ଅସ୍ତରଙ୍ଗ : ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଘର ବରିଷ୍ଟ କର୍ମକର୍ତ୍ତା ଲକଡାଉନ ନେଇ ମୁହଁ ଖୋଲିଛନ୍ତି । ସଂଗଠନର ଜାତୀୟ ସଂଯୋଜକ ଅକ୍ଷକ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଇତି ମଧ୍ୟରେ ଏକ ଭିଡିଓ କନ୍ଫରେସିଙ୍ଗ ଜରିଆରେ ଚାଷି ମାନଙ୍କ ସଙ୍ଗେ ସିଧା ଆଲୋଚନା କରି କହିଥିଲେ ଯେ, ଭାରତ ଭଳି ଏକ ବିରାଟ ଦେଶରେ ଯେଉଁଠି କୋଟି କୋଟି ଲୋକ ନିଜର ବୃତ୍ତି ପାଇଁ ଅନ୍ୟ ରାଜ୍ୟରେ ରୁହନ୍ତି , ସେ କଥାକୁ ସରକାର ବିଚାର ନକରି , ଯେଭଳି ଦେଶରେ ହଠାତ ଲକଡାଉନ ଘୋଷଣା କଲେ ତାହା କୋଟି କୋଟି ଲୋକଙ୍କୁ ମାନସିକ , ଆର୍ଥôକ ଓ ଅକଥନିୟ ଯନ୍ତ୍ରଣା ଭିତରକୁ ଠେଲି ଦେଇଛି ।
ସେଥିପାଇଁ ଯେଉଁମାନେ ଦାୟୀ ରହିବେ ସେ କଥା ସ୍ପଷ୍ଟ କରନ୍ତୁ । ସେମାନେ କନ୍ଫରେସିଙ୍ଗ ଜରିଆରେ ଆହୁରି କହିଥିଲେ ଯେ, ପୃଥିବୀର ଅଧିକାଂଶ ଦେଶ ଲକ୍ଡାଉନ କରିନଥିବା ବେଳେ , ବହୁ ସଫଳ ଦେଶ ଲକଡାଉନ ନକରି କିଭଳି କରୋନକୁ ସଫଳ ମୁକାବଲା କଲେ , ସେ କଥା ଆଲୋଚନା କରିବା ଠିକ୍ ନୁହେଁ । ହେଲେ, କରୋନାର ପ୍ରତ୍ୟକ୍ଷ ପ୍ରଭାବରେ ପାଖାପାଖି ୫୦ ଦିନ ମଧ୍ୟରେ ଅର୍ଥନିତି କିଭଳି ବିପର୍ଯ୍ୟୟମୂଖୀ ହୋଇଅଛି । ତାହୁ ନେଇ କେହି ବ୍ୟସ୍ତ ହେଉନାହାନ୍ତି । କୃଷିକ୍ଷେତ୍ର , ଶିଳ୍ପ, ପରିବହନ , ପର୍ଯ୍ୟଟନ ଠାରୁ ଆରମ୍ଭ କରି ସବୁକ୍ଷେତ୍ର ଏବେ ଧ୍ୱଂଶାଭିମୂଖୀ । ଦକ୍ଷିଣ କୋରିଆ, ସିଙ୍ଗାପୁର, ହଙ୍ଗକଙ୍ଗ, ତାଇୱାନ ଭଳି ଦେଶ ଲକଡାଉନ ନକରି କିଭଳି କରୋନା ପରିସ୍ଥିତିକୁ ସଫଳ ମୁକାବିଲା କଲେ ତାହା ଆମେ ସମସ୍ତେ ଅନୁଭବି ।
କରୋନା ଚାଷି ମୁଲିଆଙ୍କ ଜୀବନ ଉଜାଡି ଦେଇଅଛି ଓ ଯେଉଁଭଳି ଭାବେ କରୋନାର ମୁକିବିଲା ପାଇଁ ପ୍ରଚାର ପ୍ରଶାର ଚାଲିଛି ସେହି ଅନୁପାତରେ କ୍ୱାରେଣ୍ଟାଇନ ସଫଳ ହୋଇଛି କି, ଓ ଲୋକେ କେତେ ସାମାଜିକ ଦୂରତା ମାନୁଛନ୍ତି ଏହାକୁ ନେଇ ସରକାରୀ ସ୍ତରରେ କୈାଣସି ଆଲୋଚନା ହୋଇପାରିନାହିଁ ।
ତେଣୁକରି ଚାଷି , ମଜ୍ଦୁର, କ୍ଷୁଦ୍ର ବ୍ୟବସାୟଙ୍କ ଠାରୁ ଆରମ୍ଭ କରି ଲକଡାଉନ ଜନିତ ସମସ୍ତ କ୍ଷତିଗ୍ରସ୍ଥଙ୍କ ଭରଣ ପୋଷଣ ପାଇଁ ୫୦୦୦ ଟଙ୍କାର ଅର୍ଥ ଦିଆଯାଉ ଓ କୃଷିକ୍ଷେତ୍ରର ସ୍ଥିତି ବର୍ତ୍ତମାନ ବିଫଳ ହୋଇଥିବାରୁ ଖରିଫ ଧାନ ବିକ୍ରି ବାବଦରେ ଚାଷିଙ୍କ ଘରେ ରହିଥିବା ଧାନ ରବି ଧାନ ସହିତ ମିଶି ମଣ୍ଡି ଖୋଲି ଧାନ ସଂଗ୍ରହ କରାଯାଉ, ପ୍ରଧାନମନ୍ତ୍ରୀ ପେନ୍ସନ୍ ଯୋଜନା, କାଳିଆ ଯୋଜନା ବାବଦରେ ଯେଉଁଅର୍ଥ ଚାଷିଙ୍କ ପାଇଁ ଘୋଷଣା କରାଯାଇଅଛି ସେ ଅର୍ଥ ତୁରନ୍ତ ରିଲିଜ କରାଯାଉ । ଏହି ସମ୍ବାଦିକ ସମ୍ମିଳନିରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ଯୁବ ରାଜ୍ୟ ସଂଯୋଜକ ମନୋହର ଅଲ୍ଲି, ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।