Odisha news

ନୀତିଶାସ୍ତ୍ର : ପରିଶ୍ରମ କରି ମଧ୍ୟ ଅସଫଳ ରହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ୪ଟି କଥା

0

ଆମ ଦୈନନ୍ଦିନ ଜୀବନରେ ଆମେ ନୀତିଶାସ୍ତ୍ରକୁ ଖୁବ ଗୁରୁତ୍ୱ ଦେଇଥାଉ l ଯାହା ଆମର ଜୀବନରେ ଅନେକ ପରିବର୍ତନ ଆଣିଥାଏ l ଆମ ଭିତରୁ ଅଧିକାଂଶ ବ୍ୟକ୍ତି ଏଭଳି ରହିଛନ୍ତି ଯିଏ କି ଜୀବନରେ ପରିଶ୍ରମ କରି ଥାଆନ୍ତି କିନ୍ତୁ ସଫଳ ହୋଇ ପାରି ନଥାନ୍ତି l ସେଭଳି ବ୍ୟକ୍ତିଙ୍କ ପାଇଁ କିଛିଟା ଉପାୟ ଆପଣାଇବା ଆବଶ୍ୟକ l

* ଅଧିକାଂଶ ବ୍ୟକ୍ତି ରହି ଥାଆନ୍ତି ଯେଉଁମାନେ ଭାଗ୍ୟ ଉପରେ ସମସ୍ତ ନିଜର କାର୍ଯ୍ୟକୁ ଛାଡି ଦେଇ ଥାଆନ୍ତି କେବେ ଭାଗ୍ୟର ଭରସାରେ କୌଣସି କାର୍ଯ୍ୟକୁ ଛାଡି ବସି ରହିବା ଠିକ ନୁହେଁ l ସର୍ବ ପ୍ରଥମେ ଚେଷ୍ଟା କରିବା ଆବଶ୍ୟକ l ଗୋଟିଏ କାର୍ଯ୍ୟକୁ ବାରମ୍ବାର କରିବା ଦ୍ୱାରା ହିଁ ତାହା ସମ୍ଭବ ହୋଇଥାଏ ଅର୍ଥାତ ସେହି କାର୍ଯ୍ୟରେ ଆମେ ସଫଳତା ପାଇଥାଉ l

* ଯେବେବି ଜୀବନରେ ଯେ କୌଣସି କୌଣସି କାର୍ଯ୍ୟକୁ ନେଇ ନିଷ୍ପତି ନେଉଛନ୍ତି,ତାହା ଭାବି ଚିନ୍ତି ନେବା ଆବଶ୍ୟକ l କାରଣ କିଛିଟା ନିଷ୍ପତି ଜୀବନରେ ଗମ୍ଭିର ଭାବରେ ନେବା ଆବଶ୍ୟକ l କାରଣ ଯଦି ଥରେ ନିଷ୍ପତି ନେଇଥାଉ ତାହା ଆମ ଜୀବନକୁ ପରିବର୍ତନ କରି ଦେଇଥାଏ l ତା ପରେ ଆମେ ପଛକୁ ଆଉ ଫେରି ନଥାଉ l

* ସବୁବେଳେ ନିଜ କାର୍ଯ୍ୟକୁ ଭଲ ପାଇବା ଆବଶ୍ୟକ l କାରଣ ଭଲ ପାଇବା ଭାବନା ଆସିଲେ ହିଁ ମଣିଷ ନିଜର କାର୍ଯ୍ୟରେ ପାରଦର୍ଶିତା ଦେଖାଇ ଠିକ ଭାବରେ ବ୍ୟବସାୟ ହେଉ କିମ୍ବା ଚାକିରୀ ଉନ୍ନତି କରିଥାଏ l ଯେପରି ଭାବରେ ମଣିଷ ନିଜ ପରିବାରକୁ ଭଲ ପାଇଥାଏ ବୋଲି ପରିବାର ର ଉନ୍ନତି ହୋଇଥାଏ l ଅର୍ଥାତ ନିଜର କାର୍ଯ୍ୟକୁ ନେଇ ସଚୋଟ ହେବା ଆବଶ୍ୟକ l

* ସବୁବେଳେ ନିଜ ପାଖରେ ଥିବା ଅର୍ଥକୁ ସଠିକ ଭାବରେ ନିବେଶ କରିବା ଆବଶ୍ୟକ l କାରଣ ଯଦି ଆପଣ ଠିକ ସ୍ଥାନରେ ନିବେଶ ନକରିବେ ତେବେ ଆଗକୁ ଯାଇ ଅସୁବିଧାରେ ପଡିବେ l ତେଣୁ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ l କାରଣ ମଣିଷ ଯଦି ଠାରେ ଯେଉଁ ଭୁଲ କରିନିଏ ଆଉ ଫେରି ପାରେ ନାହିଁ l

Govt
Leave A Reply