ନୂଆଦିଲ୍ଲୀ : ଭାରତୀୟ ସେନା ଓ ସୁରକ୍ଷା ବଳଙ୍କ ଦ୍ୱାରା ଜାମ୍ମୁ ଓ କାଶ୍ମୀରର ନାଗରୋଟାରେ ୪ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି l ଏହି ଆତଙ୍କବାଦୀ ମାନେ କରିବାକୁ ଚାହୁଁଥିବା ଆକ୍ରମଣକୁ ଭାରତୀୟ ସେନା ଭଣ୍ଡୁର କରିଛି l ଏହି ୪ଜଣ ଆତଙ୍କବାଦୀ ଗୋଲ ବାରୂଦ ଓ ମାରଣାସ୍ତ୍ର ନେଇ ଗୋଟିଏ ଟ୍ରକରେ ଲୁଚି ଯାଉଥିଲେ l ନାଗରୋଟା ପୋଲିସ ଚେକ୍ ପୋଷ୍ଟରେ ଯେତେବେଳେ ଟ୍ରକଟିକୁ ଅଟକାଇଥିଲେ ସେତେବେଳେ ଟ୍ରକ ଡ୍ରାଇଭର ଗାଡ଼ିରୁ ଓଲ୍ହାଇ ପଳାଇଗଲା l ପୋଲିସ ଓ CRPF ଯବାନ ସକାଳ ୪ :୨୦ ରେ ଯେତେବେଳେ ଟ୍ରକଟିକୁ ଚେକିଂ କରୁଥିଲେ ସେତେବେଳେ ଚାଉଳ ବସ୍ତା ପଛ ପାଖରୁ ପୋଲିସ ଉପରକୁ ଆତଙ୍କବାଦୀ ଗୁଳି ଚଳାଇଥିଲେ l
ଏହାପରେ ଆତଙ୍କବାଦୀ ମାନେ ଟ୍ରକରୁ ଓଲ୍ହାଇ ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଲେ l ଏହାପରେ ସୁରକ୍ଷା ବଳର ଯବାନ ମାନେ ଆତଙ୍କବାଦୀଙ୍କ ପିଛା କରି ତାଙ୍କ ପଛରେ ଦୌଡିବାକୁ ଲାଗିଲେ l ୩ଘଣ୍ଟାର କଠିନ ପରିଶ୍ରମ ପରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ l ଏହି ଗୁଳି ବିନିମୟରେ ଟ୍ରକରେ ନିଆଁ ଲାଗିଯିବ ଦ୍ୱାରା ଟ୍ରକଟି ଜାଳି ଯାଇଥିଲା l ଟ୍ରକରେ ପ୍ରଚୁର ପରିମାଣରେ ଗୋଳା ବାରୂଦ ଭର୍ତ୍ତି ହୋଇଥିଲା l ଏହି ଟ୍ରକରେ ହୋଇଥିବା ବିସ୍ଫୋଟ ଦ୍ୱାରା ଚାରିଆଡ କମ୍ପି ଯାଇଥିଲା l ଆତଙ୍କବାଦୀ ମାନେ DDC ମତଦାନରେ ଅସୁବିଧା ସୃଷ୍ଟି କରିବାକୁ ଆସିଥିଲେ l ସୁରକ୍ଷାବଳ ଅଞ୍ଚଳଟିକୁ ଘେରାବନ୍ଦୀ କରି ରଖିଛନ୍ତି l ଏନ୍କାଉଣ୍ଟର ସମୟରେ ଜାମ୍ମୁ ଶ୍ରୀନଗରର ଜାତୀୟ ରାଜପଥକୁ ବନ୍ଦ କରିଦିଆ ଯାଇଥିଲା l
