏଠାରେ ଆମେ ଆପଣଙ୍କୁ ଏଭଳି ୩ଟି ଖାଦ୍ୟ ବିଷୟରେ କହିବୁ ଯାହାର ଅଧିକ ସେବନ ଦ୍ୱାରା ଲିଭର ନଷ୍ଟ ହେବାର ଅଧିକ ସମ୍ଭାବନା ରହିଥାଏ l
* ତୈଳାକ୍ତ ଯୁକ୍ତ ଖାଦ୍ୟ ଯେପରିକି ପକୁଡି, ସିଙ୍ଗଡ଼ା, କାଚୁଡ଼ି , ଆଳୁ ଚପ, ଏହିସବୁ ତେଲରେ ଛଣାଛାଣି ଖାଦ୍ୟ କୁ ଯଦି ଆମେ ନିୟମିତ ଖାଇଥାଉ ତେବେ ଏହା ଲିଭର କୁ ରୋଗ ଗ୍ରସ୍ତ କରିଦେଇଥାଏ, ତେଣୁ ତେଲ ସମ୍ବନ୍ଧିତ ବିଭିନ୍ନ ଜିନିଷ କୁ କମ ଖାଇବା ଜରୁରୀ l
* ମିଠା ଏମିତିରେ ଶରୀର ପାଇଁ କ୍ଷତିକାରକ, କିନ୍ତୁ ବିଶେଷ ଭାବରେ ରିଫାଇଣ୍ଡ ସୁଗାର ଯାହା ଚିନି ଅଟେ ତାହା କୁ ନିୟମିତ ସେବନ କରିବା ଉଚିତ ନୁହେଁ, ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ଏହାଛଡା ଫଳ ଏବଂ କିଛିଟା ଶସ୍ୟ ଯେଉଁଥିରେ ସୁଗାର ଅଂଶ ରହିଥାଏ l
* ଏହାଛଡା ଅଧିକ ଆମୀସ ଖାଦ୍ୟ ମଧ୍ୟ ଲିଭର ପାଇଁ ବିପଡ ର କାରଣ ହୋଇପାରେ , ଯେପରିକି ଚିକେନ ଜାତୀୟ ଜିନିଷ, ଆମିଷ ରେ ବେକଡ଼ ଖାଦ୍ୟ, ଏଭଳି ଖାଦ୍ୟ ରେ ସାଚୁରେଟେଡ଼ ଫ୍ୟାଟ ଅଧିକ ଥାଏ, ଯାହା ଲିଭର ପାଇଁ କ୍ଷତିକାରକ ଅଟେ l