ଲିଭର ଶରୀରର ସବୁଠୁ ମହତ୍ଵପୁର୍ଣ ଅଙ୍ଗ, ଯାହାକି ଶରୀରକୁ ଅନେକ ଲାଭ ଦେଇଥାଏ, ଏହା ଶରୀରରୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ ଏବଂ ରକ୍ତ କୁ ଫିଲ୍ଟର କରିଥାଏ l ଲିଭର ଆମେ ଭୋଜନ କରୁଥିବା ଖାଦ୍ୟ ରୁ ପୋଷାକ ତତ୍ୱ କୁ ଅବଜର୍ଭ କରି ଅନ୍ୟ ସମସ୍ତ ଅଙ୍ଗ କୁ ପଠାଇଥାଏ l କିନ୍ତୁ ଆମେ ଅଜାଣତ ରେ ଏଭଳି ଅନେକ ଖାଦ୍ୟ ଖାଇଥାଉ ଯାହାକି ଶରୀର କୁ କ୍ଷତି କରିଥାଏ l
– ମଦ୍ୟପାନ ଲିଭର କୁ କ୍ଷତି କରିଥାଏ ଆମେ ଏହା ସମସ୍ତେ ଜାଣିଚୁ କିନ୍ତୁ ମଦ ବ୍ୟତୀତ ଏଭଳି ଅନେକ ଜିନିଷ ଅଛି ଯାହାକି ଶରୀର କୁ କ୍ଷତି କରିଥାଏ, ଆଜି ଆମେ ସେହି ସବୁ ଖାଦ୍ୟ ବିଷୟରେ ଜାଣିବା l
– ପ୍ରୋସେସଡ଼ ଫୁଡ ଭଳି ବର୍ଗର, ପିଜା, ଚିପ୍ସ ଭଳି ଖାଦ୍ୟ ଅଧିକ ସେବନ କରିବା ଦ୍ୱାରା ଲିଭର ପାଇଁ କ୍ଷତି କାରକ ହୋଇଥାଏ, ତେଣୁ ପ୍ରୋସେସଡ଼ ଫୁଡ ଖୁବ କମ ସେବନ କରିବା ଆବଶ୍ୟକ l
– ଚିନି ମଧ୍ୟ ଶରୀର ପାଇଁ କ୍ଷତି କାରକ ଅଟେ, ଏହା ଲିଭର କୁ ଯାଇ ସେଠାରେ ଫ୍ୟାଟ ବୃଦ୍ଧି କରିଥାଏ ସେଥିପାଇଁ ଏହାକୁ ସେବନ ମଧ୍ୟ ଆପଣ କମ କରିବା ଜରୁରୀ l ଏଥି ସହିତ କ୍ୟାଣ୍ଡି ଅନ୍ୟ ମିଠା ଜିନିଷ ମଧ୍ୟ କମ ସେବନ କରନ୍ତୁ l
– ପ୍ରୋସେସଡ଼ ମିଟ ଶରୀର ପାଇଁ ଖୁବ କ୍ଷତିକାରକ , ହେମ୍ ବର୍ଗର, ହଟ ଡଗ ଓ ବର୍ଗର ରେ ପ୍ରୋସେସଡ଼ ମିଟ ର ବ୍ୟବହାର ହୋଇଥାଏ ଯାହାକୁ ଲିଭର ରେ ଫ୍ୟାଟ ବୃଦ୍ଧି କରିଥାଏ, ଏବଂ ଆମକୁ ରୋଗ ରେ ପୀଡିତ କରିଥାଏ l
– ଯଦି ଆପଣ ନିଜ ଲିଭର କୁ ସୁସ୍ଥ ରଖିବା କୁ ଯାଉଛନ୍ତି ତେବେ ଫଳ , ପନି ପରିବା, କମ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଜରୁରୀ, ଏବଂ ଅଧିକ ପାଣି ପିଅନ୍ତୁ ଯାହାକି ଶରୀର ରୁ ଟକ୍ସିନ କୁ ବାହାର କରିଥାଏ l