Odisha news

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଧାର

0
ଭଞ୍ଜନଗର– ନିଜଘରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଧାର । ତାରାସିଂ ଥାନା ଅନ୍ତର୍ଗତ ବଡଗୁଣ୍ଡୁରିବାଡି ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ହେଲେ  ସେହି ଗାଁ ର ରବିନ୍ଦ୍ର କୁମାର ପାତ୍ର ଙ୍କ ସ୍ତ୍ରୀ ଆଶା ପାତ୍ର(୩୦) । ବେକରେ ରଶି ଲାଗିଥିବା ଅବସ୍ଥାରେ ମୃତଦେହ ଝୁଲି ରହିଥିଲା । ଏନେଇ ଖବର ପାଇ ତାରାସିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ନିକଟସ୍ଥ ତେଲଡି ଗାଁ ର ମଦନ ପ୍ରଧାନ ଙ୍କ ଝିଅ ଆଶା ପାତ୍ର , ଗତ ୨୦୦୫ ମସିହାରେ ବଡଗୁଣ୍ଡୁରିବାଡି ଗାଁ ର ରବିନ୍ଦ୍ର କୁମାର ପାତ୍ର ଙ୍କୁ ବିବାହ କରିଥିଲେ । ତାଙ୍କର ୧୪ ବର୍ଷର ଗୋଟିଏ ପୁଅ ଓ ୧୨ ବର୍ଷର ଗୋଟିଏ ଝିଅ ଅଛନ୍ତି । ପାରିବାରିକ ଅସନ୍ତୋଷ କୁ କେନ୍ଦ୍ରକରି , ଆଶା ନିଜେ ବେକରେ ରହି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଅନ୍ୟପକ୍ଷରେ ବାପଘର ପକ୍ଷରୁ ଅଭିଯୋଗ ହୋଇଛି ,  ତାଙ୍କ ଝିଅକୁ ହତ୍ୟା କରାଯାଇଛି । ତେବେ ଘଟଣାସ୍ଥଳରେ ତାରାସିଂ ଥାନା ପୋଲିସ ପହଞ୍ଚି , ଘଟଣାର ସରଜମିନ୍ ତଦନ୍ତ ଜାରି ରଖିଥିବା ବେଳେ , ଘଟଣାର ପ୍ରକୃତ କାରଣ ନେଇ ପୋଲିସ ପକ୍ଷରୁ କୈାଣସି ସ୍ପଷ୍ଟ କରାଯାଇନଥିବା ବେଳେ , ଲିଖିତ ଅଭିଯୋଗ  ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ  କହିଛନ୍ତି ।
IEC 2 years
Leave A Reply