ମହିଳା ମାନଙ୍କୁ ତାଙ୍କର ପିରିୟଡ଼ସ ସମୟରେ ପ୍ରାୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ବେଳେ ଅତି କଷ୍ଟ ସାଧ୍ୟ ହୋଇଯାଏ । କେହିକେହି ଇଯେକ୍ସନ୍ ନେଇଥାନ୍ତି ଓ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଇ ଥାଆନ୍ତି । ଚିକିତ୍ସକ ମାନଙ୍କ ମତରେ ଏହାଦ୍ବାରା ଶାରିରୀକ ଓ ମାନସିକ ଯନ୍ତ୍ରଣା ମଧ୍ୟ ହୋଇ ଥିବାର ଦେଖା ଯାଇଥାଏ ।
ଆମେ କୌଣସି ନା କୌଣସି ଔଷଧ ସେବନ କରି କ୍ଷଣିକ ପାଇଁ ଏହି କଷ୍ଟରୁ ଆରାମ ପାଇ ଜାଇଥାଉ । କିନ୍ତୁ ଏହାକୁ କିପରି ଆୟୁର୍ବେଦ ଚିକିତ୍ସା ଦ୍ଵାରା ଯନ୍ତ୍ରଣା ରୁ ଆରାମ ପାଇ ପରିବା ଆସନ୍ତୁ ଜାଣିବା ।
– ଆୟୁର୍ବେଦ ଅନୁସାରେ ଏହା ବାୟୁ କାରଣରୁ ଉପୁଜି ଥାଏ । ତେଣୁ ଏହି ସମୟରେ ପେଟ ଯନ୍ତ୍ରଣା , ବାନ୍ତି , ମୁଣ୍ଡ ବ୍ୟଥା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ ।
– ଆୟୁର୍ବେଦ ଚିକିତ୍ସକ ମାନଙ୍କ ମତରେ ଏହି ସମୟରେ ଆମେ ଘରୋଇ ଉପଚାର ଦ୍ଵାରା ଏହାକୁ ଠିକ୍ କରି ପାରିବା । ଯେପରିକି ପାନ ମାଧୁରୀ ରେ ଚା ପ୍ରସ୍ତୁତ କରି ପିଇବା ଦ୍ଵାରା ଏହି ସମସ୍ୟା ରୁ ଆରାମ ମିଳିବ ।
– ଆପଣ ମାସ ସାରା ରାଶି ତେଲ ରେ ନିଜ ଶରୀରକୁ ମାଲିସ ନିଅନ୍ତୁ । ମାଲିସ ନେଲେ ଏହି ଯନ୍ତ୍ରଣା ରୁ ଆରାମ ମିଳିବ ।
– ପ୍ରତିଦିନ ସକାଳୁ ଉଷୁମ ପାଣି ସହିତ ଜିରା ଓ ପାନ ମାଧୁରୀ ଗୁଣ୍ଡ ସେବନ କରନ୍ତୁ । ଦେଖିବେ ଋତୁସ୍ରାବ ସମୟରେ ଯନ୍ତ୍ରଣା କମ୍ ହେବ ।
– ଋତୁସ୍ରାବ ସମୟରେ ବ୍ୟାୟାମ କରିବାରୁ ଦୁରେଇ ରୁହନ୍ତୁ, କାରଣ ଏହି ସମୟରେ ଅଧିକ ଓଜନିଆ ଜିନିଷ ମଧ୍ୟ ଉଠାଇବା ଉଚିତ୍ ନୁହେଁ । ଯଦି ଚାହିଁବେ ସାମାନ୍ୟ ଚାଲି ପାରିବେ ।
– ଏହି ସମୟରେ ଚିନି ଓ ମିଠା ଜାତୀୟ ଜିନିଷ ଖୁବ୍ କମ୍ ଖାଆନ୍ତୁ । ଯେତେବେଳେ ମଧ୍ୟ ଖାଦ୍ୟ ଖାଉଛନ୍ତି ଉଷୁମ କିମ୍ବା ଗରମ୍ ଖାଦ୍ୟ ଖାଆନ୍ତୁ ।
Comments are closed.