ଚନ୍ଦ୍ରଭାଗା ମେରାଇନ ଡ୍ରାଇଭ ରେ ୩ ଏକର ଜମି ରେ ନିର୍ମାଣ ହେବ ହାଇକୋର୍ଟ ର “ଅତିଥି ଭବନ” : ଜମି ଚିହ୍ନଟ ପକ୍ରିୟା ଶେଷ, ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ
କୋଣାର୍କ :- ୨୧/୪ ଖୁବଶୀଘ୍ର କୋଣାର୍କ ପୁରୀ ମେରାଇନ ଡ୍ରାଇଭ ଚନ୍ଦ୍ରଭଗା ନିକଟରେ ନିର୍ମାଣ ହେବ ହାଇକୋର୍ଟର ଅତିଥିଭବନ। ବେଳାମାର୍ଗ ନିକଟରେ ରାଜ୍ୟ ସରକାର ଇଡ଼କୋ କୁ ହସ୍ତାନ୍ତର ହେବାକୁ ଥିବା ଜମି ମଧ୍ୟରେ ଏହି ବିଶ୍ରାମଗାର ନିର୍ମାଣ ହେବାକୁ ଥିବା ସୂଚନା ମିଳିଛି। ଇଡ଼କକୁ ସମପରିମାଣର ଜମି ଅନ୍ୟତ୍ର ଦେବାକୁ ରାଜସ୍ୱ ଅଧିକାରୀ ମାନେ ବ୍ୟବସ୍ଥା କରିଥିବା ଜଣାପଡିଛି । ବିଭିନ୍ନ ରାଜ୍ୟର ହାଇକୋର୍ଟ ର ଜଷ୍ଟିସ ମାନେ ପୁରୀ-କୋଣାର୍କ ବୁଲିବାକୁ ଆସିବା ସମୟରେ ସେମାନେ ଏହି ଅତିଥି ଭବନରେ ବିଶ୍ରାମ ନେବା ନିମନ୍ତେ ସମସ୍ତ ଉଚ ସୁରକ୍ଷା ବ୍ୟବସ୍ଥା ସହିତ ଉନ୍ନତ ମାନର ସୁଭିଧା ରହିବ ବୋଲି ସୂଚନା ମିଳିଛି।ଚନ୍ଦ୍ରଭଗା ବେଳାମାର୍ଗ ମୁଖ୍ୟ ରାସ୍ତା ପାର୍ଶ୍ଵ ରେ ଥିବା ଚନ୍ଦ୍ରଭଗା ମେରାଇନି ଥାନା ନିକଟସ୍ଥ ପର୍ଯ୍ୟଟନ ନିଗମର କଫିକାଫେ ପାଚେରୀ କୁ ଲଗାଇ କୋଣାର୍କ ମୌଜା ଖାତା ନମ୍ବର ୪୧୫ ପ୍ଲଟ ନମ୍ବର ୧୬୫୦,୧୬୫୩ ଏବଂ ଖାତା ନମ୍ବର ୨୫୮ ପ୍ଲଟ ନମ୍ବର ୧୬୫୯ ରୁ ପ୍ରାୟ ୩ ଏକର ଜାଗା ରେ ଏହି ଅତିଥି ଭବନ ନିର୍ମାଣ ହେବାକୁ ଥିବା ବେଳେ ଖୁବ ଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ମିଳିଛି।ଗତ ବୁଧବାର ଏହାକୁ ନେଇ ଗୋପ ଅମିନ ଜ୍ଞାନେନ୍ଦ୍ର ଭୋଇ, କୋଣାର୍କ ଆର ଆଇ ବିଚିତ୍ର ମୋହନ ମିଶ୍ର, ଗୋପ ତହସିଲଦାର ଏସ କେ ସାଗିର, ଅତିରିକ୍ତ ତହସିଲଦାର ଶରତ ପରିଡା, ଅତିରିକ୍ତ ତହସିଲଦାର ସୌମେନ୍ଦ୍ର ତେଜ ,କୋଣାର୍କ କୋର୍ଟ ମାଜିଷ୍ଟ୍ରେଟ ଶୋଭନ କୁମାର ପଣ୍ଡା,
,ହାଇକୋର୍ଟ ରେଜିଷ୍ଟ୍ରେର ବିଦ୍ୟାଧର ପୃଷ୍ଟି, କୋର୍ଟ ପୋଟକଲ ଅଫିସର,କୋଣାର୍କ ବାର ଅସ୍ସୋସିଏସନ ର ସଭାପତି ଶ୍ରୀଜୟ ବରାଳ ପ୍ରମୁଖ ଉପସ୍ଥିତ ରହି ଜାଗା ଚିହ୍ନଟ କରିଥିଲେ ।
