Odisha news

ମଧୁବନ ଓ ସିଙ୍ଗାପୁର ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଂଟିଜେନ ପଦ୍ଦତିରେ ସ୍ୱାବ ସଂଗ୍ରହ ୨ କରୋନା ଚିହ୍ନଟ

0

କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ଚଣ୍ଡିମାତା ସ୍କୁଲ ସରିଫାବାଦ ଠାରେ ଆଜି ୩୦ ଜଣଙ୍କର ଆଂଟିଜେନ ଓ ଜଣଙ୍କର ଆରଟିପିସିଆର କରାଯାଇଥିଲା । ଏଥିରୁ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିଲା । ସେହିପରି ସିଙ୍ଗାପୁର ସ୍ୱାସ୍ୟ୍ଥକେନ୍ଦ୍ର ପକ୍ଷରୁ ସେଠାରେ ଗୁରୁବାର ଦିନ ୪୩ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ୪୦ ଆଂଟିଜେନ, ୩ ଆରଟିପିସିଆର ଓ ଜଣେ ପଜିଟିଭ ଚିହ୍ନଟ ହୋଇଛି । ସେହିପରି ବୁଧବାର ଦିନ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି କଲେଜ ଠାରେ ୩୯ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା

ସେଥିମଧ୍ୟରୁ ୩୫ ଆଂଟିଜେନ,ଆରଟି ପିସିଆର ପଦ୍ଧତିରେ ୪ ଜଣ ଏବଂ ଆଂଟିଜେନ ପଜିଟିଭ ୨ ଜଣ ଚିହ୍ନଟ ହୋଇଥିଲେ । ପୂର୍ବରୁ ଆରଟିପସିଆର ମାଧ୍ୟମରେ ତିନି ଜଣଙ୍କର ପଜିଟିଭ ବାହାରିଥିଲା ସେମାନଙ୍କ ମଧ୍ୟରୁ ଦୁଇଜଣ ହୋମ ଆଇସୁଲେସନ ଓ ଅନ୍ୟ ଜଣଙ୍କୁ କୋଭିଡ ହସପିଟାଲକୁ ପଠାଯାଇଛି । ଏଥିରେ ରସୁଲପୁର ତହସିଲଦାର ଜ୍ୟୋତି କାନ୍ତ ଭୁଜବଳ ଓ ଡାକ୍ତର ବିଶ୍ୱରଂଜନ କର, ଡଃ ବସନ୍ତ କୁମାର ପଣ୍ଡା ଓ ସୁପର ଭାଇଜର ଅଶୋକ ବୋଇତାଇ ଓ ଅନ୍ୟାନ୍ୟ ମେଡିକାଲ ଅଧିକାରୀ ବୃନ୍ଦ ଉପସ୍ତିତ ଥିଲେ ।

Nalco
Leave A Reply