Odisha news

ଜଗତସିଂହପୁର ଜିଲ୍ଲାରେ ୧୦ କରୋନା ପଜିଟିଭ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଛୁଇଁଲା

0

ଜଗତସିଂହପୁର୨୫/୫ :ଆଜି ଜଗତସିଂହପୁର ଜିଲ୍ଲାରେ୧୦ ଜଣ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ ପଶ୍ଚିମବଙ୍ଗ ଓ ୨ ଜଣ ତାମିଲନାଡୁ ଫେରନ୍ତା । ସେମାନଙ୍କ ପାଖରୁ ୨୧ ତାରିଖ ଦିନ ସ୍ୱାବ୍ ସଂଗୃହିତ ହୋଇଥିଲା । ୧୦ଜଣଙ୍କ ମଧ୍ୟରୁ ନାଉଗାଁ ବ୍ଲକ୍ର ୫ଜଣ,ବାଲିକୁଦା ବ୍ଲକ୍ର ୪ ଜଣ ଓ ବିରିଡି ବ୍ଲକ୍ର ଜଣେ ଥିବା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ସମସ୍ତ ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନ ଥିଲା ଓ ସମସ୍ତେ କ୍ୱାରେଣାଇନ କେନ୍ଦ୍ରରେ ଥିଲେ ।ତେଣୁ ଏଥିପାଇଁ କୌଣସି ଭୟଭିତ ହେବାର କାରଣ ନାହିଁ କିମ୍ବା ଗୋଷ୍ଠି ସଂକ୍ରମଣର ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ସମସ୍ତଙ୍କୁ କିମ୍ସ୍ ହସ୍ପିଟାଲକୁ ପଠାଯାଇଛି । ଗତକାଲି ୨୪ ତାରିଖ ସକାଳ ୭ଟାରୁ ୨୫ ତାରିଖ ସକାଳ ୧୦ଟା ସୁଦ୍ଧା ୫୭୫ ଜଣ ପ୍ରବାସୀ ଓଡିଆ ଆସି ପହଞ୍ଚିଛନ୍ତି ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି ।

ଏହି କ୍ରମରେ ଜଗତସିଂହପୁର ବ୍ଲକକୁ ୬୭ଜଣ, ଜଗତସିଂହପୁର ପୈାର ପରିଷଦକୁ ୮ଜଣ, ବାଲିକୁଦା ବ୍ଲକକୁ ୧୦୫ଜଣ, କୁଜଙ୍ଗ ବ୍ଲକକୁ ୪୮ ଜଣ, ନାଉଗାଁ ବ୍ଲକକୁ ୪୭ ଜଣ,ଏରସମା ବ୍ଲକକୁ ୯୨ ଜଣ, ତିର୍ତୋଲ ବ୍ଲକକୁ ୧୨୭ଜଣ, ରଘୁନାଥପୁର ବ୍ଲକକୁ ୪୯ଜଣ, ବିରିଡି ବ୍ଲକକୁ ୩୦ଜଣ ଓ ପାରାଦ୍ୱୀପ ପୌରପରିଷଦକୁ ୨ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ,ଖାଇବା ପିଇବା,ରହଣୀର ସୁବନେ୍ଦାବସ୍ତ କରାଯାଇଛି । ସମସ୍ତ ଜନସାଧାରଣ ମୁହଁରେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ବୋଲି ଜିଲ୍ଲାପାଳ ନିବେଦନ କରିଥିବା ବେଳେ ସମସ୍ତେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କାମନା କରିଥିଲେ ।

Har Ghar Tiranga

Leave A Reply