Odisha news

ଫୁଲବାଣୀ : ବର୍ତମାନ ପଢୁଥିବା ଛାତ୍ର ଛାତ୍ରୀଙ୍କ ସହାୟତା ପାଇଁ ପହଂଚିଲେ ନବୋଦୟର ପୂର୍ବତନ ଛାତ୍ରଛାତ୍ରୀ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କରୋନା ଯୋଗୁଁ ସମଗ୍ର ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକରେ ତାଲାପଡ଼ିଛି । ତେବେ ସରକାର ଛାତ୍ରଛାତ୍ରୀ ମାନଙ୍କୁ ଅନ୍ ଲାଇନ୍ ମାଧ୍ୟମରେ ପାଢା ଅଭିଯାନ ଚଳାଇଥିଲେ ମଧ୍ୟ କନ୍ଧମାଳ ଜିଲାର ବହୁ ସଂଖ୍ୟରେ ଗ୍ରାମକୁ ଆଜି ପର୍ଯ୍ୟନ୍ତ ନେଟୱାର୍କ ବ୍ୟବସ୍ଥା ନଥିବା ଯୋଗୁଁ ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷାଦାନ ସମ୍ଭବ ହୋଇ ପାରିନାହିଁ ଜିଲ୍ଲାର ଶହ ଶହ ଛାତ୍ରୀଙ୍କ ପାଇଁ ।

ଏହି ତାଲିକାରେ ମଧ୍ୟ ଅଛନ୍ତି ଜିଲ୍ଲାର ଶହ ଶହ ସଂଖ୍ୟରେ ଥିବା ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ । ତେବେ ଏଭଳି ପରିସ୍ଥିତିରେ ନବୋଦୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଭିନ୍ନପଦକ୍ଷେପ ଗ୍ରହଣ କରିଛନ୍ତି ପୂର୍ବତନ ନିବୋଦୟ ଛାତ୍ରଛାତ୍ରୀ ମାନେ । ନବୋଦନ ବିଦ୍ୟାଳୟ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ଅନ୍ ଲାଇନ୍ କ୍ଳାସରୁ ବଂଚିତ ନୋବଦୟ ଛାତ୍ରଛାତ୍ରୀଙ୍କ ବଢାଇଛି ସହାୟତରେ ହାତ ।

ଜିଲାରେ ପ୍ରତ୍ୟେକ ବ୍ଳକରେ ଥିବା ପୂର୍ବତନ ଛାତ୍ରଛାତ୍ରୀ ଦ୍ୱାରା ଅନ୍ଲାଇନ୍ ମାଧ୍ରମରେ ଯେଉଁ ଷ୍ଟଡ଼ି ମେଟେରିଆଲ୍ ଦିଆଯାଉଛି ତାହାକୁ ସେମାନେ ଜେରକ୍ସ କରି ଅନ୍ଲାଇନରୁ ବଂଚିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଆଜି କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ବାଲନ୍ଦାପଡ଼ା , ଗୋଛାପଡ଼ା ,ସଲାଗୁଡ଼ା, ସାଡ଼ିଙ୍ଗିଆ ,ଡ଼ିମିରିଗୁଡ଼ା ଆଦି ନେଟୱାର୍ଡ଼ ଅଂଚଳରେ ରହୁଥିବା ୩୫ ଜଣ ଛାତ୍ରଛାତ୍ରୀଙ୍କ ଘରେ ପହଂଚି ପୂର୍ବତନ ଛାତ୍ର ସିମାଂଚଳ ମୁଖି ,ସୁରେନ୍ଦ୍ର ଦିଗାଲ ,ମଳୟ ରଂଜନ ସାହୁ , ଶୁଭମ୍ ଶାସ୍ୱତ ସାହୁ , ମନୋଜ କହଁର ଓ ଅନ୍ୟମାନେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଜେରକ୍ସ କପି ପ୍ରଦାନ କରିଛନ୍ତି ।

ଏନେଇ ସଂଘ ପକ୍ଷରୁ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଗୋଟିଏ ଗାଡ଼ି ପାଇଁ ଅନୁରୋଧ କରାଯାଇଥିବା ବେଳେ ବି.ଡ଼ି.ଓ ମଧ୍ୟ ଏଥିରେ ସହଯୋଗର ହାତ ବଢାଇଥିଲେ । ସେହିଭଳି ଅନ୍ୟ ଯେଉଁ ଅପହଞ୍ଚ ଅଂଚଳରେ ନବୋଦୟର ଚାତ୍ରଛାତ୍ରୀ ମାନେ ଅଛନ୍ତି ସେମାନଙ୍କୁ ସଂପୃକ୍ତ ଅଂଚଳର ଜି.ଆର୍.ଏସ୍ ମାନଙ୍କ ସହାୟତରେ ଉକ୍ତ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯିବାରେ ସହଯୋଗ କରାଯିବ ବୋଲି ମଧ୍ୟ ବି.ଡ଼ି.ଓ ପ୍ରତିଶୃତି ଦେଇଛନ୍ତି । ତେବେ କରୋନା ମହାମାରି ସମୟରେ ବର୍ତ୍ତମାନର ନବୋଦୟ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପୂର୍ବତନ ଛାତ୍ରଛାତ୍ରୀ ମାନେ ପହଞ୍ଚି ଶିକ୍ଷାର ସୁଯୋଗ ସୃଷ୍ଟି କରିଥିବା ଯୋଗୁଁ ସଂଘର ଜିଲା ସଭାପତି ସୁର ପ୍ରସାଦ ନାୟକ , ସଂପାଦକ ନୀଳ ମାଧବ ଦିଗାଲ , କୋଷାଧ୍ୟକ୍ଷ ଲଲାଟେନ୍ଦୁ ନାୟକ ପ୍ରମୁଖ ବ୍ଳକ ପ୍ରଶାସନକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

Nalco
Leave A Reply