Odisha news

ବଢ଼ୁଛି ତାତି, ଜଳୁଛି ତାଳଚେର : କୋଇଲା ନଗରୀ ଅଞ୍ଚଳରେ ତାପମାତ୍ରା ୪୮ଡ଼ିଗ୍ରୀ

0

ତାଳଚେର :  ବହୁଳ କୋଇଲା ଖଣି ସହ ଶିଳ୍ପ କାରଖାନା ବିଶିଷ୍ଟ କୁହାଯାଉଥିବା ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ଦୀର୍ଘ କିଛିଦିନ ହେବ ଅଗି୍ନବର୍ଷାତୁଲ୍ୟ ଅବସ୍ଥା ସୃଷ୍ଟି କରିଥିବାରୁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସରାକରୀଭାବେ ତାପମାତ୍ରା ୪୫ଡ଼ିଗ୍ରୀ ଛୁଇଁଥିବା ବେଳେ ଏହା କୋଇଲା ନଗରୀ ଅଂଚଳରେ ୪୮ଡ଼ିଗ୍ରୀ ହୋଇଥିବା କୁହାଯାଉଛି ମାତ୍ର ଏନେଇ କୌଣସ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନାହିଁ

 ଚଳିତ ଗ୍ରୀଷ୍ମଋତୁରେ କିଛିଦିନ ଅନ୍ତରରେ ଅଦିନିଆ ବର୍ଷା ଜନିତ ଗ୍ରୀଷ୍ମ ପ୍ରବାହ ସାଧାରଣତଃଭାବେ ବିଗତ ବର୍ଷମାନଙ୍କ ଭଳି ସେତେଟା ଅନୁଭୂତ ହେଉନଥିଲା । ମାତ୍ର ବିଗତ ସାମୁଦ୍ରିକ ଝଡ଼ବତାସପରେ ପ୍ରଚଣ୍ଡ ଖରାସାଙ୍ଗକୁ ଅସହୟ ଗୁଳୁଗୁଳି ସାଙ୍ଗକୁ ଉକ୍ରଟ ଜଳକଷ୍ଠ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏପରିକି ସକାଳର ସୂର୍ଯ୍ୟକିରଣ ଏତେ ପ୍ରଖର ହୋଇଛି ଯେ, ସୂର୍ଯ୍ୟାଦୟ ଅଂଚଳବାସୀଙ୍କୁ ଭୟବିତ କରିପକାଇଛି । ସକାଳ ୧୦ଟାରୁ ୧୧ଟା ବାଜିଲେ ଉପ୍ତତ୍ତ ଖରା ସହିନପାରି ଲୋକେ ଓ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକ ଘରମୁହାଁ ହୋଇପଡ଼ିଛନ୍ତି । ସେହିଭଳି କଟା ଘା’ରେ ଚୂନ ଦେଲା ଭଳିଆ ଘନଘନ ବିଦୁ୍ୟତ୍ କାଟ୍ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଉଛି । ଏସମ୍ପର୍କରେ ଅଧିକାରୀମାନଙ୍କ ସହିତ ଫୋନରେ ଯୋଗଯୋଗା କଲେ ମଧ୍ୟ ସେମାନେ ଫୋନ ଉଠାଇନଥାନ୍ତି ।

ଅସହୟ ଗୁଳୁଗୁଳି ଜନିତ ଦେହରୁ ଗମ୍ଗମ୍ ଝାଳ ପ୍ରବାହିତ ହୋଇ ଏକ ଗାଧୋଇ ପଡ଼ିଥିବା ସଦୃସ୍ୟ ଅବସ୍ଥା ସୃଷ୍ଠି କରିଛି । ସୂର୍ଯ୍ୟଙ୍କ ତାପରେ କଞ୍ଚାଗଛ ପଡ଼ିଛି ଝାଉଁଳି । ମଧ୍ୟାନ୍ନ ସମୟରେ ରାସ୍ତା ହୋଇଛି ଜନଶୂନ୍ୟ । ଶିଳ୍ପନଗରୀ ତାଳଚେର ଅଂଚଳ ଏକ ଗ୍ରୀଷ୍ମ ପ୍ରବଳ ଅଂଚଳଭାବେ ପରିଗଣିତ ହୋଇପଡ଼ିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏଥିପ୍ରତି କୌଣସି ହେଲେ ସ୍ଥାୟୀ ପ୍ରତିକାରେ ବ୍ୟବସ୍ଥା କରାଯାଇନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି ।

ସର୍ବାଧିକ ତାପମାତ୍ରା ସାଙ୍ଗକୁ ଉକ୍ରଟ ଜଳକଷ୍ଠରେ ତାଳଚେର ସହର ଠାରୁ  ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ନାହିଁନଥିବା ଅକଥନୀୟ ଦୁଃଖ ଓ ଦୁର୍ଦ୍ଦଶାରେ ଜୀବନ ବିତାଉଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ପ୍ରତିନିଧି ନା ପ୍ରଶାସନ ନା ପ୍ରଶାସନ ଅଧିକାରୀ ସମେତ ରାଜ୍ୟ ଓ କେନ୍ଦ୍ର ସରକାର କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ପରିତାପର ବିଷୟ ହୋଇଛି । ଏହି ସମସ୍ୟା ଦୀର୍ଘ ୩୫ରୁ ୪୦ବର୍ଷ ହେବ ତାଳଚେରରେ ଲାଗିରହିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ରବିବାର ୪୪.୩ ଥିବା ବେଳେ   ସୋମବାର ୪୪.୯ ଡ଼ିଗ୍ରୀ ଏବଂ ସମାନ୍ୟ ପରିବର୍ତ୍ତନ ଘଟି ଆଜି ୪୨.୬ ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ଉତ୍ତାପ (ହିମୋଡ଼ିଟି) ୪୧.ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି  

Har Ghar Tiranga

Leave A Reply