Odisha news

ମଦ କାଉଁଣ୍ଟରରେ ମଦ୍ୟପଙ୍କ ଭିଡ଼

0

ତାଳଚେର :  ତାଳଚେର ସହର ମୁଖ୍ୟ ଟ୍ରାଫିକ୍ ଛକ ନିକଟସ୍ଥ ସରକାରୀ ମଦକାଉଁଣ୍ଟରରେ ମଦ୍ୟପୀମାନଙ୍କ ବିକଳିଆ ଅବସ୍ଥା ଦେଖିବାକୁ ମିଳିଥିଲା । ବିକଳିଆ ଅବସ୍ଥାକୁ ନେଇ ସମଗ୍ର ସହରରେ ଆଲୋଚନାର ମୁଖ୍ୟ ବିଷୟ ହୋଇଥିଲା । ଉକ୍ତ ମଦ କାଉଁଣ୍ଟରଟି ଖୋଲା ହୋଇଛି ଏବଂ ମଦ ବିକି୍ର ହେଉଥିବା ଖବର ପ୍ରଚାରିତ ହୋଇଯିବା ପରେ ମଦ୍ୟପୀମାନଙ୍କର ସେଠାକୁ ସୂଅ ଛୁଟିଥିଲା । କିଛି ସମୟ ମଧ୍ୟରେ ଉକ୍ତ ।କଉଁଣ୍ଟର ସମ୍ମୁଖରେ ଏକ ଯାତ୍ରାଭଳି ଲୋକ ରୁଣ୍ଢହୋଇଥିବା ଦେଖିବାକୁ ମିଳିଥିଲା ।

ପରିସ୍ଥିତି ଏପରି ହୋଇଥିଲା ଯେ, ପରି ଶେଷରେ ପୋଲିସ୍ ସେଠାରେ ପହଞ୍ଚି ମଦ୍ୟପୀମାନଙ୍କୁ ବୁଝାସୁଝା କରିବା ସହ ଠେଲାପେଲା ହୋଇଥିବା ଦୃଶ୍ୟ ଦେଖିବାକୁ ମଧ୍ୟ ମିଳିଥିଲା । ଏହା ଦୀର୍ଘ ସମୟଧରି ଚାଲିଥିବାରୁ ତାଳଚେର ସହର ହାଟତୋଟା ରାସ୍ତାଟି ଅବରୋଧ ହୋଇପଡ଼ିଥିଲା । ତେବେ ସେ ଯାହା ହେଉ ସେହି ମଦ କାଉଁଣ୍ଟରଟି ଖୋଲା ଯାଇଥିବା ଗୁଜବ ପ୍ରଚାର ହୋଇଯିବା ପରେ ଏଅବସ୍ଥା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.