ନୂଆଦିଲ୍ଲୀ : ଦେଶ ଓ ଦୁନିଆରେ ଅନେକ ବଡ଼ବଡ଼ ଲାଇବ୍ରେରୀ ଅଛି ,କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଲାଇବ୍ରେରୀ ବିଷୟରେ କହୁଛୁ ଯାହା ଆପଣ ପୂର୍ବରୁ ଦେଖିନଥିବେ କି ଶୁଣି ନଥିବେ l ତାହା ହେଉଛି “ଷ୍ଟ୍ରିଟ ଲାଇବ୍ରେରୀ “l ଦୁନିଆର ଏହା ଏକ ଅଲଗା ପ୍ରକାରର ଲାଇବ୍ରେରୀ ଅରୁଣାଚଳ ପ୍ରଦେଶର ଗୋଟିଏ ଛୋଟ ଛକରେ ମିନା ଗୁରୁଙ୍ଗ ନାମକ ସରକାରୀ ସ୍କୁଲର ଶିକ୍ଷୟତ୍ରୀ ଆରମ୍ଭ କରିଛନ୍ତି l ଏହି ଲାଇବ୍ରେରୀ ଆରମ୍ଭ ହେବ ମାତ୍ର ଅଳ୍ପ କିଛି ଦିନ ହେବ ଏହି ଲାଇବ୍ରେରୀ ଆରମ୍ଭ ହୋଇଛି ,କିନ୍ତୁ ଏହା ପାଠକ ମାନଙ୍କ ଉପରେ ଅନେକ ସକାରତ୍ମକ ପ୍ରଭାବ ପକାଇଛି l ମିନା ନିଜର ଏହି ନୂତନ ଚିନ୍ତାଧାରାର ସଫଳତାକୁ ନେଇ ଖୁବ ଖୁସି ଅଛନ୍ତି l ସେ କହିଛନ୍ତି ଯେ ବହି ପଢିବା ଦ୍ୱାରା ମଣିଷର ଜ୍ଞାନର ବିକାଶ ହୋଇଥାଏ l
ଲକଡାଉନ କାରଣରୁ ଲୋକମାନେ ନିଜର ସ୍ମାର୍ଟ ଫୋନରେ ହିଁ ସୀମିତ ରହିଯାଇଛନ୍ତି ,ଯେଉଁ କାରଣରୁ ତାଙ୍କୁ ଠିକ ସମୟରେ ନିଦ ନଆସିବା ସହିତ ଅନେକ ପ୍ରକାରର ମାନସିକ ରୋଗରେ ଘେରି ହୋଇଯାଇଛନ୍ତି l ମୀନଙ୍କର ଏହି ଲାଇବ୍ରେରୀରେ ଗଳ୍ପ ,କବିତା ବ୍ୟତୀତ ବିଭିନ୍ନ ଆତ୍ମଜୀବନୀର ପୁସ୍ତକ ରହିଛି l ଯାହାକୁ ପ୍ରତେକ ବୟସର ବ୍ୟକ୍ତି ମାନେ ପଢି ପାରିବେ l ମିନା ଏହି ଲାଇବ୍ରେରୀରେ କୌଣସି ତାଲା ନପକାଇଲେ ମଧ୍ୟ ପୁସ୍ତକ ଚୋରି ହେଉନାହିଁ l ସେ କହିଛନ୍ତି ଯେ “ଯଦି କୌଣସି ବହି ଏଠାରୁ ଚୋରି ହୋଇଗଲା ତେବେ ମତେ ଖୁସି ଲାଗିବ କାରଣ ଆଜିକାଲି ଦୁନିଆରେ ଅନ୍ୟ ଜିନିଷ ଗୁଡିକ ଚୋରି ହେଉଥିବା ବେଳେ କିଏ ଜଣେ ବହି ଚୋରି କରିବା ଜ୍ଞାନ ଲାଭ କରିବା ପାଇଁ l ”
ମିନା ଏହି ଲାଇବ୍ରେରୀ ଆରମ୍ଭ କରିବାର ପ୍ରେରଣା ନିଜର ଗୋଟିଏ ବନ୍ଧୁଙ୍କ ପାଖରୁ ପାଇଥିଲେ l ମିନାଙ୍କର ଏହି ଲାଇବ୍ରେରୀରେ ବହି ପଢିବା ପାଇଁ ଅଧିକ ମହିଳା ଓ ଯୁବ ପିଢ଼ି ଆସୁଛନ୍ତି l ମିନା ଅନୁଭବ କଲେ ଯେ ଖୋଲା ଜାଗାରେ ବସି ପୁସ୍ତକ ପଢିବା ପାଇଁ ଯୁବ ପିଢ଼ିମାନେ ପସନ୍ଦ କରି ନଥାନ୍ତି ତେଣୁ ସେ ଯୁବପିଢିଙ୍କୁ ଘରକୁ ବହି ନେଇଯାଇ ପଢିବାକୁ ଅନୁମତି ଦେଉଛନ୍ତି l