Odisha news

ଜଗତ ପ୍ରସାଦ ନଡ୍ଡା ହେଲେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଦଳର ଅନ୍ୟତମ ବରିଷ୍ଠ ନେତା ଜଗତ ପ୍ରସାଦ ନଡ୍ଡା ଆଜି (ସୋମବାର) ନିର୍ଦ୍ୱନ୍ଦ୍ୱରେ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦଳ ମଧ୍ୟରେ ଜେପି ନଡ୍ଡା ନାମରେ ଖ୍ୟାତ ଏହି ବରିଷ୍ଠ ନେତା ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିଲେ ଏବଂ ଦଳର ଜଣେ ନିରବ ନୀତି ନିର୍ଦ୍ଧାରକ ଭାବେ ଦଳ ମଧ୍ୟରେ ତାଙ୍କର ଯଥେଷ୍ଟ ଖ୍ୟାତି ଓ ସୁନାମ ରହିଥିଲା। ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଜଗତ ପ୍ରସାଦ ନଡ୍ଡାଙ୍କ ନାମକୁ ବିଦାୟୀ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଦଳର ବରିଷ୍ଠ ନେତା ରାଜନାଥ ସିଂହ ଓ ନତୀନ ଗଡ଼କରୀ ପ୍ରସ୍ତାବ କରିବା ପରେ ଶ୍ରୀ ନଡ୍ଡାଙ୍କୁ ନିର୍ଦ୍ୱନ୍ଦ୍ୱରେ ସର୍ବସମତ୍ତି କ୍ରମେ ଦଳର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।

News18
ଦଳ ମଧ୍ୟରେ ଜଣେ ମିଷ୍ଟଭାଷୀ ଓ ନରମ ସ୍ୱଭାବର ନେତା ରୂପେ ଜଗତ ପ୍ରସାଦ ନଡ୍ଡା ଦଳ ମଧ୍ୟରେ ସମସ୍ତଙ୍କର ପ୍ରିୟ ଥିଲେ। ହିମାଚଳ ପ୍ରଦେଶର ବାସିନ୍ଦା ଥିବା ୫୯ ବର୍ଷ ବୟସ୍କ ଜଗତ ପ୍ରସାଦ ନଡ୍ଡା ଛାତ୍ରାବସ୍ଥାରୁ ରାଜନୀତି ପ୍ରତି ଆକୃଷ୍ଟ ରହିବା ସହ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜଣେ ସଂଗଠକ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ ବିଜେପିରେ ଯୋଗ ଦେବା ସହ ସକ୍ରିୟ ରାଜନୀତିକୁ ଆସିଥିଲେ। ବିଜେପିରେ ଜଣେ ନିରବ ନୀତି ନିର୍ଦ୍ଧାରକ ଭାବେ ନିର୍ବାଚନ କାଳରେ ଦଳ ପାଇଁ ନୀତି ନିର୍ଦ୍ଧାରଣ କରିବା ସହ ଦଳକୁ ସଫଳତା ଦେବାରେ ବେଶ ମାହିର ଥିଲେ ଜଗତ ପ୍ରସାଦ ନଡ୍ଡା। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରଧାନମନ୍ତ୍ରିତ୍ୱ କାଳରେ ସେ ତାଙ୍କ କ୍ୟାବିନେଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
Leave A Reply