Odisha news

ଭୁଲ୍ ଟୀକା କାରଣରୁ ମହିଳା ଜନ୍ମ ଦେଲେ ବିକଳାଙ୍ଗ ଶିଶୁ : କ୍ଷତି ପୁରଣ ବାବଦକୁ ମିଳିଲା ୭୪ କୋଟି

0

ନୂଆଦିଲ୍ଲୀ : ଆମେରିକାର ଗୋଟିଏ କୋର୍ଟର ଜଜ ଗୋଟିଏ ପରିବାରକୁ ୭୪ କୋଟି ଟଙ୍କାରୁ ଅଧିକ ରାଶି ଦେବାପାଇଁ ଫଇସଲା ଶୁଣାଇଛନ୍ତି l ଏହି ଘଟଣାଟି ଏହିପରି ଘଟିଛି l ଜଣେ ନର୍ଶଙ୍କର ଭୁଲ ଇଞ୍ଜେକ୍ସନ ଦେବା ଦ୍ୱାରା ଏହି ପରିସ୍ଥିତି ଉପୁଜିଛି l ଜଣେ ମହିଳା ଏକ କମ୍ୟୁନିଟି ଚିକିତ୍ସାଳୟରେ ଜନ୍ମ ନିୟନ୍ତ୍ରଣର ଇଞ୍ଜେକ୍ସନ ନେବା ପାଇଁ ଯାଇଥିଲେ l

କିନ୍ତୁ ନର୍ଶ ଜଣଙ୍କ ତାଙ୍କୁ ଭୁଲ ଟୀକା ଲଗାଇବା କାରଣରୁ ତାଙ୍କର ଗୋଟିଏ ବିକଳାଙ୍ଗ ଝିଅ ଜନ୍ମ ହେଲା l ଏହାପରେ ସେହି ଦମ୍ପତ୍ତି ଜଣକ ସେହି ଚିକିତ୍ସାଳୟ ବିରୁଦ୍ଧରେ କେସ କଲେ l ମିଳିଥିବା ସୂଚନା ଅନୁସାରେ ଏସେନିଆ ପଚେକୋ ନାମକ ମହିଳା ମା ହେବାକୁ ଚାହୁଁନଥିଲେ l କିନ୍ତୁ ନର୍ଶଙ୍କର ଭୁଲ ଟୀକା କାରଣରୁ ମହିଳା ଜଣଙ୍କର ଗୋଟିଏ ବିକଳାଙ୍ଗ ଝିଅ ଜନ୍ମ ହୋଇଥିଲା l

ଏହି ଘଟଣାକୁ ନେଇ ଆଜିକୁ ପାଞ୍ଚବର୍ଷ ହେଲାଣି ଦମ୍ପତ୍ତି ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ l ଜଜ ଜଣଙ୍କ ଛୋଟ ଝିଅଟି ପାଇଁ କ୍ଷତି ପୁରଣ ଭାବରେ ଚିକିତ୍ସାଳୟକୁ ୫୫ କୋଟି ଟଙ୍କା ଦେବାକୁ କହିଥିଲେ l କାରଣ ଛୋଟ ଝିଅଟିର ଚିକିତ୍ସା ପାଇଁ ଓ ଶିକ୍ଷା ପାଇଁ ପଇସାର ଆବଶ୍ୟକତା ରହିବ ସହିତ ଭବିଷ୍ୟତରେ ଯେପରି କୌଣସି ଅସୁବିଧାକୁ ଦମ୍ପତ୍ତି ସମ୍ମୁଖୀନ ନକରନ୍ତି ସେଥିପାଇଁ କୋର୍ଟ ଏହି ଆଦେଶ ଦେଇଥିଲେ l

ପିତାମାତାଙ୍କ କ୍ଷତି ପୁରାଣ ବାବଦରେ ଅଲଗା ଭାବରେ ତାଙ୍କୁ ୧୮ କୋଟି ଟଙ୍କା ଚିକିତ୍ସାଳୟକୁ ଦେବାପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି l ଏହି ମହିଳା ଜଣଙ୍କ ଗୋଟିଏ ରିଫୁୟୁଜି ଭାବରେ ଆମେରିକା ଆସିଥିଲେ l ଏହି ଘଟଣା ସମୟରେ ସେ ଦୁଇଟି ସନ୍ତାନର ଜନନୀ ଥିଲେ ,ତେଣୁ ସେ ଜନ୍ମ ନିୟନ୍ତ୍ରଣ ଟୀକା ନେବାକୁ ଯାଇଥିଲେ l

Nalco
Leave A Reply