କୁଆଖିଆ : ରସୁଲପୁର ବ୍ଲକ ପ୍ରାଥମିକ ଓ ନିମ୍ନ ପ୍ରାଥମିକ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ କରୋଣା ମୁକାବିଲା ପାଇଁ ମୁଖ୍ୟମଂତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୪ ଲକ୍ଷ ୮୯ ହଜାର ୭ ଶହ ଟଙ୍କାର ଅର୍ଥରାଶି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ଙ୍କ ଜରିଆରେ ପ୍ରଦାନ କରିଛନ୍ତିି ।
ଏଥିରେ ରସୁଲପୁର ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର କର ରାଜ୍ୟ କାର୍ଯ୍ୟକାରି ସଭାପତି ବିକ୍ରମ କୁମାର ଦାସ,ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ମହେନ୍ଦ୍ର ମଲ୍ଲିକ ଦିବାକର ସାହୁ,ଅରୁଣ କୁମାର ସ୍ୱାଇଁ,ରାଜେନ୍ଦ୍ର ନାରାୟଣ ସାହୁ,ବିଜୟ କୁମାର ଷଡଙ୍ଗି ପ୍ରମୁଖ ବହୁ ଶିକ୍ଷକ ଚେକ ପ୍ରଦାନ ସମୟରେ ସାମାଜିକ ଦୁରତା ରକ୍ଷା କରି ଉପସ୍ଥିତ ଥିଲେ ।
