ଜଗତସିଂହପୁର୨୫/୫ : କରୋନା ସଂକ୍ରମଣ ଯୋଗୁ କାମଧନ୍ଦା ବନ୍ଦ ଥିବାରୁ ସରକାର ଗରିବ,ଅସହାୟ ଓ ରାସନ କାର୍ଡ ଥିବା ଲୋକମାନଙ୍କୁ ୩ ମାସର ଅଗ୍ରୀମ ଚାଉଳ,ଗହମ ଓ କିରାସିନି ପ୍ରଦାନ କରିଥିଲେ ।ଏହା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ହିତାଧୀକାରିମାନଙ୍କୁ ହରଡ ଡାଲି କାର୍ଡ ପିଛା ୧ କିଲୋ ଲେଖାଁଏ ତିନି ମାସର ପ୍ରଦାନ କରିଥିଲେ ।
ମାତ୍ର ଏବେ ବାତ୍ୟା ଅମ୍ଫାନ ପରେ ଲୋକମାନଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି ।ଲୋକେ ଅମ୍ଫାନରେ ପ୍ରଭାବିତ ହେବା ପରେ ଏବେ ନିଜ ଉଜୁଡା ଘରକୁ ସଜାଡିବାରେ ରହିଛନ୍ତି ।ସେହି ବାତ୍ୟା ପ୍ରପୀଡିତ ଲୋକଙ୍କୁ ସହାୟତା ପ୍ରଦାନ ନିମନ୍ତେ ପାରାଦ୍ୱୀପସ୍ଥିତ ଏଲ ଆଣ୍ଡ ଟି ହାଇଡ୍ରୋ କାର୍ବନ,ଏମଇଜି,ଏଲଏସଟିକେ-୧ ସରକାରଙ୍କୁ ସହାୟତାର ହାତ ବଢାଇଛି ।
କମ୍ପାନୀ ପକ୍ଷରୁ ବାତ୍ୟା ପ୍ରପିଡିତ ଲୋକମାନଙ୍କୁ ଡାଲି ପ୍ରଦାନ ପାଇଁ ସ୍ଥିର କରିଥିଲା ।ଆଜି ଏହି ଏଲ ଆଣ୍ଡ ଟି ହାଇଡ୍ରୋକାର୍ବନ ପକ୍ଷରୁ ସରକାରଙ୍କୁ ୩୦୦ କିଲୋଗ୍ରାମ ଡାଲି ସହାୟତା ପ୍ରଦାନ କରାଯାଇଛି ।ଏହି ଡାଲିକୁ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କୁ ପ୍ରଦାନ କରାଯାଇଛି ।ବାତ୍ୟା ଅମ୍ଫାନରେ ପ୍ରଭାବିତ ଏହି ଡାଲିକୁ ପ୍ରଦାନ କରାଯିବ ।ଏହି ଡାଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ ସମୟରେ କମ୍ପାନୀର ଆରସିଏମ-ଏଲଏସଟିକେ-୧ ରାମାନନ ଏନ, ଏଫ ଆଣ୍ଡ ଏ-ଏଲଏସଟିକେ-୧ ମନୋଜ ଶର୍ମା,ପିସିଏମ ପ୍ରଭାତ ସିଂ ଓ ଏମଓ ଡକ୍ଟର ଜୁଗନ୍ତ କୌଶିକ ଉପସ୍ଥିତ ରହିଥିଲେ ।