ମା ଲକ୍ଷ୍ମୀ ଙ୍କ ର ଯାହା ଉପରେ ମଧ୍ୟ କୃପା ରହିଥାଏ ତାର ଭାଗ୍ୟରେ ସର୍ବଦା ସୁଖ ସମୃଦ୍ଧି ଲାଗି ରହିଥାଏ । ଯେଉଁ ଘରେ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରୁହେ ସେଠାରେ ସୁଖର ଅଭାବ ରହି ନଥାଏ । ତେଣୁ ଲକ୍ଷ୍ମୀଙ୍କ ର ବିଶେଷ କୃପା ପାଇବା ପାଇଁ ଆପଣାନ୍ତୁ ଏହି କିଛିଟା ଉପାୟ ଯାହା ଦ୍ଵାରା ଚମକି ଉଠିବ ଭାଗ୍ୟ ।
* ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ କର୍ପୁର ରେ ଧୂଆଁ କରନ୍ତୁ । ଯାହାଦ୍ଵାରା ଘରର ନକାରାତ୍ମକ ଶକ୍ତି ଦୂରେଇ ଯିବ । ଜୀବନରେ ସମୃଦ୍ଧି ବଢିବ ।
* ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଇ ଥାଏ । ତେଣୁ ମହିଳା ମାନେ ଶୋଇବା ପୁର୍ବରୁ ଘରର ଦକ୍ଷିଣ ଦିଗରେ ଗୋଟିଏ ଦୀପ ଜଳାଇ ଲକ୍ଷ୍ମୀଙ୍କୁ ସ୍ମରଣ କରି ସୁଅନ୍ତୁ। ଏପରି କଲେ ଘରର ଆର୍ଥିକ ଅବସ୍ଥା ଠିକ୍ ରହିବ ।
* ରାତିରେ ଶୋଇବା ପୁର୍ବରୁ କେବେବି ଜିନିଷ ପତ୍ର କୁ ଚାରିଆଡେ ଖେଳାଇ ଶୁଆନ୍ତୁ ନାହିଁ । ଏହାଦ୍ବାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ।
* ଘରେ ସର୍ବଦା ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କର ସମ୍ମାନ ଜଣାଇବା ଉଚିତ୍ । କୁହାଯାଏ ଯେ ଯେଉଁ ଘରର ମହିଳା ଓ ପୁରୁଷ ଉଭୟ ଉଭୟ ଙ୍କୁ ସମ୍ମାନ ଦେବା ଆବଶ୍ୟକ । ତା ସହିତ ଘରେ ଗୁରୁଜନ ଓ ବୟସ୍କ ମାନଙ୍କୁ ମଧ୍ୟ ମଧ୍ୟ ସମ୍ମାନ ପ୍ରଦାନ କରିବା ଉଚିତ୍।
* ଗୁରୁବାର ଦିନ ଯଦି ପାରୁଛନ୍ତି ରୋଗୀ ଓ ଦୁଃଖୀ ମାନଙ୍କର ସେବା ଶୁଶ୍ରୁଷା କରନ୍ତୁ । ଏହାଦ୍ବାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି । ଘରକୁ ସକାରାତ୍ମକ ଶକ୍ତି ଆସିବା ପାଇଁ ସବୁବେଳେ ପର ଆଲୋଚନା ଓ ପର ନିନ୍ଦା ଠାରୁ ଦୂରେଇ ରୁହନ୍ତୁ ।