Odisha news

ରୋଡ଼ ସୋ କରି ଶକ୍ତି ପ୍ରଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆଜି ଦାଖଲ କରିବେ ନାମାଙ୍କନ ପତ୍ର

0

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ବା ଆପର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭା ସିଟ ପାଇଁ ନାମାଙ୍କନ ଦାଖଲ କରିବେ | ତେବେ ନାମାଙ୍କନ ପୂର୍ବରୁ ରୋଡ଼ ସୋ କରି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି | ରୋଡ଼ ସୋ ପୂର୍ବରୁ କେଜ୍ରିୱାଲ ବାଲ୍ମୀକି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜ ମାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ | କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ଲଗାତାର ଦ୍ଵିତୀୟ ଥର ପାଇଁ ବିଜୟୀ ହୋଇଥିଲେ | ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଦିବଂଗତ ନେତ୍ରୀ ଶୀଲା ଦୀକ୍ଷିତ ଏହି ଆସନରୁ ବିଧାୟକ ରହି ଆସିଥିଲେ | କେଜ୍ରିୱାଲଙ୍କ ରୋଡ଼ ସୋ ବାଲ୍ମୀକି ମନ୍ଦିର ରୋଡ଼ରୁ ଆରମ୍ଭ ହୋଇ ପଞ୍ଚକୁଆଇ ରୋଡ଼, ପାଳିକା ବଜାର ଓ ହନୁମାନ ମନ୍ଦିର ରୋଡ଼ ଦେଇ ପଟେଲ ଛକ ମେଟ୍ରୋ ଷ୍ଟେସନ ଠାରେ ସରିବ |

AAP In News

@AAPInNews

माँ के तिलक और विजयीभाव के आशीर्वाद के बाद आज नामांकन दाखिल करने निकले @ArvindKejriwal

Embedded video

25 people are talking about this
ଏହି ରୋଡ଼ ସୋରେ ଆମ ଆଦମୀ ପାର୍ଟିର ବିଧାୟକଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଅଛନ୍ତି | ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରତିପକ୍ଷ ଦଳ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି | ଅନ୍ୟପଟେ କେଜ୍ରିୱାଲ ଆପ ପକ୍ଷରୁ ତୃତୀୟ ଥର ପାଇଁ ଟିକଟ ପାଇଛନ୍ତି |

ଏଠାରେ ସୂଚନା ଥାଉ କି ନାମାଙ୍କନ ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଲୋକଙ୍କୁ ୧୦ଟି ପ୍ରତିଶ୍ରୁତି ପୂରଣ ପାଇଁ ଗ୍ୟାରେଣ୍ଟି କାର୍ଡ‌୍ ଜାରି କରିଥିଲେ । ଦିଲ୍ଲୀବାସୀଙ୍କୁ ଟ୍ୟାପ୍‌ ଯୋଗେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ଦିଲ୍ଲୀର ପ୍ରତି ଶିଶୁଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ, ପ୍ରଦୂଷଣକୁ ୩୦୦ ପ୍ରତିଶତ ହ୍ରାସ କରିବା, ଯମୁନା ନଦୀର ସଫେଇ, ପ୍ରତି ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇଦେବା ଭଳି ୧୦ଟି ଗ୍ୟାରେଣ୍ଟି କାର୍ଡ ଜାରି କରିଥିଲେ କେଜ୍ରିୱାଲ୍‌।

Leave A Reply