Odisha news

ଆଜି ହେଉଛି କୁମାରର୍ପୂର୍ଣୀମା : ଏହିସବୁ କାର୍ଯ୍ୟକୁ କରିବା ଦ୍ୱାରା ଜୀବନରୁ ଦୁର ହୋଇଥାଏ ଦୁଃଖ ଓ ଯନ୍ତ୍ରଣା , ମିଳିଥାଏ ମା ଲକ୍ଷ୍ମୀ ଙ୍କ କୃପା

ବର୍ଷର ସମସ୍ତ ପୂର୍ଣ୍ଣିମା ମଧ୍ୟରେ କୁମର୍ପୂର୍ଣୀମା ର ଖୁବ୍ ମହତ୍ତ୍ଵ ରହିଛି । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳନ ହୋଇଥାଏ । ଶାସ୍ତ୍ର ଅନୁସାରେ ବର୍ଷର ସମସ୍ତ ପୂର୍ଣ୍ଣିମା ଅପେକ୍ଷା ଏହି ପୂର୍ଣ୍ଣିମା ରେ ଚନ୍ଦ୍ରମା ୧୬ଟି କଳାରେ ପୂର୍ଣ୍ଣ ରହିଥାଏ । ଏହିଦିନ ଅବିବାହିତା ଝିଅ ମାନେ ବିଶେଷ ଭାବରେ ଚନ୍ଦ୍ରଙ୍କୁ ପୂଜା କରି ଥାଆନ୍ତି ଓ ନିଜ ଭାବି ସ୍ୱାମୀର ଶୁଭ ମନାସି ଥାଆନ୍ତି । ଏହିଦିନ ମଧ୍ୟ ମାତା ଲକ୍ଷ୍ମୀଙ୍କୁ ବିଶେଷ ଭାବରେ ପୂଜା କରାଯାଇଥାଏ । ଯଦି ଆମେ ଏହିଦିନ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରି ପାରିବା ତେବେ ଆମ ଜୀବନରୁ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବ ।
– କୁମାରପୂର୍ଣୀମା ଦିନ ମାତା ଲକ୍ଷ୍ମୀଙ୍କ ର ଆବିର୍ଭାବ ହୋଇଥିଲା ବୋଲି ମାନ୍ୟତା ରହିଛି । ତେଣୁ ଏହିଦିନ ମାତା ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଅବତରଣ କରି ତାଙ୍କ ଭକ୍ତଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରି ଥାଆନ୍ତି ।
– ପୁରାଣର ମାନ୍ୟତା ଅନୁସାରେ ଏହି ଦିନ ସୋମରସ ପ୍ରସ୍ତୁତ ହୋଇଥାଏ । ତେଣୁ ଆଜିର ଯୁଗରେ ଯଦି ଆମେ ଦୁଗ୍ଧ ଓ ଚାଉଳ ରେ ପ୍ରସ୍ତୁତ ଖିରି ଚନ୍ଦ୍ର କିରଣରେ ରଖିବା ଦ୍ଵାରା ଏହା ୧୦୮ ତତ୍ୱରେ ପରିପୂର୍ଣ୍ଣ ହୋଇ ରୋଗ ମୁକ୍ତ କରିଥାଏ ।
– ଏହିଦିନ ଭଗବାନ୍ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ଆରାଧନା କରିବା ଦ୍ୱାରା ଜୀବନର ଦୁଃଖ କ୍ଲେଶ ଦୁର ହୋଇଥାଏ ଓ କୃପା ଲାଭ ହୋଇଥାଏ ।
– ଏହିଦିନ ଲକ୍ଷ୍ମୀଙ୍କୁ ଆରାଧନା କରିବା ଦ୍ୱାରା ଜୀବନରେ ଋଣ ମୁକ୍ତ ହେବେ। ଏହିଦିନ ବ୍ରାହ୍ମଣ ଭୋଜନ ମଧ୍ୟ କରାଇବା ଆବଶ୍ୟକ ।
– କୁମାରପୂର୍ଣୀମା ଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଦୁଗ୍ଧ ରେ ସ୍ନାନ କରାଇ ତୁଳସୀ ପୂଜନ କରାଯାଇ ଥାଏ । ଏହାଦ୍ବାରା ଦୁଃଖ ଦୁର୍ଦ୍ଦଶା ଦୁର ହୋଇଥାଏ ଓ ଧନ ପ୍ରାପ୍ତି ହୋଇଥାଏ ।

Comments are closed.