Odisha news

ଡି.ଏ.ଭି କଳିଙ୍ଗ ନଗର ପକ୍ଷରୁ କରୋନା ବିପନ୍ନଙ୍କୁ ସହାୟତା

0

ଭୁବନେଶ୍ୱର ତା : ୧୧.୦୫.୨୦ କରୋନା ଆଜି ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ଏହି ସଂକଟ ତଥା ସାଂପ୍ରତିକ ପରିସ୍ଥିତିରେ କରୋନା ପ୍ରଭାବରେ ସବୁଠାରୁ ବେଶି ପ୍ରଭାବିତ ଶ୍ରମିକ, ଦିନ ମଜୁରିଆ ଓ ବେସାହାରା ଲୋକଙ୍କୁ ସହାୟତାର ହାତ ବଢାଇଛି ସ୍ଥାନୀୟ କଳିଙ୍ଗ ନଗର ଡି.ଏ.ଭି ସ୍କୁଲ୍ ।

ଏହି ମର୍ମରେ ଡି.ଏ.ଭି ଆଞ୍ଚଳିକ ନିଦେ୍ର୍ଦଶାଳୟ, ଓଡ଼ିଶା ଜୋନ୍ – ୧ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ଏହି ପରି କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଆଞ୍ଚଳିକ ନିଦେ୍ର୍ଦଶକ ଡ. କେଶବ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ଦିଗ୍ଦର୍ଶନ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁଙ୍କ ନେତୃତ୍ୱରେ ବିଦ୍ୟାଳୟର ଶିକ୍ଷକମାନେ ସ୍ଥାନୀୟ ଗୋଠପାଟଣାରେ ବାସ କରୁଥିବା ଦିନମଜୁରିଆ ଓ ଶ୍ରମିକ ପରିବାରଙ୍କୁ ଚାଉଳ ଡାଲି, ଆଳୁ, ପିଆଜ, ସାବୁନ୍, ବିସ୍କୁଟ୍ ଆଦି ଆତ୍ୟାବଶ୍ୟକ ସାମଗ୍ରୀ ଓ ଅର୍ଥରାଶି ବଣ୍ଟନ କରିଥିଲେ ।

ସେଠାରେ ବାସ କରୁଥିବା ପିଲା ଓ ବଡ଼ ଲୋକମାନଙ୍କୁ ମାସ୍କ ପିନ୍ଧାଇ ସାମଜିକ ଦୂରତା ରକ୍ଷାକରିବା, ସାବୁନରେ ବାରମ୍ବାର ହାତ ଧୋଇବା ଆଦି ସଚେତନତା କରାଇବା ସହିତ ସାଂପ୍ରତିକ କରୋନା ଜନିତ ସମସ୍ୟାରେ ଧୈର୍ଯ୍ୟହରା ନହୋଇ ସାହାସର ସହିତ ମୁକାବିଲା କରିବା ନିମନ୍ତେ ସ୍କୁଲର ଅଧ୍ୟକ୍ଷ ସାହାସ ଓ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶିକ୍ଷିକା ଓ ଏନ୍ ସି ସି ସ୍କାଉଟ୍ ଗାଇଡ୍ ଓ ଜୁନିଅର ରେଡ୍କ୍ରସ ବିଭାଗର ଶିକ୍ଷକ ପ୍ରମୁଖ ସାମିଲ ଥିଲେ । ସାହାଯ୍ୟର ପ୍ରତୁ୍ୟତ୍ତୋରରେ ବସ୍ତିର ଅଧିବାସୀ ମାନେ ବିଦ୍ୟାଳୟକୁ ଭାବବିହ୍ୱଳ କୃତଜ୍ଞତା ଜଣାଇଥିଲେ । ଡି.ଏ.ଭି ସ୍କୁଲର ଏହି ମାନବୀୟ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବୁଦ୍ଧିଜିବୀ ଏବଂ ଅଭିଭାବକ ବୃନ୍ଦ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply