Odisha news

ସ୍ପର୍ମ ରୁ ପ୍ରସ୍ତୁତ ହେଲା ଇକୋ ଫ୍ରେଣ୍ଡ୍ଲୀ ପ୍ଲାଷ୍ଟିକ , ଏହିଭଳି ଭାବରେ ପୃଥିବୀ କୁ କରିବ ସୁରକ୍ଷା

0
ନୂଆଦିଲ୍ଲୀ : ଆଜିକାଲି ଆମର ପର୍ଜ୍ୟାବରଣ କୁ ପ୍ଲାଷ୍ଟିକ ନଷ୍ଟ କରୁଛି ବୋଲି ଏହିକଥା ସମସ୍ତେ ପ୍ରାୟ ଜାଣି ଛନ୍ତି । ସେଥିପାଇଁ ପୃଥିବୀ କୁ ରକ୍ଷା କରିବା ପାଇଁ ବୈଜ୍ଞାନିକ ମାନେ ଗୋଟିଏ ନୂଆ ପଦ୍ଧତି ଖୋଜି ବାହାର କରିଛନ୍ତି । ଚୀନ୍ ର ବୈଜ୍ଞାନିକ ମାନେ ସେଲ୍ମନ୍ ଫିସ୍ ର ସ୍ପର୍ମ ରୁ ପ୍ଲାଷ୍ଟିକ ପ୍ରସ୍ତୁତ କରିବାର ସଫଳତା ହାସଲ କରିଛନ୍ତି । ଏହା ଏପରି ପ୍ଲାଷ୍ଟିକ ଯାହାକୁ ସମ୍ପୂର୍ଣ ଭାବରେ ନଷ୍ଟ କରାଯାଇ ପାରିବ ।
ସାରା ବିଶ୍ବରେ ପର୍ଯ୍ୟା ବରଣ ପାଇଁ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି ପ୍ଲାଷ୍ଟିକ । କାହିଁକି ନା ଏହାକୁ ପେଟ୍ରୋ କେମିକାଲ ରୁ ପ୍ରସ୍ତୁତ କରାଯାଇ ଥାଏ । ପ୍ଲାଷ୍ଟିକ କୁ ପ୍ରସ୍ତୁତ କରିବା ପାଇଁ ଅଧିକ ଉତପ୍ତ ଓ ଜହର ଭଳି ପଦାର୍ଥ ର ଆବଶ୍ୟକତା ହୋଇଥାଏ । ଏହା ନଷ୍ଟ ହେବା ପାଇଁ ଅନେକ ବର୍ଷ ଲାଗି ଯାଇଥାଏ ।
ଚୀନ୍ ର ବୈଜ୍ଞାନିକ ମାନେ ଯେଉଁ ପ୍ଲାଷ୍ଟିକ ପ୍ରସ୍ତୁତ କରିଛନ୍ତି, ତାହା ବର୍ତ୍ତମାନ୍ ପର୍ଯ୍ୟା ବରଣ କୁ ନଷ୍ଟ କରିପାରିବ ନାହିଁ । ମାଛ ର ସ୍ପର୍ମ ସହିତ ରୋଷେଇ ତେଲ କୁ ମିଶାଇ ପ୍ଲାଷ୍ଟିକ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକ ମାନେ ସେଲ୍ମନ୍ ମାଛ ର ଡିଏନଏ ରୁ ଜେନେଟିକ କୋଡ ନେଇ ହାଇଡ୍ରୋଜେଲ୍ କୁ ବିଭିନ୍ନ ଆକାରରେ ତରଳ ଅବସ୍ଥାରେ ଢଳା ହେଲା ଓ ଏହାକୁ କଠିନ କରିବା ପାଇଁ ସୁଖା ଗଲା । ଏହାପରେ ଏହା କଠୋର ହୋଇଗଲା । ଗବେଷକ ମାନେ ଏହା ଦ୍ଵାରା ଇକୋ ଫ୍ରେଣ୍ଡଲୀ କପ୍ ଓ ଅନେକ କିଛି ପ୍ରସ୍ତୁତ କରି ସାରିଲେଣି । ଗବେଷକ ମାନଙ୍କ ମତରେ ଏହି ପ୍ରକ୍ରିୟା ଦ୍ଵାରା ପର୍ଯ୍ୟା ବରଣ କୁ ରକ୍ଷା କରାଯିବା ସହିତ ଗୋଟିଏ ସୁନ୍ଦର ପୃଥିବୀ ମଧ୍ୟ ହୋଇ ରହିବ । ସେଥିପାଇଁ ବିଶେଷ ଭାବରେ ସେଲ୍ମନ୍ ଫିସ ର ଚାଷ ବୃଦ୍ଧି କରିବାକୁ ପଡ଼ିବ ।
Govt
Leave A Reply